ଆପଣଙ୍କ ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଉଛି କି ? ଆପଣ ସ୍ତନକର୍କଟରେ ପୀଡିତ ନାହାନ୍ତି ତ ?

Spread the love

ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ୟ୍ୟା ଏବଂ ଖାଇବା ପିଇବାର ସମୟ ଠିକ୍ ରହୁ ନଥିବାରୁ ମହିଳାମାନେ ଖୁବ୍ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବେଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣି ନ ପାରି ମୃତ୍ୟୁ ମୁଖକୁ ଚାଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବାକୁ ଚାହୁଁଛୁ ।

୧.ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା, କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।

୨. କର୍କଟ ରୋଗର କୋଷିକାଗୁଡ଼ିକ ବଢ଼ୁଥିବାରୁ କାଖ ଦରଜ ହେବା ସହ ସିଝି ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

୩. ଅଧିକ କାମ କରିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ଏକ ସାଧାରଣ କଥା । କିନ୍ତୁ ସ୍ତନ କର୍କଟ ହୋଇଥିଲେ କର୍କଟର ରୋଗର କୋଷିକା ଗୁଡ଼ିକ ବଢ଼ୁଥିବାରୁ ବେକ ଏବଂ ଅଣ୍ଟା ଜୋରରେ ବିନ୍ଧିଥାଏ ।

୪. ସ୍ତନ କର୍କଟ ରୋଗର ଶିକାର ହୋଇଥିଲେ ସ୍ତନରୁ ଟିକେ ଟିକେ ପାଣି ବାହାରିବାକୁ ଲାଗିଥାଏ । ଏହା ସହ ସ୍ତନର ଆକାରରେ ଏବଂ ରଙ୍ଗରେ ପରିବତ୍ତାନ ଆସିଥାଏ । ସ୍ତନର ପୃଷ୍ଟ ଭାଗରେ କୁଣ୍ଡିଆ ହେବ ଓ ସଙ୍କୋଚନ ମଧ୍ୟ ହୋଇଯାଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

ସ୍ତନ କର୍କଟର ଡାୟଗ୍ନସିସ୍ :

ସ୍ତନ କର୍କଟର ବିଷୟରେ ଜାଣିବା ପାଇଁ ସର୍ବଶ୍ରେଷ୍ଠ ଉପାୟ ହେଉଛି ମୈମୋଗ୍ରାଫି ଅଟେ । କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ସ୍ଥଳରେ ବାୟୋପ୍ସି କରାଯାଇଥାଏ ।

ସ୍ତନ କନଜୋର୍-ଭେଟିଭ ସର୍ଜରୀ :

ଆଜିକାଲି ଆତ୍ୟାଧୁନିକ ପ୍ରକ୍ରିୟାରେ ବ୍ରେଷ୍ଟ କନଜୋର୍-ଭେଟିଭ ସର୍ଜରୀ ମାଧ୍ୟମରେ ସ୍ତନ କର୍କଟର ଚିକିତ୍ସା କରାଯାଉଛି । ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ବ୍ରେଷ୍ଟ କନଜୋର୍-ଭେଟିଭ ସର୍ଜରୀ ଏବଂ ଅନ୍-କୋପ୍ଲାଷ୍ଟୀ ପ୍ରକ୍ରିୟା ଦ୍ଵାରା ଟ୍ୟୁମର ଏବଂ ଆଖପାଖ କର୍କଟଗ୍ରସ୍ତ ସ୍ଥାନକୁ ବାହାର କରି ବ୍ରେଷ୍ଟକୁ ପୁନଃ-ସ୍ଥାପନ (Reconstruction) କରାଯାଉଛି ।