ଅଙ୍କିତା ଲୋଖଣ୍ଡେଙ୍କ ପରେ ଏବେ “ମିଷ୍ଟ୍ରି ଗାର୍ଲ”ଙ୍କ ଉପରେ ଆସିଛି ସୁଶାନ୍ତ ସିଂହ ରାଜପୁତଙ୍କ ହୃଦୟ, ଫୋଟଗୁଡିକ ଭାଇରଲ ହୋଇଛି ।

Spread the love

ଅଙ୍କିତା ଲୋଖଣ୍ଡେଙ୍କ ସହିତ ବ୍ରେକଅପ ପରେ ମିଷ୍ଟ୍ରି ଗାର୍ଲଙ୍କୁ ଡେଟ୍ କରୁଛନ୍ତି ସୁଶାନ୍ତ ସିଂହ ରାଜପୁତ ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଲଦାଖର ସୁଟିଂ କରୁଛନ୍ତି କିନ୍ତୁ ଏହା ଭିତରେ ତାଙ୍କର ଗୋଟେ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି, ଯେଉଁଥିରେ ତାଙ୍କ ସହିତ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ହଁ ଆଜ୍ଞା, ସେହି ଝିଅଙ୍କ ସାଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ନାମ ଯୋଡ଼ା ଯାଉଛି । ଖାଲି ଏତିକି ନୁହେଁ, ଏମିତି ମଧ୍ୟ କୁହାଯାଉଛି ଯେ, ସେ ଝିଅ ଜଣକ ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଅଟନ୍ତି । କାରଣ ଫୋଟୋରେ ଦୁହେଁ ବହୁତ ପାଖାପାଖି ଦେଖା ଯାଉଛନ୍ତି । ଏହି ଫୋଟୋଟିକୁ ସୁଶାନ୍ତ ସିଂହ ରାଜପୁତ ନୁହେଁ ବରଂ ସେହି ମିଷ୍ଟ୍ରି ଗାର୍ଲ ସେୟାର କରିଥିଲେ ଏବଂ ସେଠାରେ ସେ ଗୋଟିଏ ସୁନ୍ଦର କେପ୍ସନ ମଧ୍ୟ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ନଜର ଆସିଥିବା ଏହି ମିଷ୍ଟ୍ରି ଗାର୍ଲ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ, ଯିଏକି ଜଣେ ସିନେ ତାରକା ଅଟନ୍ତି । ଚଳଚ୍ଚିତ୍ର ନାୟିକା ରିୟା ଚକ୍ରବର୍ତ୍ତୀ “ମେରେ ଡେଡ଼ କି ମାରୁତି”ରୁ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଜଣେ ଟିଭି ଅଭିନେତ୍ରୀ ରୂପେ କାମ କରିଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତ ଚଳଚ୍ଚିତ୍ର ଲାଦାଖରେ ଏକାଠି ନଜର ଆସିବେ, ଯେଉଁଠାରୁ ଦୁଇଜଣଙ୍କ ଫୋଟୋଗୁଡିକ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଛି । ଫୋଟୋଗୁଡ଼ିକ ସାମନାକୁ ଆସିବ ପରେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ସିଂହ ରାଜପୁତ ଉଭୟଙ୍କର ଡେଟିଙ୍ଗର ଖବର ମଧ୍ୟ ସୋସିଆଲ ମିଡ଼ିଆରେ ବହୁ ଜୋରରେ ଭାଇରଲ ହେବାକୁ ଲାଗିଛି ।

ରିୟା ସୁଶାନ୍ତଙ୍କ ସହିତ ନିଜର ଜନ୍ମଦିନ ପାଳନ କଲେ :

ବର୍ତ୍ତମାନ ନିକଟରେ ହିଁ ରିୟା ଚକ୍ରବର୍ତ୍ତୀ ନିଜ ଜନ୍ମଦିନର କିଛି ଫୋଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କ ସହିତ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନଜର ଆସିଥିଲେ । ଏହି ଫୋଟୋ ସହିତ ରିୟା ଚକ୍ରବର୍ତ୍ତୀ ଏକ ସୁନ୍ଦର କେପ୍ସନ ମଧ୍ୟ ଲେଖିଥିଲେ ଯେ, “ଏହି ଜନ୍ମ ଦିନଟି ମୋ ପାଇଁ ବହୁତ ବିଶେଷ ଅଟେ ।” ଏହାର ଅର୍ଥ ସ୍ପଷ୍ଟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁତା ରିୟା ଚକ୍ରବର୍ତ୍ତୀଙ୍କ ସହିତ କିଛି ବିଶେଷ ଅଟେ, ଯାହା ପାଇଁ ସେମାନେ ଦୁଇଜଣ ଏକା ସହିତ ସମୟ ମଧ୍ୟ ବିତାଉଛନ୍ତି । ଏତିକି ହିଁ ନୁହେଁ, ରିୟା ଚକ୍ରବର୍ତ୍ତୀଙ୍କ ହୃଦୟ ମଧ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆସିଯାଇଛି ।

କଣ ସୁଶାନ୍ତ ସିଂହ ରାଜପୁତ ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ କରୁଛନ୍ତି କି ?

ମିଡ଼ିଆ ଖବର ଅନୁସାରେ ସୁଶାନ୍ତ ସିଂହ ରାଜପୁତ ନିଜ ଚଳଚ୍ଚିତ୍ର ଲଦାଖର ସୁଟିଂ ପାଇଁ ଯାଇଛନ୍ତି କିନ୍ତୁ ରିୟା ଚକ୍ରବର୍ତ୍ତୀ ସେଠାକୁ କେବଳ ବୁଲିବା ପାଇଁ ଯାଇଛନ୍ତି । ସେହି କାରଣ ଯୋଗୁଁ ଏହି କଥାଟି ଆହୁରି ବେଗରେ ବଢିଚାଲିଛି । ଏମିତି କୁହାଯାଉଛି ଯେ, ରିୟା ଓ ସୁଶାନ୍ତ ସିଂହ ରାଜପୁତ ପରସ୍ପରକୁ ଡେଟ୍ ମଧ୍ୟ କରୁଛନ୍ତି, କିନ୍ତୁ ବର୍ତ୍ତମାନ ଏହି ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ । ଏହାର ଅର୍ଥ ସ୍ପଷ୍ଟ ଯେ, ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ହୃଦୟ ରିୟା ଚକ୍ରବର୍ତ୍ତୀ ଉପରେ ଆସିଯାଇଛି, ଯାହା ସହିତ ସେ ସମୟ ଅତିବାହିତ କରୁଥିବାର ଦେଖାଯାଉଛି ।

ଅଙ୍କିତା ଲୋଖଣ୍ଡେଙ୍କୁ ଡେଟ କରିସାରିଛନ୍ତି :

ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ନାମ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଜଡିତ ହୋଇଥିଲା । ଅଙ୍କିତା ଲୋଖଣ୍ଡେ ଓ ସୁଶାନ୍ତ ସିଂହ ରାଜପୁତ ପରସ୍ପରକୁ ବହୁତ ବର୍ଷ ଧରି ଡେଟ୍ କରୁଥିଲେ କିନ୍ତୁ ପରେ ଦୁଇଜଣଙ୍କ ମଧ୍ୟରେ ବ୍ରେକ ଅପ୍ ହୋଇଗଲା । ଆପଣ ଜଣାଇ ଦେଉଛୁ ଯେ, ଅଙ୍କିତା ଲୋଖଣ୍ଡେଙ୍କ ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କ ବହୁତ ସୁଦୃଢ଼ ଥିଲା, କିନ୍ତୁ ବଲିଉଡ଼କୁ ଆସିବା ପରେ ଦୁଇଜଣଙ୍କ ମଧ୍ୟର ବ୍ରେକ୍ ଅପ୍ ହୋଇଗଲା । କାମ ବିଷୟରେ ଆଲୋଚନା କରିବାରୁ ଜଣାପଡିଛି ଯେ, ସୁଶାନ୍ତ ସିଂହ ରାଜପୁତ ତାଙ୍କର ଆଗାମୀ ଚଳଚ୍ଚିତ୍ର “ଛିଛୋରେ”ର ସୁଟିଂରେ ବ୍ୟସ୍ତ ଅଛନ୍ତି ।