ମୋଦୀଙ୍କ କବିତା ପଢି ଲତା ମଙ୍ଗେଶକର ଗଇଲେ ଏହି ଗୀତା, ଜିଣିଲେ ଦେଶବାସୀଙ୍କ ହୃଦୟ

ମୁମ୍ୱାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜଭାଷଣରେ ଏକ କବିତାର କିଛି ପଂକ୍ତି ‘ସୌଗନ୍ଧ୍ ମୁଝେ ଇସ ମିଟ୍ଟି କି’ର ବ୍ୟବହାର କରିଥିଲେ । ସେହି ପଂକ୍ତିଗୁଡିକୁ ସ୍ୱର କୋକିଳା ଲତା ମଙ୍ଗେଶକର ନିଜର କଣ୍ଠରେ ସଜାଇ ଦେଶର ବୀର ଯବାନ ଓ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ବିଜେପି ଏହି କବିତାକୁ ନିର୍ବାଚନ ପ୍ରଚାରର ଗୀତ କରିଛି ।
ସଂଗୀତ ଜଗତର କୋକିଲା, ଲତା ମଙ୍ଗେଶକର ନିଜର ଏହି ଦେଶଭକ୍ତି ଗୀତର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓଟିର ଆରମ୍ଭରେ ଲତା ମଙ୍ଗେଶକର କହୁଛନ୍ତି; କିଛି ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭାଷଣ ଶୁଣୁଥିଲେ, ସେ ଏକ କବିତାର କିଛି ପଂକ୍ତି । ମୋଦି ସେହି ଭାଷଣରେ ଯାହା କହିଥିଲେ ତାହା ବାସ୍ତବରେ ଦେଶବାସୀଙ୍କ ମନର କଥା ଥିଲା । ସେହି ପଂକ୍ତିଗୁଡିକ ଲତାଙ୍କ ମନକୁ ଛୁଇଁଯାଇଥିଲା । ତାକୁ ସେ ରେକର୍ଡ କରିଥିଲେ ଏବଂ ଆଜି ସେ ଗୀତକୁ ଦେଶର ବୀର ଯବାନ ଓ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି।
सौगंध मुझे इस मिट्टी की – https://t.co/vUixy4Ch5d
— Lata Mangeshkar (@mangeshkarlata) March 30, 2019
ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣରେ କହିଥିଲେ କି, ମା ଭାରତୀର ବୀରମାନଙ୍କୁ ପ୍ରଣାମ କରିବା ସହିତ ଆଜି ମୁଁ ୨୦୧୪ର ମୋର ସେହି ଶବ୍ଦଗୁଡିକୁ ଆଉଥରେ କହିବାକୁ ଯାଉଛି । ମେଁ ଦେଶ୍ ନେହିଁ ମିଟ୍ନେ ଦୁଂଗା, ମେଁ ଦେଶ୍ ନେହିଁ ରୁକ୍ନେ ଦୁଂଗା, ମେ ଦେଶ୍ ନେହିଁ ଝୁକ୍ନେ ଦୁଂଗା । ମେରେ ବଚନ ହୈ ଭାରତ୍ ମା କୋ, ତେରା ଶୀଶ ଝୁକ୍ନେ ନେହିଁ ଦୁଂଗା । ମୋଦିଙ୍କ ଏହି ପଂକ୍ତିରେ ବହୁତ ତାଳିମାଡ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଗୀତକୁ ସେୟାର କରି ଲତା ମଙ୍ଗେଶକରଙ୍କୁ କୃତଜ୍ଞତା ଜଣାଇବା ସହ ଟୁଇଟ୍ କରି ଲେଖିଛନ୍ତି, ଆପଣଙ୍କ ସ୍ନେହ ଆଶୀର୍ବାଦ ମୋର ପ୍ରେରଣାର ସ୍ରୋତ ।