୩୫ ବର୍ଷ ପୂର୍ବେ ଲୁଚି-ଛୁପି ବିବାହ କରିଥିଲେ ସନ୍ନି ଦେବଲ । କିନ୍ତୁ ଆଜି ମଧ୍ୟ ସନ୍ନିଙ୍କ ପତ୍ନୀ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।

Spread the love

ବଲିଉଡର ପ୍ରସିଦ୍ଧ ଏକ୍ସନ ହିରୋ ନିଜ ଜୀବନରେ ରୋମାଞ୍ଚକ ରୂପେ ବିବାହ କରିଥିଲେ ଏବଂ ସନ୍ନିଙ୍କ ପତ୍ନୀଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ପଡିବେ ।

ପ୍ରେମ ଏବଂ ପୀଡ଼ା କାହାରିକୁ ଲୁଚାଇ ପାରିବ ନାହିଁ । କାରଣ ଏହି ଦୁଇଟି ଚେହେରାରୁ ଜଣା ପଡି ଯାଇଥାଏ । ବଲିଉଡର କିଛି ତାରକାଙ୍କ ପ୍ରେମ ବିଷୟରେ ଦୁନିଆକୁ ଅଜଣା ନାହିଁ । କିନ୍ତୁ କିଛି ତାରକାଙ୍କ ବିଷୟରେ ଲୋକେ ସେତିକି ହିଁ ଜାଣିଥାନ୍ତି, ଯେତିକି ତାଙ୍କୁ ଜଣା ଯାଇଥାଏ । ଯଦି ଆମେ ବଲିଉଡର ଏକ୍ସନ ହିରୋ ସନ୍ନି ଦେବଲଙ୍କ ବିଷୟରେ କହିବା, ତେବେ ଶୁଣନ୍ତୁ ସେ ଏକ ରୋମାଞ୍ଚକ ଢଙ୍ଗରେ ବିବାହ କରିଥିଲେ ଏବଂ ଵିଵାହର ବହୁ ବର୍ଷ ପରେ ମଧ୍ୟ ତାଙ୍କର ପତ୍ନୀ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।ପ୍ରାୟ ସମସ୍ତେ ସନ୍ନି ନିଜସ୍ୱ ଜୀବନ ବିଷୟରେ ଖୁବ୍ କମ ଜଣାନ୍ତି କିନ୍ତୁ ଗୋଟିଏ କଥା ସେ ପ୍ରକାଶ କରିଛନ୍ତି ଯେ, ସେ ଲୁକ୍କାୟିତ ରୂପେ ବିବାହ କରିଥିଲେ ।

୩୫ ବର୍ଷ ପୂର୍ବେ ଲୁକ୍କାୟିତ ରୂପେ ସନ୍ନି ଦେବଲ ବିବାହ କରିଥିଲେ :

ହିନ୍ଦୀ ଫିଲ୍ମର ରୂପେଲି ପରଦାରେ ଲୋକଙ୍କୁ “ବେତାଵ”, “ଦାମିନି”, “ଗଦର”, “ଘାୟଲ” ଏବଂ “ଇଣ୍ଡିଆନ” ଭଳି ଫିଲ୍ମର ଭେଟି ଦେଇଥିବା ସନ୍ନି ଦେବଲ ବର୍ତ୍ତମାନ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ବିଜେପି ସନ୍ନିଙ୍କୁ ଗୁରୁଦାସପୁରରୁ ନିର୍ବାଚନ ଟିକଟ ଦେଇଥିଲା ଏବଂ ସନ୍ନି ସେହି ଆସନରୁ ବିଜୟ ଲାଭ କରିଛନ୍ତି । ଏହା ରାଜନୈତିକ ଅଟେ ବର୍ତ୍ତମାନ ଆମେ ଆପଣଙ୍କୁ ନିଜସ୍ୱ ଜୀବନ ବିଷୟରେ କହିବୁ । ସନ୍ନିଙ୍କ ଜଣେ ପତ୍ନୀ ଏବଂ ଦୁଇଜଣ ପୁଅ ଅଛନ୍ତି । ନିଜ ଜୀବନ ବିଷୟରେ ସନ୍ନି ମିଡ଼ିଆ ଠାରୁ ଦୁରେଇ ରଖିଛନ୍ତି । ସନ୍ନି ୩୫ ବର୍ଷ ପୂର୍ବେ ବିବାହ କରିଥିଲେ । ଦୁହେଁ ଦୁହିଁଙ୍କୁ ଛୋଟ ବେଳୁ ଜାଣିଥିଲେ । କାରଣ ଦୁହିଁଙ୍କ ପରିବାର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଥିଲା । ଏହି କାରଣରୁ ଦୁହେଁ ବିବାହ କିମ୍ବା କୌଣସି ଅନ୍ୟ ଫଙ୍କସନରେ ଭେଟଘାଟ ହେଉଥିଲା । ଶୁଣିବା ପାଇଁ ମିଳିଛି ସନ୍ନିଙ୍କ ବିବାହ ତାଙ୍କର ପ୍ରଥମ ଫିଲ୍ମ “ବେତାଵ” ପୂର୍ବରୁ ହୋଇ ଯାଇଥିଲା କିନ୍ତୁ ବିବାହ ବିଷୟରେ ସମସ୍ତଙ୍କୁ ଅଛପା ରଖା ଯାଇଥିଲା ।

ଫିଲ୍ମ “ବେତାଵ” ଏକ ପ୍ରେମ ସମ୍ବନ୍ଧୀୟ ଫିଲ୍ମ ଥିଲା ଏବଂ ନିର୍ଦ୍ଦେଶକ ଏବଂ ଧର୍ମେନ୍ଦ୍ରଙ୍କୁ ଭୟ ଥିଲା କାଳେ ସନ୍ନିଙ୍କ ବିବାହ ଖବର ଶୁଣିବା ପରେ ଲୋକେ ସନ୍ନିଙ୍କୁ ପସନ୍ଦ କରି ନ ପାରନ୍ତି । ବହୁ ବର୍ଷ ପରେ ହିଁ ଦୁହିଁଙ୍କ ବିବାହ ଖବର ସମସ୍ତଙ୍କୁ ଜଣା ପଡିଥିଲା । ସନ୍ନିଙ୍କ ପତ୍ନୀ ପୂଜା ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି ଏବଂ ସନ୍ନିଙ୍କ ପାରିବାରିକ ଫୋଟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳେ ନାହିଁ । ସନ୍ନିଙ୍କ ପତ୍ନୀ ପୂଜା ଲାଇମ-ଲାଇଟରୁ ଦୁରେଇ ରହିଛନ୍ତି ଏବଂ ନିଜ ପିଲାଙ୍କୁ ଉପଯୁକ୍ତ ଭାବରେ ଲାଳନ ପାଳନ କରୁଛନ୍ତି । ସନ୍ନିଙ୍କ ହୋମ ପ୍ରଡକ୍ସନରେ ନିର୍ମିତ “ୟମଲା ପାଗଲା ଦିୱାନା-2” ଚଳଚିତ୍ରରେ ଆପଣ ପୂଜାଙ୍କୁ ଅତିଥି କଳାକାର ରୂପେ ଦେଖି ପାରିବେ । ପୂଜାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଐଶ୍ୱର୍ଯ୍ୟା ରାୟ ଖୁବ୍ ପସନ୍ଦ ଅଟନ୍ତି ।

ପୁଅ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି :

ସନ୍ନିଙ୍କ ବଡ଼ ପୁଅ କରଣ ଦେବଲ “ପଲ୍ ପଲ୍ ଦିଲ୍ କେ ପାସ୍” ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମରେ ସନ୍ନି ଦେବଲ ପ୍ରଥମ ଥର ନିର୍ଦ୍ଦେଶନାର ଭାର ସମ୍ଭାଳୁଛନ୍ତି । କରଣ ନିଜ ପିତାଙ୍କ ପରି ଦେଖିବା ପାଇଁ ହ୍ୟାଣ୍ଡସମ ଅଟନ୍ତି । ସନ୍ନି ଜଣେ ରାଜନେତାଙ୍କ ହିସାବରେ ଭଲ ନେତା ହେବା ପାଇଁ ଚାହୁଁଛନ୍ତି ।ସନ୍ନି ଚାହୁଁଛନ୍ତି, ତାଙ୍କ ପୁଅ କରଣ ମଧ୍ୟ ନିଜ ପରିବାରର ପରମ୍ପରାକୁ ବଜାୟ ରଖୁ ।