ଭାରତରୁ ଚିରଦିନ ପାଇଁ ଲୋପ ପାଇବ ଏହି ଶବ୍ଦ “ବାଞ୍ଝ”, ଆଉ କେଉଁ ମହିଳାଙ୍କୁ କେହି କେହିବେ ନାହିଁ । ସବୁ ମାଆଙ୍କ କୋଳରେ ଖେଳିବା ଶିଶୁ ସନ୍ତାନ

Spread the love

ଗତକାଲି ସଂସଦରେ ଆଗତ ହୋଇଥିଲା ଏକ ଗୁରୁତ୍ୱପୁଣ୍ଣ ସରୋଗେସି ରେଗୁଲେସନ ବିଲ୍ । ନିଃସନ୍ତାନ ହେତୁ ଅଧିକାଂଶ ସମୟରେ ଅନେକ ମହିଳାଙ୍କୁ “ବାଞ୍ଛ” ଏହି ଶବ୍ଦଟି ଶୁଣିବାକୁ ପଢୁଛି । କିନ୍ତୁ ଏଣିକି ଆଉ ଯେଉଁ ମହିଳା ଏହି ଅପଶବ୍ଦ ଶୁଣିବେ ନାହିଁ । କାରଣ ଆଉ କେଉଁ ମହିଳାଙ୍କ କୋଳ ଖାଲି ରହିବ ନାହିଁ । ସମସ୍ତ ମହିଳାଙ୍କ କୋଳରେ ଖେଳିବେ ଶିଶୁ ସନ୍ତାନ । ହଁ ଆଜ୍ଞା, ଏହିପରି ଅସମ୍ଭବକୁ ସମ୍ଭବ କରିବା ପାଇଁ କେନ୍ଦ୍ର ସରକାର ଆଣିଛି ଏକ ନୂଆ ନୀତି । ଗତକାଲି ସଂସଦରେ ପ୍ରଣୀତ ହୋଇଛି ସରୋଗେସି ରେଗୁଲେସନ ବିଲ୍ । ବିରୋଧୀଙ୍କ କେତେକ ସଂଶୋଧନ ପ୍ରସ୍ତାବ ପରେ ମଧ୍ୟ ଲୋକସଭାରେ ଏହି ବିଲ୍ ବହୁ ମତରେ ଲୋକସମର୍ଥ ପାଇଥିଲା ।

ସଂସଦରେ ବୁଧବାର ଗୃହୀତ ହୋଇଛି ସରୋଗେସୀ ବିଲ୍ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ବିଲ ସଦନରେ ଆଗତ କରିଥିଲେ ଏବଂ ନିଜର ମନ୍ତବ୍ୟରେ କହିଥିଲେ ଯେ, ଏହା ନାରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନାରୁ ମୁକ୍ତି ଦେବାର ଏକ ଉତ୍ତମ ମାଧ୍ୟମ । ସରୋଗେସୀ ମାଧ୍ୟମରେ ସମାଜ ଭିତରେ ଛୁଆ ଜନ୍ମ କରି ନ ପାରି ନିର୍ଯାତନା ପାଉଥିବା ମହିଳାଙ୍କୁ ତ୍ରାହି ମିଳିବ ଏବଂ ଏହି ସରୋଗେସୀ ମାଧ୍ୟମରେ ସମାଜରେ ସେହିପରି ମହିଳାମାନେ ବେଶ୍ ଆନନ୍ଦରେ ଜୀବନ ଅତିବାହିତ କରିପାରିବେ ।

ସରୋଗେସୀ କଣ ଆସନ୍ତୁ ଜାଣବା ?

ପତ୍ନୀ ଯେତେବେଳେ ଗର୍ଭଧାରଣ କରିବାକୁ ଅକ୍ଷମ ଥିବ ଏବଂ ସ୍ୱାମୀର ଶୁକ୍ରାଣୁରେ କୌଣସି ସମସ୍ୟା ନଥିବ, ସେତେବେଳେ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ନିଜ ସ୍ୱାମୀଙ୍କ ଶୁକ୍ରାଣୁ ସ୍ଥାପନ କରି ଶିଶୁକୁ ଜନ୍ମ କରାଇବା ହେଉଛି ସରୋଗେସୀ ।

ସୁପ୍ରିମକୋର୍ଟ ଏବଂ ବିଧି ଆୟୋଗଙ୍କ ସୁପାରିଶ କ୍ରମେ ଏହି ବିଲ ପ୍ରସ୍ତୁତ କରାଯାଇଥିଲା । ଅତ୍ୟାଧୁନିକ ବିଜ୍ଞାନର ଉପଯୋଗ କରି କୌଣସି ନିଃସନ୍ତାନ ପରିବାରରେ ସାନ୍ତାନଟି ଜନ୍ମହେବା ଖୁସିର କଥା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଜେ. ପି. ନଡ୍ଡା କହିଛନ୍ତି ।