ସୂର୍ଯ୍ୟ ଗ୍ରହଣ ପରେ ଏହି 5ଟି କାମ କଲେ ଆପଣ ହୋଇପାରନ୍ତି ମାଲାମାଲ

Spread the love

ଆପଣମାନେ ଆଜି ଯାଏଁ ଗ୍ରହଣ ବା ସୂର୍ଯ୍ୟପରାଗ ସମୟରେ ଲୋକେ ବହୁତ ସାଵଧାନୀ ଆପଣେଇବାର ଦେଖିଥିବେ କିନ୍ତୁ ଆପଣ ଏହା ଜାଣିଛନ୍ତି କି ସୂର୍ଯ୍ୟ କିମ୍ବା ଚନ୍ଦ୍ରରେ ଲାଗି ଥିବା ପରାଗ ବା ଗ୍ରହଣ ଆପଣଙ୍କୁ ମାଲାମାଲ ବି ବନେଇ ପାରିବ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଯଦି ଆପଣ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଶେଷ ହେବା ପରେ, ଏହି ଉପାୟ ଯଦି ଆପାଣିବେ ତେବେ ଟଙ୍କା ପଇସା ଜନିତ ସମସ୍ୟା ବା ଅଭାବ ଚିର ଦିନ ପାଇଁ ଦୂର ହୋଇ ଯାଇପାରେ । ଆସନ୍ତୁ ଜାଣିବା ଆମ ଜୀବନରେ ସୂର୍ଯ୍ୟ ପରାଗରେ କଣ କଲେ ଆମ ଜୀବନ ଉପରେ ଭଲ ପ୍ରଭାବ ପଢିବା ।

ଶାସ୍ତ୍ର ଅନୁସାରେ ଗ୍ରହଣ ବା ସୂର୍ଯ୍ୟପରାଗ ସମୟର ଶେଷ ହେବା ପରେ ଶାରିରୀକ ଶୁଦ୍ଧି ପାଇଁ ସର୍ବପ୍ରଥମେ ସ୍ନାନ କରିବା ପରେ ନୂଆ ନ ହେଲେ ବି ସଫା ପରିଷ୍କାର କପଡା ପରିଧାନ କରନ୍ତୁ ।

ଶାରୀରିକ ଶୁଦ୍ଧି ପରେ ମାନସିକ ଶାନ୍ତି ପାଇଁ ମଧ୍ୟ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ପୁରା ଘରେ ଗଙ୍ଗା ଜଳର ଛିଞ୍ଚନ କରନ୍ତୁ ।

ଗ୍ରହଣ ବା ସୂର୍ଯ୍ୟପରାଗ ଶେଷ ହେବା ପରେ ଭଗବାନଙ୍କର ଦର୍ଶନ କରିବା ବହୁତ ଲାଭ ଦାୟକ ହୋଇଥାଏ । ବ୍ୟକ୍ତିକୁ ଘର ପାଖରେ ଥିବା କୌଣସି ବି ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ଅଟେ ।

ଗ୍ରହଣ ଶେଷ ହେବା ପରେ ଦାନ କରିବାର ବି ଏକ ଖାସ୍ ମହତ୍ତ୍ୱ ଥାଏ । ଗ୍ରହଣ ବା ସୂର୍ଯ୍ୟପରାଗ ଶେଷ ହେବା ପରେ ଯେତିକି ସମ୍ଭବ ଦାନ ନିଶ୍ଚିତ କରନ୍ତୁ । ଗ୍ରହଣ ବା ସୂର୍ଯ୍ୟପରାଗ ସମୟରେ ରାହୁ ଓ କେତୁଙ୍କର ପୂଜା କରିବା ବହୁତ ଶୁଭଦାୟକ ହୋଇଥାଏ ।

ଘର ମନ୍ଦିରରେ ବିରାଜମାନ ଭଗବାନଙ୍କୁ ଗ୍ରହଣ ବା ପରାଗ ଶେଷ ହେବା ପରେ ନୂଆ ବସ୍ତ୍ର ପିନ୍ଧାନ୍ତୁ । ଏହା ଛଡା ଗାଈକୁ ରୁଟି ଖୁଆଇବାକୁ ଦିଅନ୍ତୁ, ଏହା ଦ୍ୱାରା ଦ୍ୱାରା ଧନର ଦେବୀ ମା’ଲକ୍ଷ୍ମୀ ଠାକୁରାଣୀ ପ୍ରସନ୍ନ ହୋଇଥାନ୍ତି । ଆଉ ଘରେ ଧନ ସମ୍ପତ୍ତିର କିଛି ଅଭାବ ରହି ନ ଥାଏ ।

ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଗ୍ରହଣ ବା ପରାଗ ଶେଷ ହେବା ପରେ ଇନ୍ଦ୍ର ଦେବଙ୍କର ପୂଜା କରିବା ବି ପ୍ରଥା ରହିଛି । ଘରେ ସବୁବେଳେ ସୁଖ ଶାନ୍ତି ଆନନ୍ଦର ମହଲ ରହିବା ପାଇଁ ତୁଳସୀ ଗଛ ପାଖରେ ଦୀପକ ନିଶ୍ଚିତ ଜଳେଇବା ଦରକାର ଅଟେ ।