ସନି ଦେଓଲଙ୍କ ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ଏହି ୪ ଜଣ ଅଭିନେତା, ତୃତୀୟଙ୍କ ସହିତ ତ ମାରପିଟ ହୋଇ ଯାଇଥିଲା ।

Spread the love

ବଲିଉଡର ପ୍ରତ୍ୟେକ କଳାକାର ଜଣେ ଅନ୍ୟ ଜଣଙ୍କର ବନ୍ଧୁ ହେବେ ତାହା ବାଧ୍ୟ ନୁହେଁ । ଅନେକ ଏମିତି କଳାକାର ଅଛନ୍ତି, ଯେଉଁମାନେ ଜଣେ ଅନ୍ୟଜଣକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ବଲିଉଡର ଶକ୍ତିଶାଳୀ ଅଭିନେତା ସନି ଦେଓଲ, ଯିଏ ଇଣ୍ଡଷ୍ଟ୍ରିର ଏହି ପ୍ରସିଦ୍ଧ କଳାକାରମାନଙ୍କ ସହ କମ ନଜର ଆସନ୍ତି । ସନି ଦେଓଲଙ୍କ ସବୁଠୁ ବଡ଼ ଶତ୍ରୁ ଅଟନ୍ତି, ଏହି ୪ ଜଣ ଅଭିନେତା । ସେଥି ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ବଲିଉଡର ଦୁଇଟି ଖାନ ଏବଂ ଦୁଇଜଣ ଅନ୍ୟ ଅଭିନେତା, ଯିଏ ବର୍ତ୍ତମାନ ବଡ଼ କଳାକାର ରୂପେ ପରିଚିତ ଅଛନ୍ତି । ସନି ଦେଓଲ ବଲିଉଡରେ ଅନେକ ସୁପରହିଟ ଏବଂ ଦେଶଭକ୍ତି ଚଳଚ୍ଚିତ୍ର କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସନି ଦେଓଲ ସବୁ ଛୋଟ-ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ସହିତ କାମ କରିଛନ୍ତି । ଏମିତିରେ କଣ କାରଣ ହୋଇଥିବ ଯେ, ସେ ଇଣ୍ଡୋଷ୍ଟ୍ରିର ବଡ଼ ଅଭିନେତାମାନଙ୍କ ଉପରେ ଅସନ୍ତୋଷ ଅଛନ୍ତି ?

ସନି ଦେଓଲଙ୍କ ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ଏହି ୪ ଜଣ ଅଭିନେତା :

ସନି ଦେଓଲ ଇଣ୍ଡୋଷ୍ଟ୍ରିର ସବୁଠାରୁ ଶକ୍ତିଶାଳୀ ଏବଂ କ୍ରୋଧି ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ଏମିତି ତ ତାଙ୍କର ସ୍ୱଭାବ ବହୁତ ଭଲ କିନ୍ତୁ ସେ ଯଦି ରାଗି ଯାଆନ୍ତି; ତେବେ ନଳକୂପକୁ ମଧ୍ୟ ଉପାଡି ଦିଅନ୍ତି । ତେବେ ଚାଲନ୍ତୁ ଆପଣଙ୍କୁ କହିବା ସେହି ୪ ଜଣ ଅଭିନେତା ଯାହାକୁ ଦେଖିଲେ ସନି ଦେଓଲଙ୍କୁ ଅସହ୍ୟତା ହୋଇଉଠନ୍ତି ।

୧) ଶାହରୁଖ ଖାନ :

୧୯୯୩ ମସିହାରେ ୟଶ ଚୋପ୍ରାଙ୍କ ନିର୍ଦ୍ଧେଶିତ ଫିଲ୍ମ ‘ଡର’ରେ ସନି ଦେଓଲ ଏବଂ ଶାହରୁଖ ଖାନ ଏକାଠି ନଜର ଆସିଥିଲେ । ଫିଲ୍ମରେ ସନି ଦେଓଲ ନାୟକ ଏବଂ ଶାହରୁଖ ଖାନ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ସନି ଦେଓଲ ଥିଲେ ମଧ୍ୟ ଦର୍ଶକ ଶାହରୁଖ ଖାନଙ୍କ ପାଇଁ ତାଳି ବଜେଇଥିଲେ । ସନିଙ୍କୁ ଏହା ଖରାପ ଲାଗିଥିଲା ଏବଂ ସେ ଏହି ବିଷୟରେ ୟଶ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଲେ କିନ୍ତୁ ସେ ଅନ୍ୟ କିଛି କଥାକୁ ନେଇ ସନିଙ୍କ କଥାକୁ ଭୁଲେଇ ଦେଲେ । ଏହାପରେ ସନି ଦେଓଲ ଏବଂ ଶାହରୁଖ ଖାନଙ୍କ ମଧ୍ୟରେ ସମ୍ପର୍କ ବିଗିଡି ଗଲା ଏବଂ ଏହାପର ଏହି ଦୁହେଁଙ୍କୁ କେଉଁଠି ମଧ୍ୟ ଦେଖିବାର ନିଜର ଆସି ନାହିଁ ।

୨) ଆମୀର ଖାନ :

୨୦୦୦ ମସିହାରେ ଫିଲ୍ମ “ଲଗାନ” ଏବଂ “ଗଦାର ଏକ ପ୍ରେମ କଥା” ଦୁଇଟି ଫିଲ୍ମ ଗୋଟିଏ ଦିନରେ ରିଲିଜ ହୋଇଥିଲା । ସନି ଦେଓଲ ଏହି ବିଷୟରେ ଆପତ୍ତି କରି ଆମୀର ଖାନଙ୍କୁ ଅନୁରୋଧ କରିଥିଲେ ଯେ, ସେ ତାଙ୍କ ଫିଲ୍ମର ତାରିଖ ଆଗକୁ ଘୁଞ୍ଚାଇବା ପାଇଁ କିନ୍ତୁ ଆମୀର ଖାନ ଏପରି କଲେ ନାହିଁ ଏବଂ ଫିଲ୍ମ ଦୁଇଟି ଏକା ସହିତ ରିଲିଜ ହୋଇଥିଲା । ଯଦିଓ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରି ରେକର୍ଡ ଭାଙ୍ଗିବାରେ ସଫଳ ହେଲା କିନ୍ତୁ ଏହାପର ଠାରୁ ସନି ଦେଓଲ ପୁଣି କେବେ ମଧ୍ୟ ଆମୀର ଖାନଙ୍କ ସହ କଥା ହୋଇ ନାହାଁନ୍ତି ।

୩) ଅନୀଲ କପୁର :

ବଲିଉଡର ଶ୍ରେଷ୍ଠ ଅଭିନେତା ଅନୀଲ କପୁର ଯିଏ ତାଙ୍କର ଭିନ୍ନ ଭିନ୍ନ ଶୈଳୀର ନାଚ ପାଇଁ ପ୍ରସିଦ୍ଧ ହୋଇଛନ୍ତି । ତାଙ୍କର କେବେ କାହା ସହିତ ଝଗଡା ହୋଇଥିବ ! ଏହା ଆପଣଙ୍କୁ କଣ ବିଶ୍ୱାସ ଲାଗୁଛି ? ହଁ ଆଜ୍ଞା, ସନି ଦେଓଲ ଏବଂ ଅନୀଲ କପୁରଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । କାରଣ ଫିଲ୍ମ “ରାମ ଅବତାର” ସୁଟିଂ ସମୟରେ ଏ ଦୁଇଜଣଙ୍କ ମଧ୍ୟରେ ବହୁତ ବଡ଼ ଝଗଡା ହୋଇଥିଲା, ଏମିତି କି ଦୁଇଜଣ ପରସ୍ପର ଉପରକୁ ହାତ ମଧ୍ୟ ଉଠେଇ ଥିଲେ ।

୪) ଅଜୟ ଦେବଗନ :

ସନି ଦେଓଲ ତାଙ୍କ ଭାଇ ବୋବି ଦେଓଲଙ୍କୁ ପାଇଁ ଅଜୟ ଦେବଗନଙ୍କ ନିକଟକୁ ଯାଇଥିଲେ ଏବଂ ଫିଲ୍ମ “ଦି ଲେଜେଣ୍ଡ ଅଫ୍ ଭଗତ ସିଂହ”ରେ ଆଜାଦ ଭୂମିକା ବୋବି ଦେଓଲଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଅଜୟ ଦେବଗନ ସିଧାସଳଖ ମନା କରି ଦେଇଥିଲେ । ଏହି କାରଣରୁ ସନି ଦେଓଲ କେବେ ଅଜୟ ଦେବଗନକୁ ଆଉ ବୁଲି କରି ମଧ୍ୟ ଚାହିଁ ନାହାଁନ୍ତି ।