ବଲିଉଡ ଅଭିନେତାଙ୍କ ଠାରୁ କିଛି କମ୍ ନୁହଁନ୍ତି ସୁସ୍ମିତା ସେନଙ୍କ ରୂପବାନ ଭାଇ, ନିଜ ବୟସର ୮ବର୍ଷରୁ କମ୍ ଝିଅକୁ ବାହା ହୋଇ ଚର୍ଚ୍ଚାକୁ ଆସିଲେ ।

Spread the love

ସୁସ୍ମିତା ସେନଙ୍କ ରୂପବାନ ଭାଇ କୋର୍ଟ ମେରେଇଜ କରି ସରିଲେ ଏବଂ ଏବେ ବିବାହର ଅନ୍ୟ ବିଧି ବିଧାନ ସବୁ ହେବ ।

ବଲିଉଡରେ ଏମିତି କିଛି ତାରକା ଅଛନ୍ତି ଯାହାଙ୍କ ବିଷୟରେ ହୋଇପାରେ ଆପଣମାନେ କେବେ ପଢିଥିବେ କିମ୍ବା ଶୁଣିଥିବେ । ପୁଣି ଆପଣ ସଲମାନ ଖାନ, ସାହାରୁଖ ଖାନ ନଚେତ ଅମୀର ଖାନଙ୍କ ଭଉଣୀଙ୍କୁ ନିଅନ୍ତୁ ନଚେତ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ କାହାରିକୁ ନିଅନ୍ତୁ । ସମସ୍ତଙ୍କର ବ୍ୟକ୍ତିଗତ ଜୀବନ ଅଛି । କିନ୍ତୁ ଏପରି କିଛି ତାରକା ଅଛନ୍ତି, ଯେଉଁମାନଙ୍କର ବ୍ୟକ୍ତିଗତ ଜୀବନକୁ ସେମାନେ ଚାହିଁଲେ ମଧ୍ୟ ଲୁଚାଇ ପାରନ୍ତି ନାହିଁ । ବଲିଉଡ ଅଭିନେତ୍ରୀ ଓ ପୂର୍ବ ବିଶ୍ୱସୁନ୍ଦରୀ ସୁସ୍ମିତା ସେନଙ୍କ ଭାଇଙ୍କ ସହ ଏପରି କିଛି ହୋଇଛି, ଯିଏକି ଅଳ୍ପ ଦିନ ପୁର୍ବରୁ ବିବାହ କରି ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ବଲିଉଡ ଅଭିନେତାଙ୍କ ଠାରୁ କିଛି କମ୍ ନୁହଁନ୍ତି ସୁସ୍ମିତା ସେନଙ୍କ ରୂପବାନ ଭାଇ, ଏହାଙ୍କ ବିଷୟରେ ଚାଲନ୍ତୁ ଆପଣଙ୍କୁ କହିବୁ ।

ବଲିଉଡ ଅଭିନେତାଙ୍କ ଠାରୁ କିଛି କମ୍ ନୁହଁନ୍ତି ସୁସ୍ମିତା ସେନଙ୍କ ରୂପବାନ ଭାଇ :

ବଲିଉଡ ଅଭିନେତ୍ରୀ ଓ ପୂର୍ବ ବିଶ୍ୱସୁନ୍ଦରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ନିଜ ବନ୍ଧବୀଙ୍କ ଚାରୁ ଅସୋପାଙ୍କ ସହ ବିବାହ କରି ସାରିଛନ୍ତି । ରାଜୀବ ଓ ଚାରୁ କୋର୍ଟ ମେରେଇଜ କରିଛନ୍ତି ଏବଂ ଏହି ବିବାହର ପ୍ରଥମ ଫୋଟୋ ସାମ୍ନାକୁ ଆସିଛି । ନିଜ ବିବାହରେ ରାଜୀବ ଧଳାରଙ୍ଗର ପାଇଜାମା କୁର୍ତ୍ତା ପିନ୍ଧିଥିଲେ ଏବଂ ଚାରୁ ନାଲିରଙ୍ଗର ଶାଢୀ ପିନ୍ଧିଥିଲେ । ରାଜୀବ ସୋସିଆଲ ମିଡିଆରେ ନିଜ ବିବାହର ଫୋଟୋ ଛାଡିଛନ୍ତି, ଦେଖନ୍ତୁ ଏହି ଫୋଟକୁ –

ଏହି ଫୋଟରେ ଦେଖିବେ ଯେ, ଉଭୟଙ୍କ ବେକରେ ବରମାଳା ପଡିଛି । ରାଜୀବ ଏବଂ ଚାରୁ ୬ମାସ ପୂର୍ବରୁ ମିଳାମିଶା ଆରମ୍ଭ କରିଥିଲେ । ଖବରରୁ ଜଣାପଡିଛି ଯେ ୧୬ ମଇରେ ରାଜୀବ ଏବଂ ଚାରୁ ରାଜସ୍ଥାନୀ ଏବଂ ବଙ୍ଗାଳୀ ନୀତି ନିୟମରେ ବିବାହ କରିବେ । ଏହି ବିବାହରେ କିଛି ନିକଟତର ସମ୍ପର୍କୀୟ ଉପସ୍ଥିତ ରହିବେ । ଏହି ବିଷୟକୁ ଚାରୁ ଏକ ସାକ୍ଷାତକାରରେ କହିଥିଲେ । ଆପଣ ଜାଣି ନିଅନ୍ତୁ ଯେ, ଚାରୁ ଏକ ଟିଭି ଅଭିନେତ୍ରୀ ଅଟନ୍ତି ଏବଂ ସୁସ୍ମିତା ସେନଙ୍କ ଭାଇ କୌଣସି ଅଭିନେତାଙ୍କ ଠାରୁ କମ୍ ନୁହଁନ୍ତି । ସୁସ୍ମିତା ସେନଙ୍କ ଭାଇ ବହୁତ ସୁନ୍ଦର କିନ୍ତୁ ସେ ବଲିଉଡରେ କାମ କରିବା ବିଷୟରେ ଭାବି ନାହାଁନ୍ତି ।

ବଲିଉଡର ଅଭିନେତା ପାଇଁ ଯୋଗ୍ୟ ଅଟନ୍ତି ରାଜୀବ :

ରାଜୀବ ଏକ ବଲିଉଡର ଅଭିନେତା ପାଇଁ ଯୋଗ୍ୟ ଅଟନ୍ତି ଏବଂ ସେ କେତେ ଥର ମନୀଷ ମଲହୋତ୍ରଙ୍କ ଫ୍ୟାସନ ଶୋ’ରେ ମଧ୍ୟ ଦେଖା ଯାଇଥିଲେ । ରାଜୀବ ଦୁବାଇରେ ରୁହନ୍ତି ଏବଂ ମୁମ୍ବାଇ ଯିବା ଆସିବ କରନ୍ତି । ରାଜୀବଙ୍କ ନାମ ଚାରୁଙ୍କ ପୁର୍ବରୁ କୃତି ସେନନଙ୍କ ଭଉଣୀ ନୁପୁର ସେନନଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ରାଜୀବ ଏହି କଥାକୁ ସ୍ଵୀକାର କରୁନାହାନ୍ତି । କିନ୍ତୁ ଉଭୟ କେବେ ମଧ୍ୟ ନିଜ ସମ୍ପର୍କ ବିଷୟରେ କଥା ହୋଇ ନାହାନ୍ତି । ଏହା ଛଡା କ୍ରୁତିକା ସେଙ୍ଗରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା । ବିଶ୍ୱସୁନ୍ଦରୀ ରହିଥିବା ସୁସ୍ମିତା ସେନ ନିଜ ଭାଇଙ୍କୁ ଅତ୍ୟଧିକ ପ୍ରେମ କରନ୍ତି ଏବଂ ସୁସ୍ମିତା ସେନ ସବୁ ରକ୍ଷାବନ୍ଧନରେ ରାଜୀବଙ୍କୁ ରାକ୍ଷୀ ବାନ୍ଧି ସୋସିଆଲ ମିଡିଆରେ ଭିଡିଓ ଛାଡ଼ନ୍ତି ।