ସ୍ୱପ୍ନରେ ଶିବଲିଙ୍ଗ ବା ଡମ୍ବୁରୁ ଏବଂ ତ୍ରିଶୂଳ ସ୍ୱପ୍ନରେ ଦେଖନ୍ତି ତା ହେଲେ ଜାଣନ୍ତୁ ଆଗକୁ କଣ ସବୁ ଘଟିବ

Spread the love

ସବୁ ସ୍ୱପ୍ନର କିଛି ନା କିଛି ମହତ୍ୱ ଅଛି ଆଉ ସ୍ୱପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଵସ୍ତୁ ଆମ ଜୀବନ ସହ ଗଭୀର ପ୍ରଭାବ ପକାଇଥାଏ । ସ୍ଵପ୍ନ ବି ଅନେକ ପ୍ରକାରର ହୋଇଥାଏ । ଯାହା ଵ୍ୟକ୍ତିର ଭାଗ୍ୟ ସହ ଜଡିତ ହୋଇ ରହିଥାଏ । ସ୍ୱପ୍ନରେ ଭଗବାନ ଶିବ ବା ଶିଵଙ୍କ ସହ ଜଡିତ କିଛି ଵସ୍ତୁ ମାନଙ୍କର ଦେଖିବାର ଅର୍ଥ କଣ ହୋଇପାରେ ଏବଂ ତାହା କିପରି ଆପଣଙ୍କ ଜୀବନରେ ମଧ୍ୟ ପ୍ରଭାବ ପକାଇଥାଏ ।

● ଶିବଲିଙ୍ଗ ସ୍ୱପ୍ନରେ ଦେଖିବା

ସ୍ୱପ୍ନରେ ଶିବଲିଙ୍ଗ ଦେଖିବାର ଅର୍ଥ ଏହା ଯେ ଲମ୍ବା ସମୟ ପର୍ଯ୍ୟନ୍ତ ହେଉଥିବା ଅସୁବିଧାର ଖୁବ ଶୀଘ୍ର ଅନ୍ତ ହୋଇଯିବ ଏବଂ ଜାଣି ରଖନ୍ତୁ କି ଶୁଭ ସମୟ ଖୁବଶୀଘ୍ର ମଧ୍ୟ ଆସିବାକୁ ଯାଉଛି । ଏପରି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କୁ ଶିବ ମନ୍ଦିରକୁ ଯାଇ କ୍ଷୀର ମଧ୍ୟ ଚଢାଇବାକୁ ପଡିବ ।

● ଶିବଙ୍କ ଚାନ୍ଦ ଦେଖିବା

ଭଗବାନ ଶିବଙ୍କ ମସ୍ତକରେ ଥିବା ଜହ୍ନ ସାଧାରଣତଃ ଜ୍ଞାନର ପ୍ରତୀକ ଏବଂ ଏହି ସ୍ଵପ୍ନ ଦେଖିବା ଦ୍ୱାରା ଆପଣଙ୍କୁ କୌଣସି ଗୋଟେ ବହୁତ ବଡ଼ ନିର୍ଣ୍ଣୟ ନେବାକୁ ପଡିବ ଏବଂ ଏହି ନିର୍ଣ୍ଣୟ ବିବାହ କ୍ଷତ୍ରରେ ହେଉ ଅଥବା ଶିକ୍ଷା କ୍ଷେତ୍ରରେ ହେଉ ଆଦି ସମ୍ଭନ୍ଧୀୟ ଅଟେ ।

● ଶିବଙ୍କ ତାଣ୍ଡବ ରୂପ

ଯଦି ଆପଣ ସ୍ୱପ୍ନରେ କେବେ ଭଗବାନ ଶିବଙ୍କର ତାଣ୍ଡବ ରୂପ ଦେଖୁଛନ୍ତି ତେବେ ଏପରି ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ବହୁତ ଶୀଘ୍ର ହୋଇଯିବ ଏବଂ ଧନ ରତ୍ନ ଆପଣ ଖୁବ ପରିମାଣରେ ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି ଆପଣଙ୍କୁ ବହୁତ ପରିଶ୍ରମ କରିବାର ଅଛି ।

● ଶିବଙ୍କ ତ୍ରିଶୁଳ ସ୍ୱପ୍ନ

ସାଧାରଣତଃ ତ୍ରିଶୂଳ ଶକ୍ତିର ପ୍ରତୀକ ଅଟେ । ସ୍ୱପ୍ନରେ ତ୍ରିଶୂଳ ଦେଖିବାର ଅର୍ଥ ଏହା ଯେ ଆପଣଙ୍କର କର୍ମକ୍ଷେତ୍ରରେ ପଦବୀର ଉନ୍ନତି ଘଟିବ। ଏବଂ ଆପଣଙ୍କ ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ ।

● ଶିବଙ୍କ ଡମ୍ବୁରୁ

ଭଗବାନ ଶିବଙ୍କ ଡମ୍ବୁରୁ ଧନୀର ପ୍ରତୀକ ଅଟେ । ଯଦି ଆପଣ ଏହାକୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହା ଜଣାଏ ଯେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ନକରାତ୍ମକ ପରିବର୍ତ୍ତନ ହେବ ଏବଂ ଆପଣ ଯେଉଁ ନୁଆଁ କାମ କଲେବି ବହୁତ ଶୀଘ୍ର ସଫଳତା ମିଳିଯିବ ।

● ଶିବଙ୍କ ସର୍ପ

ଭଗବାନ ଶିବଙ୍କ ସର୍ପ କୁ ସ୍ୱପ୍ନରେ ଦେଖିବାର ଅର୍ଥ ହେଉଛି ଏହିପରି ସ୍ଵପ୍ନ ଦେଖିଲେ ଧନ ସଂଯୋଗ ମଧ୍ୟ ରହିଥାଏ ଏବଂ ସର୍ପ ଯଦି ଫେଣ ଉଠାଉଥିବାର ଦେଖନ୍ତି ତେବେ ଆପଣଙ୍କୁ କିଛି ଶୁଭ ଖବର ମଧ୍ୟ ମିଳିଥାଏ ।