ଦୁଇଟ ଛୁଆ ପରେ ଛାଡ଼ପତ୍ର ନେଲେ କିନ୍ତୁ ୪୦ବର୍ଷ ବୟସରେ ମଧ୍ୟ ନିଜର ସୌନ୍ଦର୍ଯ୍ୟରେ ମୁଗ୍ଧ କରି ଦେଉଛନ୍ତି, ଫିଲ୍ମୀ ଶୈଳୀରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

Spread the love

ବଲିଉଡର ଜଣା-ଶୁଣା ଅଭିନେତା ରିତିକ ରୋଶନ ଏବଂ ତାଙ୍କର ପତ୍ନୀ ସୁଜେନ ଖାନ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ବନ୍ଧୁ ଭଳି ରହିଥିଲେ । ଏହାପରେ ସେମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ । ରିତିକ ଏବଂ ସୁଜେନଙ୍କ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ରୂପରେ ଫିଲ୍ମୀ ଶୈଳୀର ଥିଲା । ରିତିକ ସୁଜେନଙ୍କୁ ଏକ ଟ୍ରାଫିକ ସିଗନାଲରେ ଦେଖିଥିଲେ ଏବଂ ତାଙ୍କୁ ଦେଖିବା ମାତ୍ରକେ ସେ ତାଙ୍କ ପାଇଁ ପାଗଳ ହୋଇ ଯାଇଥିଲେ ।

୨୦ ଡିସେମ୍ବର ୨୦୦୦ରେ ସେମାନେ ବିବାହ କରିଥିଲେ କିନ୍ତୁ ବିବାହର ୧୪ବର୍ଷ ପରେ ଉଭୟ ଛାଡ଼ପତ୍ର ଦେଇଥିଲେ କିନ୍ତୁ ସେମାନେ ନିଜ ପିଲାମାନଙ୍କ ଯୋଗୁଁ ପରସ୍ପର ବହୁତ ବନ୍ଧୁ ଭଳି ମିଶୁଛନ୍ତି । ଯେଉଁଠି ରିତିକ ବଲିଉଡରେ ଏକ ଅତି ସୁନ୍ଦର ପୁରୁଷ ଅଟନ୍ତି ଏବଂ ସୁଜେନ ମଧ୍ୟ ସୌନ୍ଦର୍ଯ୍ୟରେ କୌଣସି କମ୍ ନୁହନ୍ତି । ୪୦ବର୍ଷ ବୟସରେ ସୁଜେନଙ୍କ ସୌନ୍ଦର୍ଯ୍ୟରେ କାହାରୀ ଠାରୁ କମ୍ ନୁହେଁ । ଦେଖନ୍ତୁ ସୁଜେନଙ୍କ ଫୋଟ ।

ଯେତେବେଳେ ରିତିକ ଏବଂ ସୁଜେନଙ୍କର ଛାଡ଼ପତ୍ରର ଖବର ସାମ୍ନାକୁ ଆସିଥିଲା, ସେହି ସମୟରେ କାହାକୁ ମଧ୍ୟ ବିଶ୍ଵାସ ହୋଇନଥିଲା ଯେ, ଉଭୟ ଏତେ ବର୍ଷ ପର୍ଯ୍ୟନ୍ତ ଏକାଠି ରହିବା ପରେ ଅଲଗା ହେଉଛନ୍ତି । ଯେତେବେଳେ ସୁଜେନଙ୍କୁ ସେମାନଙ୍କର ଅଲଗା ହେବାର କଥା ପଚରା ଯାଇଥିଲା; ସେ କହିଥିଲେ, ଆମେ ଜୀବନର ସେହି ସ୍ଥାନରେ ପହଞ୍ଚି ଯାଇଥିଲୁ, ଯେଉଁଠି ଆମକୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲୁ । ଆମେ ଏହାମଧ୍ୟ ନିଷ୍ପତ୍ତି ନେଲୁ, ଗୋଟିଏ ନକଲି ସମ୍ପର୍କ ବଜାୟ ରଖିବା ଅପେକ୍ଷା ଆମେ ନିଜ-ନିଜ ଜୀବନରେ ଖୁସିରେ ରହିବା ଏବଂ ଅଲଗା ହୋଇଯିବା ବରଂ ଭଲ । ‘ଅଲଗା ହେବାପରେ ସେମାନଙ୍କ ମଧ୍ୟର ସମ୍ପର୍କ ଆହୁରି ଦୃଢ଼ ହେବାକୁ ଲାଗିଲା ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥାଏ । ଯେବେ ଏହି ବିଷୟରେ ସୁଜେନଙ୍କୁ ପଚାରା ଯାଇଥିଲା, ସେ କହିଥିଲେ ଯେବେଠାରୁ ଅଲଗା ହେବାର ନିଷ୍ପତ୍ତି ଆମେ ନେଲୁ, ସେବେ ଠାରୁ ଆମ ମଧ୍ୟରେ କଥା ବାର୍ତ୍ତା ଅଧିକ ହେବାକୁ ଲାଗିଲା । ଆମେ ବୋଧେ ଆଗରୁ ଏପରି କଥାବାର୍ତ୍ତା ହେଉନଥିଲୁ, ଯେପରି ଏବେ ହେଉଛୁ । ସୁଜେନ କହିଥିଲେ, ଉଭୟ ନିଜ ପିଲାଙ୍କୁ ନେଇ ପ୍ରତିଶ୍ରୁତି ବଧ ଅଛନ୍ତି । ଯେବେ ପିଲାଙ୍କ କଥା ଆସେ, ତେବେ ଆମେ ନିଜର ମତଭେଦକୁ ଭୁଲି ଯାଇ ନିଜ ପିଲାଙ୍କ ବିଷୟରେ ଭାବିବା ଆମର ପ୍ରଥମ କର୍ତ୍ତବ୍ୟ ଅଟେ ।

ଖବର ଅନୁସାରେ, ବର୍ତ୍ତମାନ ଯେପରି ଉଭୟ ଏତେ ନିକଟତ୍ତର ଲାଗିଲେଣି ଯେ, ବୋଧହୁଏ ସେମାନେ ପୁଣି ଏକାଠି ହୋଇଯିବେ । ଖବର ଅଛି ଯେ, ସୁଜେନଙ୍କ ନାମ ଅର୍ଜୁନ ରାମପାଲଙ୍କ ସହ ନିଆ ଯାଉଥିଲା । ସୁଜେନ ଏବଂ ଅର୍ଜୁନ ରାମପାଲଙ୍କର ନିକଟତ୍ତର ହେବା ଯୋଗୁଁ ରିତିକ ଏବଂ ସୁଜେନଙ୍କ ମଧ୍ୟରେ ଦୂରତା ଆସି ଯାଇଥିଲା ।