“ଜିୟା ଖାନଙ୍କ ଆତ୍ମହତ୍ୟା” କେଶ୍ ରେ ଗିରଫ ହୋଇଥିବା ସୁରଜ ପଞ୍ଚୋଲି ନୀରବ ଭାଙ୍ଗି କହିଲେ, “ମତେ ବହୁତ ଭଲ ପାଉଥିଲା …”

Spread the love

ବଲିଉଡର ବହୁତ ସୁନ୍ଦର ଅଭିନେତା ସୁରଜ ପଞ୍ଚୋଲି ନିଜର ଫିଲ୍ମ୍ ବ୍ୟତୀତ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା କେଶ୍ କାରଣରୁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଆଜ୍ଞା ଏହି ମାମଲା ଉପରେ ଅଧିକାଂଶରେ ସୁରଜ ମିଡ଼ିଆ ଆଗରେ ନିଜର ମତାମତ ଦେବାକୁ ଯାଇ ଅନେକ ଥର ଚର୍ଚ୍ଚାକୁ ଆସଛନ୍ତି ଏବଂ ପୁଣିଥରେ ସୁରଜ ପଞ୍ଚୋଲୀ ଗାର୍ଲ୍ ଫ୍ରେଣ୍ଡ୍ ଜିୟା ଖାନ୍ ଏବଂ ଜେଲରେ ବିତାଇ ଥିବା ସେହି ଦିନ ଗୁଡ଼ିକୁ ମନେ ପକାଇଥିଲେ । ଯେତେବେଳେ କି “ସେ ଜିୟା ଖାନଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିବା କେଶରେ ଗିରଫ ହୋଇଥିଲେ ।”

ହଁ ଆଜ୍ଞା, କିଛି ଦିନ ପୂର୍ବରୁ ସୁରଜ ଏକ ଇଂରାଜୀ ୱେବସାଇଟ ପିଙ୍କବିଲାକୁ ଇଣ୍ଟରଭ୍ୟୁ ଦେଇଥିଲେ ଏବଂ ସେଠାରେ ସେ ନିଜର ଆତ୍ମୀୟ ଜୀବନ ସହିତ ଜିୟା ଖାନଙ୍କ ବିଷୟରେ ମଧ୍ୟ କିଛି ଗୁପ୍ତା କଥା ପ୍ରକାଶ କରିଥିଲେ । ସେଠାରେ ସୁରଜ ପଞ୍ଚୋଲି କହିଥିଲେ କି “ଯେତେବେଳେ ତାଙ୍କୁ ଜିୟା ଖାନଙ୍କ ଆତ୍ମହତ୍ୟା ଆରୋପରେ ଗିରଫ କରାଯାଇଥିଲା, ସେତବେଳେ ତାଙ୍କୁ ଆର୍ଥର୍ ରୋଡ୍ ସ୍ଥିତ ଅଣ୍ଡା ସେଲ୍ (ଏକାନ୍ତ ଜେଲ୍)ରେ ରଖା ଯାଇଥିଲା । ଯେଉଁଠାରେ କି ସ୍ଥାନଟି ପୁରା ନିଛାଟିଆ ଥିଲା, “ସେହି ସମୟରେ ସୁରଜ କହିଥିଲେ କି – “ମତେ ଅଣ୍ଡା ସେଲରେ ରଖା ଯାଇଥିଲା, ଯେଉଁଠାରେ କି ସ୍ଥାନଟି ପୁରାପୁରି ସୁନ୍ ସାନ୍ ଥିଲା । ଯେଉଁଠାରୁ ଆପଣ କାହା ସହିତ ମଧ୍ୟ ସମ୍ପର୍କ କରି ପାରିବେ ନାହିଁ ଏବଂ ସେଠାରେ ଖବର କାଗଜ ଭଳି କିଛି ଜିନିଷ ମଧ୍ୟ ନଥାଏ । ମୁଁ ପୁରାପୁରି ଭାବେ ଡରି ଯାଇଥିଲି । ମୁଁ ବୁଝିପାରୁ ନ ଥିଲି ଏସବୁ କଣ ହେଉଛି ? କେବଳ ମୁଁ ସବୁବେଳେ ଏହା ଚିନ୍ତା କରୁଥିଲି, ମୁଁ ଏମିତି ଜଣକୁ ହଜେଇ ଦେଲି ଯିଏକି ମତେ ବହୁତ ଭଲ ପାଉଥିଲା” ।

ଆପଣ ସମସ୍ତଙ୍କୁ ଜଣାଇ ଦେଉଛୁ ଯେ, ସୁରୋଜ୍ ପଞ୍ଚୋଲି ଜିୟା ଖାନ୍ ଏବଂ ଜେଲରେ ବିତାଇ ଥିବା ନିଜର ସମସ୍ତ ଦିନକୁ ଏହି ସମୟରେ ପ୍ରକାଶ କରିବାକୁ ଲାଗିଛନ୍ତି ଯାହାକୁ ଶୁଣି ଆପଣ ମଧ୍ୟ ଚମକି ଯିବେ । ଆପଣ ତୋ ଜାଣିଥିବେ ସୁରଜ ପଞ୍ଚୋଲି ଫିଲ୍ମ୍ ଠାରୁ ଅଧିକ ଜିୟା ଖାନଙ୍କ ମର୍ଡର କେଶ୍ ପାଇଁ ଅଧିକ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥାନ୍ତି ଏବଂ ବିତି ଯାଇଥିବା ବର୍ଷକୁ ନିଜର ୨୮ତମ ଜନ୍ମ ଦିନର ମଉକାରେ ସୁରଜ ଜିୟା ଖାନଙ୍କ କେଶ୍ ଉପରେ ନିଜର ମତାମତ ଦେଇଥିଲେ ।

ସେହି ସମୟରେ ସେ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଗୋଟିଏ ଲମ୍ବା ପୋଷ୍ଟ ଲେଖିଥିଲେ ଏବଂ ନିଜ ହୃଦୟର କଥା ଅନେକ ଦିନ ପରେ ଲୋକଙ୍କ ଆଗରେ ବାଖ୍ୟା କରିଥିଲେ । ଯଦି କଥା ହେବା ସେହି କେଶ୍ ବିଷୟରେ ତେବେ ଜିୟା ଖାନ୍ ୨୦୧୩ ମସିହାରେ ବେଡ଼ରୁମରେ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କର ଆତ୍ମହତ୍ୟା ପରେ ପୋଲିସ ଜିୟା ଖାନଙ୍କ ବାେୟ ଫ୍ରେଣ୍ଡ୍ ସୁରଜଙ୍କୁ ଗିରଫ କରିଥିଲେ । ଖବର ଅନୁସାରେ “ସେ ଦୁହେଁ ଲିବ-ଇନ୍ ରିଲେଶନଶିପ୍ ରେ ଥିଲେ । ପ୍ରଥମେ ପ୍ରଥମେ ଅନୁସନ୍ଧାନ କରିବା ପରେ ଆଗକୁ ଆସିଥିଲା ଯେ ଜିୟା ଖାନ୍ ଡିପ୍ରେଶନରେ ଆସି ଏହି ରାସ୍ତା ଆପଣାଇ ଥିଲେ । କେବଳ ଏତିକି ହିଁ ନୁହେଁ ମେସେଜ, କଲ୍ ର ଡିଟେଲସ୍ ମଧ୍ୟ ସୁରଜଙ୍କ ଭୂମିକା ଉପରେ ପ୍ରଶ୍ନ ବାଚକ ଚିହ୍ନ ଲଗାଇଥିଲା । ସୁରଜ ତାଙ୍କୁ ଧମକ ଦେବା ଭଳି ମେସେଜ କରୁଥିଲେ ।” ଏମିତିରେ ଏହି କଥାରେ କେତେ ସତ୍ୟତା ଅଛି ତାହା କେବଳ ସୁରଜ ହିଁ କହିପାରିବେ ” ।