ଅକ୍ଷୟ କୁମାରଙ୍କ ଏହି ନାୟିକା ଖୁଲାସ (ସ୍ପଷ୍ଟ) କଲେ…। ସାମ୍ନାକୁ ଆସିଲା ବଲିଉଡର ଆଶ୍ଚର୍ଯ୍ୟ ଜନକ ସତ୍ୟତା ।

Spread the love

ଦୁଇ ବର୍ଷ ତଳେ ‘#MeToo’ ଅଭିଯାନ ଚାଲିଥିଲା ଯାହାର ଅନ୍ତର୍ଗତ କେତେକ ଏପରି ଅଭିନେତ୍ରୀ ମାନେ ସାମ୍ନାକୁ ଆସିଲେ । ଯେଉଁ ମାନଙ୍କ ସହ ଇଣ୍ଡଷ୍ଟ୍ରିରେ କିଛି ନା କିଛି ଖରାପ ବ୍ୟବହାର ହୋଇଛି । ଏହି ମଧ୍ୟରେ କେତେକ ବଡ଼ ଚେହେରା ଅପରାଧୀ ହୋଇ ସାମ୍ନାକୁ ଆସିଲେ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଗଲା କିନ୍ତୁ ଆଜି ମଧ୍ୟ ଏହି କ୍ରମାନୁବୃତ୍ତି ବନ୍ଦ ହୋଇ ନାହିଁ । ଏପରି ବହୁତ ଅଭିନେତ୍ରୀମାନେ ଯେଉଁମାନେ ଏହି ମାୟାନଗରୀକୁ ଫେରିବା ପାଇଁ ଚାହାଁନ୍ତି ନାହିଁ । କାରଣ ସେମାନଙ୍କର ଅତୀତର ଅନୁଭବ ବହୁତ ଖରାପ ଥିଲା ଏବଂ ସେମାନେ ଏଗୁଡ଼ିକୁ ଭୁଲି ପାରୁ ନାହାନ୍ତି । କିଛି ଏପରି ହୋଇଥିଲା ବିଗତ ଦିନରେ ଯେତେବେଳେ ଅକ୍ଷୟ କୁମାରଙ୍କ ଏହି ନାୟିକା ସ୍ପଷ୍ଟ କଲେ, ସେ ଏହି କଥା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ଅକ୍ଷୟ କୁମାରଙ୍କ ଏହି ନାୟିକା ସ୍ପଷ୍ଟ କଲେ :

ବଲିଉଡରେ ସମସ୍ତେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚାହାଁନ୍ତି କିନ୍ତୁ ଯଦି ଏଠାରେ ତାଙ୍କୁ କିଏ ବୁଝିପାରେ ନାହିଁ ଏବଂ ଖରାପ ଦୃଷ୍ଟିରେ ବ୍ୟବହାର କରେ, ତାହାହେଲେ ସେ କେତେ ଦିନ ପର୍ଯ୍ୟନ୍ତ ଏହିସବୁ ବିଷୟକୁ ସହ୍ୟ କରୁଥିବ । ଏପରି କିଛି ପଞ୍ଜାବୀ ଫିଲ୍ମର ସୁପରଷ୍ଟାର କୁହାଯାଉଥିବା ଅଭିନେତ୍ରୀ ନିରୁ ବାଜବାଙ୍କ ସହ ହୋଇଥିଲା । ଯିଏକି ପଞ୍ଜାବୀ ଫିଲ୍ମକୁ ଏକ ଅଲଗା ଶିଖରରେ ପହଞ୍ଚାଇ ଥିଲେ କିନ୍ତୁ ବଲିଉଡରେ ତାଙ୍କର ଅଭିଜ୍ଞତା ବହୁତ ଖରାପ ଥିଲା ।

ନିରୁ ନିଜର ଫିଲ୍ମ ରାଡ଼ଡାର ପ୍ରମୋସନ ପାଇଁ ବ୍ୟସ୍ତ ଅଟନ୍ତି ଯାହା ୨୧ ଜୁନରେ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଏବଂ ଗୀତକାର ଦଲଜିତ ଦୋଷାଞ୍ଝା ଅଛନ୍ତି ଏବଂ ପ୍ରମୋସନ ସମୟରେ ମଧ୍ୟ ସେ ନିରୁଙ୍କ ସହ ଥିଲେ । ଏହି ମଧ୍ୟରେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ପଚାରା ଯାଇଥିଲା, ବଲିଉଡରେ କାମ କରିବା ପରେ ତାହାର ଅଭିଜ୍ଞତା କଣ ଥିଲା ? ଏହାର ଉତ୍ତରରେ ସେ କହିଲେ, ଯେତେବେଳେ ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଗଲେ ତାଙ୍କୁ ଗୋଟିଏ ନୁହଁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥିଲା । ଏପରି କିଛି ଫିଲ୍ମ ନିର୍ମାତାମାନେ ତାଙ୍କ ସହ ଅଶ୍ଳୀଳ କଥା କହିଥିଲେ ଯାହାକୁ ସେ କହି ପାରିବେ ନାହିଁ । ବଲିଉଡର ପରିବେଶ ପରିଶ୍ରମ କରୁଥିବା ଅଭିନେତ୍ରୀଙ୍କ ପାଇଁ ବହୁତ ଖରାପ ଅଟେ ସେଥିପାଇଁ ସେ ପଞ୍ଜାବୀ ଫିଲ୍ମରେ କାମ କରି ଖୁସି ଅଟନ୍ତି ।

ନିରୁ କହିଥିଲେ, “ମୁଁ ହୁଏତ ବଲିଉଡର କିଛି ଫିଲ୍ମରେ କାମ କରିଛି କିନ୍ତୁ ଭବିଷ୍ୟତରେ କୌଣସି କାମ ବଲିଉଡରେ କରିବା ପାଇଁ ଚାହେଁନି । କାରଣ ବଲିଉଡକୁ ନେଇ ମୋର ଅନୁଭବ ବହୁତ ଖରାପ ରହିଛି । ମୁଁ ଏଠାରେ ଏପରି ଏକ ସମସ୍ୟାର ସାମ୍ନା କରିଛି, ଯାହା ବହୁତ ଭୟଙ୍କର ଥିଲା ଏବଂ ଶେଷରେ ମୁଁ ଦୁଇଟି ଫିଲ୍ମ କରିବା ପରେ ଏଠାରୁ ନିଜକୁ ଦୂରେଇବାକୁ ନିଷ୍ପତି ନେଇସାରିଛି ।” ଆପଣମାନେ ଜାଣିଛନ୍ତି, ନିରୁ ବାଜବା ଅକ୍ଷୟଙ୍କ ସହ ୨୬ ସ୍ପେସିଆଲ ଏବଂ ବିବେକ ଅବରଏ ସହ ପ୍ରିନ୍ସରେ କାମ କରିଥିଲେ । ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ନିଜର ଫୋଟକୁ ନିଜ ପ୍ରଶଂସକ ମାନଙ୍କ ପାଇଁ ସେୟାର କରିଥାନ୍ତି ।