ଚଳନ୍ତି ଟ୍ରେନକୁ ଅଟକାଇ ବଞ୍ଚାଇ ଥିଲେ ଯାତ୍ରୀଙ୍କ ଜୀବନ, ଏବଂ ତାପରେ କଣ ହେଲା ଜଣାନ୍ତୁ :

Spread the love

ସ୍ୱପନ ଦେବବର୍ମା : ଏହି ନାଁଟି ବୋଧେ ଆପଣ ଜାଣିଥିବେ, ଜୁନ ମାସ 15 ତାରିଖରେ, ସ୍ୱପନ ଦେବବର୍ମା ନିଜ ଜୀବନକୁ ବାଜି ଲଗାଇ ଚାଲୁଥିବା ଗୋଟିଏ ଟ୍ରେନକୁ ଅଟକାଇଥିଲେ ! ତାଙ୍କ ଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ବଂଚି ଥିଲା ! ବର୍ତ୍ତମାନ ତ୍ରିପୁରା ସରକାର ତାଙ୍କୁ ସରକାର ଚାକିରୀ ଦେବାକୁ ଯାଉଛନ୍ତି ! ସ୍ୱପନ ଦେବବର୍ମାଙ୍କୁ ଧନ୍ୟବାଦ ଅର୍ପଣ ସ୍ୱରୂପ ତାଙ୍କୁ ଯୁବ ଖେଳ ବିଭାଗରେ ଚାକିରୀ ଦେବା ପାଇଁ ନିଷ୍ପତି ନେଇଛନ୍ତି !

ଇଣ୍ଡିଆନ ଏକ୍ସପ୍ରେସ ସାମ୍ବାଦିକଙ୍କ ଲିଖିତ ସୂଚନା ଅନୁସାରେ ଜାଣିବାକୁ ମିଳିଛି ଯେ, 28 ନଭେମ୍ବରରେ ତ୍ରିପୁରର ଆଇନ ବିଭାଗ ମନ୍ତ୍ରୀ ଘୋଷଣା କରିଛନ୍ତି ! ମନ୍ତ୍ରୀଙ୍କ କହିବା କଥା ଅନୁଯାୟୀ, କେବିନେଟ ବୈଠକରେ ସ୍ୱପନ ଦେବବର୍ମାଙ୍କୁ ଚାକିରୀ ଦେବା ପାଇଁ ନିଷ୍ପତି ନିଆଗଲା !

କେବିନେଟ ବୈଠକର ନିସ୍ପତି ଅନୁଯାୟୀ : ସ୍ୱପନ ଦେବବର୍ମା ପରି ସାହସୀ ପିଲାଙ୍କୁ ଯୁବ ଏବଂ ଖେଳ ବିଭାଗରେ ଚାକିରୀ ଦିଆଯିବ ! ଦ୍ରୁତ ଗତିରେ ଆସୁଥିବା ଟ୍ରେନ କୁ ଅଟକାଇ, ବହୁତ ବଡ ଦୁର୍ଘଟଣାରୁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିଲେ ! ଏଥିରେ ତାଙ୍କ ଝିଅ ସୋମତି ମଧ୍ୟ ସାମିଲ ଥିଲେ ! ତେଣୁ ସରକାର ତାଙ୍କ ଝିଅର ପାଠ ପଢା ଖର୍ଚ୍ଚ ବହନ କରିଛନ୍ତି !

ସ୍ୱପନ ଦେବବର୍ମା ଏବଂ ତାଙ୍କ ଝିଅ ସୋମତି ଯାତ୍ରୀଙ୍କ ଜୀବନ କିପରି ବଞ୍ଚାଇ ଥିଲେ ?

ଘଟଣା 15ଜୁନର, ଧର୍ମନଗର-ଅଗ୍ରତାଲା ପାସସେଞ୍ଜର ଟ୍ରେନ ଯାତ୍ରା ଆରମ୍ଭ କରିଥିଲା ! କିଛି ଦୂର ଯାତ୍ରା ପରେ ଟ୍ରେନ ଡ୍ରାଇଭର ଦେଖିବାକୁ ପାଇଲେ କି ଗୋଟେ ଲୋକ ଏବଂ ଗୋଟେ ଛୋଟ ଝିଅ ଟ୍ରେନ ଧାରଣା ଠିଆ ହୋଇ ନିଜ ପୋଷାକକୁ ହଲାଇ ଟ୍ରେନକୁ ଅଟକାଇବାକୁ ଇଶାରା କରୁଛନ୍ତି ! ଏହା ଦେଖି ଟ୍ରେନ ଡ୍ରାଇଭର ବ୍ରେକ ଲଗାଇଲେ ଏବଂ ଟ୍ରେନକୁ ରଖିଥିଲେ ! ଜାଣିବାକୁ ପାଇଲେ ଯେ ଗତକଲି ହୋଇଥିବା ପ୍ରବଳ ବର୍ଷା ପାଇଁ ଧାରଣା ମାଟି ଖସିଯାଇଥିବାର ଦେଖିବାକୁ ପାଇଥିଲେ ! ଟ୍ରେନ ଯଦି ସେହି ଧାରଣାରେ ଦେଇ ଅତିକ୍ରମ କରିଥାନ୍ତ ତାହାଲେ ଗଟେ ବଡ ଦୁର୍ଘଟଣା ହାଇଥାନ୍ତା ! ବହୁ ପରିମାଣରେ ଲୋକଙ୍କ ଜୀବନ ଚାଲି ଯାଇଥାନ୍ତା ଏବଂ ବହୁତ ପରିମାଣରେ କ୍ଷତି ହାଇଥାନ୍ତା କିନ୍ତୁ ସ୍ୱପନ ଦେବବର୍ମା ଓ ତାଙ୍କ ଝିଅ ସାହସର ହେବାକୁ ଯାଉଥିବା ବଡ଼ ଦୁର୍ଘଟଣାରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିଲା !

ପରିବାରରେ 6 ଜଣ ସଦସ୍ୟ, ଜଣ ହିଁ ଥିଲେ ରୋଜଗାର କ୍ଷମ :

ଯେବେଠୁ ଏହି ଖବର ପ୍ରସାରିତ ହେଲା, ସ୍ୱପନ ଦେବବର୍ମା ଏବଂ ତାଙ୍କ ଝିଅକୁ ବହୁତ ପ୍ରସଂଶିତ କରାଯାଇଥିଲା ! ରାଜ୍ୟସଭାରେ ତାଙ୍କୁ ବହୁତ ସମ୍ମାନିତ କରାଗଲା ଏବଂ ରାଷ୍ଟପତିଙ୍କ ଦ୍ୱାରା ପୁରସ୍କୁତ ମଧ୍ୟ କରାଗଲା ! ସ୍ୱପନ ଦେବବର୍ମା ତାଙ୍କ ପରିବାରେ ସେହି ହିଁ ଥିଲେ, ରୋଜଗର କରିବା ବ୍ୟକ୍ତି ! ସେ ଜଙ୍ଗଲରୁ କାଠ ଆଣି, ମାଛକୁ ଧରି ବଜାରରେ ବିକ୍ରି କରୁଥିଲେ ! ଏହିପରି ଭାବରେ ନିଜ ପରିବାରକୁ ପରିପୋଷଣ କରୁଥିଲେ ଦୁଃଖ କଷ୍ଟରେ ! ଏହାକୁ ଦୃଷ୍ଟି ଆଗରେ ରଖି ସରକାର ତାଙ୍କୁ ଚାକିରୀ ଦେବା ପାଇଁ ନିଷ୍ପତି ନେଲେ ! ନିଜର ଜୀବନକୁ ବାଜି ଲଗାଇ, ସେ ଦୁହେଁ (ବାପା ଓ ଝିଅ) ଟ୍ରେନକୁ ଅଟକାଇଥିଲେ ସେଇଥିପାଇଁ ସରକାର ନିଜେ ଏହି ନିଷ୍ପତି ନେଲେ !