ବିଜେପିର 300 ଆସନ ପାର କରିବାର ଭବିଷ୍ୟବାଣୀ କରିଥିବା ପ୍ରଫେସରଙ୍କ ମୋଦୀ ସରକାରଙ୍କୁ ନେଇ ଜାରି କରିଛନ୍ତି ଏକ ନୂଆ…

Spread the love

ପୂର୍ବରୁ ଭବିଷ୍ୟବାଣୀ କରିଥିବା କାରଣରୁ ନିଲମ୍ବିତ ହୋଇଥିବା ବିକ୍ରମ ବିଶ୍ବଡିଦ୍ୟାଳୟର ପ୍ରୋଫେସର ଡା. ରାଜୁ ମୁସଲଗାଂବ କର ପୁଣି ଥରେ ମୋଦୀ ସରକାରଙ୍କୁ ନେଇ ଜାରି କରିଲେ ନୂଆ ଭବିଷ୍ୟବାଣୀ

୧୭ ତମ ଲୋକସଭା ନିର୍ବାଚନରେ ବିଜେପି ପାର୍ଟିର ପ୍ରଚଣ୍ଡ ବିଜୟ ଦ୍ଵାରା ବିପକ୍ଷ ଦଳ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛି । ନିର୍ବାଚନ ପୂର୍ବରୁ ବିଜେପିର ବିଜୟକୁ ନେଇ କେତେକ ଲୋକମାନେ ଭବିଷ୍ୟବାଣୀ କରିଥିଲେ, ଯେଉଁଥିରେ ପ୍ରୋଫେସର ଡା. ରାଜୁ ମୁସଲଗାଂବ କରଙ୍କର ନାମ ସାମିଲ ରହିଛି । ପ୍ରୋଫେସର ଡ. ରାଜୁ ମୁସଲଗାଂବ କରଙ୍କର ଭବିଷ୍ୟବାଣୀ ଶତ ପ୍ରତିଶତ ସଠିକ ହୋଇଛି କିନ୍ତୁ ସେ ମୋଦୀ ସରକାରଙ୍କ ବିଷୟରେ ଭବିଷ୍ୟବାଣୀ କରିଥିବା ଯୋଗୁଁ ତାଙ୍କୁ ଚାକିରୀରୁ ନିଲମ୍ବିତ କରି ଦିଆଯାଇଥିଲା । କହିବାକୁ ଗଲେ ନିର୍ବାଚନ ପୂର୍ବରୁ ସେ ନିଜର ଫେସବୁକ ଜରିଆରେ ଭବିଷ୍ୟବାଣୀ କରି ଦେଇଥିଲେ ।

ପ୍ରୋଫେସର ଡା. ରାଜୁ ମୁସଲଗାଂବକର ଲୋକସଭା ନିର୍ବାଚନରେ ୩୦୦ ପାର ବିଜେପିର ଭବିଷ୍ୟ ବାଣୀ କରିଥିଲେ , ଯାହାକି ସତ ପ୍ରମାଣିତ ହୋଇଛି । ଏହା ପରେ ବର୍ତ୍ତମାନ ସେ ଆଗାମୀ ପାଞ୍ଚ ବର୍ଷକୁ ନେଇ ବି ଅନ୍ୟ ଏକ ଭବିଷ୍ୟବାଣୀ କରି ଦେଇଛନ୍ତି । ଯେଉଁ କାରଣରୁ ସେ ପୁଣି ଥରେ ଚର୍ଚାର ବିଷୟ ହୋଇ ଯାଇଛନ୍ତି ।

ସବୁଠୁ ବିଶ୍ୱସନୀୟ ସରକାର ହେବ – ପ୍ରୋଫେସର ଡା. ରାଜୁ ମୁସଲଗାଂବକର

ମୋଦୀ ସରକାରଙ୍କର କାର୍ଯ୍ୟକାଳ ବିଷୟର କଥାବାର୍ତ୍ତା କରି ପ୍ରୋଫେସର ଅନ୍ୟ ଏକ ବଡ ଭବିଷ୍ୟବାଣୀ କରି ଦେଇଛନ୍ତି । ପ୍ରୋଫେସର କହିଲେ କି ଆସନ୍ତା ୫ ବର୍ଷ ମଧ୍ୟରେ ମୋଦୀ ସରକାର ଆହୁରି ଭଲ କାମ କରିବ । ଯାହା ଦ୍ଵାରା ଦେଶରେ ଶାନ୍ତି ରହିବ । ଏହା ଛଡା ମୋଦୀ ସରକାର ଦେଶର ସବୁଠୁ ବିଶ୍ଵସନୀୟ ସରକାର ହେବ, ଯାହାକି ପୁରୁଣା ସମସ୍ତ ରେକର୍ଡ ଭାଙ୍ଗିଦେବ । କହିଦେଉଛୁ ଯେ ପ୍ରୋଫେସରଙ୍କୁ ଆଚାର ସଂହିତାକୁ ଉଲ୍ଲଂଘନ କରିବା କାରଣରୁ ନିଲମ୍ବିତ କରାଯାଇଥିଲା ।

ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ ମୋଦୀ ସରକାର – ପ୍ରୋଫେସର

ଏନଡୀଏର ଦ୍ଵିତୀୟ କାର୍ଯ୍ୟକାଳ ବିଷୟରେ ପ୍ରୋଫେସର କହିଲେ କି ଏହି ସମୟରେ ମୋଦୀ ସରକାର ନୂଆ ନୂଆ କୀର୍ତିମାନ ସ୍ଥାପିତ କରିବେ । ଯାହା ଦ୍ଵାରା ଦେଶରେ ଶାନ୍ତିର ବ୍ୟବସ୍ଥା ରହିବ ଓ ଦେଶର ଚେହେରା ପୂରାପୂରି ବଦଳିଯିବ । ଦେଶ ଉନ୍ନତି ରାସ୍ତାରେ ସବୁଠୁ ଆଗରେ ବାହାରି ଯିବ ।

ଆଦର୍ଶ ଆଚାର ସଂହିତାର କରିଥିଲେ ଉଲ୍ଲଂଘନ

ପ୍ରୋଫେସର ଡା. ରାଜୁ ମୁସଲଗାଂବକର ନିର୍ବାଚନ ସମୟରେ ଆଦର୍ଶ ଆଚାର ସଂହିତାକୁ ଉଲ୍ଲଂଘନ କରିବା ମାମଲାରେ ନିଷ୍କାଷିତ କରାଯାଇଥିଲା । କାରଣ ସେ ବିଜେପିକୁ ୩୦୦ ପାର ଓ ଏନଡୀଏକୁ ପୂର୍ଣ ବହୁମତର ସହ ସରକାର ମିଳିବ ବୋଲି କହିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ବୟାନ ପରେ କଂଗ୍ରେସ ନିର୍ବାଚନ ଆୟୋଗକୁ ଏହାର ଅଭିଯୋଗ କରିଥିଲେ, ଯେଉଁ କାରଣରୁ ପ୍ରୋଫେସରଙ୍କୁ ନିଲମ୍ବିତ କରା ଯାଇଥିଲା ।

ଡା. ରାଜୁ ମୁସଲଗାଂବକର ଉଜ୍ଜୈନ ସ୍ଥିତ ବିକ୍ରମ ବିଶ୍ୱବିଦ୍ୟାଲୟରେ ଜ୍ୟୋତିର୍ବିଜ୍ଞାନ ଅଧ୍ୟୟନଶାଳା ର ପ୍ରୋଫ୍ରେସର ଥିଲେ । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ନିର୍ବାଚନ ମୌସମରେ କେତେକ ଲୋକମାନେ ଭବିଷ୍ୟବାଣୀ କରିଥିଲେ କି ବିଜେପି ସରକାର ଆସିବ, କିନ୍ତୁ ସେ ଆଚାର ସଂହିତା ସମୟରେ ଏହି ଭବିଷ୍ୟବାଣୀ କରିଥିଲେ ସେଥିପାଇଁ ପ୍ରୋଫେସରଙ୍କୁ ପଦରୁ ହଟାଇ ଦିଆ ଯାଇଥିଲା ।