ଏହି ଭାରତୀୟ କ୍ରିକେଟ ଖେଳାଳୀଙ୍କ ହୃଦୟ ଦେଇ ବସିଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ! ଏହା ପୂର୍ବରୁ ବହୁତ ଝିଅ ଏହି କ୍ରିକେଟରଙ୍କ ପାଇଁ ପାଗଳ ଅଛନ୍ତି ।

Spread the love

ବଲିଓଡ଼ରେ ଏବେ ଷ୍ଟାର କିଡ୍ସମାନଙ୍କ ସମୟ ଚାଲିଛି ଓ ବହୁତ ଷ୍ଟାର କିଡ୍ସ ବଲିଓଡ଼ରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରୁଛନ୍ତି ଏବଂ ବହୁତ ଗୁଡ଼ିଏ ଷ୍ଟାର କିଡ୍ସ ନିଜ ଫିଲ୍ମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଫିଲ୍ମରେ ନିଜ କ୍ୟାରିୟର ତିଆରି କରିବା ସହିତ କେତେକ ଷ୍ଟାର କିଡ୍ସ ନିଜ ଜୀବନ ସାଥୀ ମଧ୍ୟ ଚୟନ କରିବାରେ ଲାଗି ପଡିଛନ୍ତି । ଏଠାରେ ଆମେ କାହାର ନାମ ନେବୁ ନାହିଁ କିନ୍ତୁ ଏମିତି ବହୁତ ଫିଲ୍ମ ଷ୍ଟାର ଅଛନ୍ତି । ବଲିଓଡ଼ର ଏକ୍ସନ ହିରୋ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ମଧ୍ୟ ସଲମାନ ଖାନଙ୍କ ନିଜହାଉସ ପ୍ରଡକ୍ସନରେ ତିଆରି ହୋଇଥିବା ଫିଲ୍ମ “ହିରୋ” ଦ୍ୱାରା ବଲିଓଡ଼ରେ ଡେବ୍ୟୁ କରି ସାରିଛନ୍ତି । କିନ୍ତୁ ଏବେ ମଧ୍ୟ ଏକ ସୁପର ହିଟ୍ ଫିଲ୍ମର ଖୋଜରେ ଅଛନ୍ତି ଆଥିୟା ସେଟ୍ଟୀ । ବର୍ତ୍ତମାନ ସେ ନିଜ ହୃଦୟ ଅନ୍ୟ କାହାରିକୁ ଦେଇଛନ୍ତି ବୋଲି ଅନୁଭବ କରୁଛନ୍ତି । ଏହି ଭାରତୀୟ କ୍ରିକେଟ ଖେଳାଳୀଙ୍କୁ ହୃଦୟ ସହ ପସନ୍ଦ କରୁଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ । ସେ ଖେଳାଳୀ ଜଣକ କିଏ ଆସନ୍ତୁ ଜାଣିବା ।

ଏହି ଭାରତୀୟ କ୍ରିକେଟ ଖେଳାଳୀଙ୍କ ଉପରେ ଆସିଲା ସୁନୀଲ ସେଟ୍ଟୀଙ୍କ ଝିଅର ହୃଦୟ :

ଆଥିୟା ସେଟ୍ଟୀ ବଲିଉଡର ସେହି ଷ୍ଟାର କିଡ୍ସଙ୍କ ଲିଷ୍ଟରେ ଅଛନ୍ତି; ଯେଉଁମାନ ବିଦେଶରେ ମଧ୍ୟ ଲୋକପ୍ରିୟ ଏବଂ ଦେଶ ବାହାରେ ମଧ୍ୟ ତାଙ୍କର ବହୁତ ସମର୍ଥକ ଅଛନ୍ତି । ରୈପର ଡ୍ରେକ ତାଙ୍କ ଫିଲ୍ମ “ମୁବରକା”କୁ ଲଗାତାର ତିନି ଥର ଦେଖିଥିଲେ ଏବଂ ସଲମାନ ଖାନ ଏହି ଅଭିନେତ୍ରୀଙ୍କୁ ନିଜ ପ୍ରଡକ୍ସନ ଫିଲ୍ମ “ହିରୋ” ଜରିଆରେ ମେଗା ଲଞ୍ଚ କରିଥିଲେ । ସୁନୀଲ ସେଟ୍ଟୀଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ମଧ୍ୟ ଅଟନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରେମର ଚର୍ଚ୍ଚା ବହୁତ ହେଉଛି । ବଲିଓଡ଼ରେ ଏମିତି ଖବର ଆସୁଛି ଯେ, ଆଥିୟାଙ୍କ ହୃଦୟ ଭାରତୀୟ କ୍ରିକେଟର ଦମଦାର ଖେଳାଳୀ କେ.ଏଲ.ରାହୁଲଙ୍କ ଉପରେ ଆସିଯାଇଛି ଓ ସେ ତାଙ୍କୁ ଡେଟ୍ ମଧ୍ୟ କରୁଛନ୍ତି ।

ଯେହେତୁ ଏହି ଖବର ଉପରେ ଭାରତୀୟ କ୍ରିକେଟ ଟିମର ବ୍ୟାଟସ୍-ମ୍ୟାନ୍ କେ.ଏଲ.ରାହୁଲ କିଛି ଟିପ୍ପଣୀ ଦେଇନାହାନ୍ତି ଏବଂ ବର୍ତ୍ତମାନ ସେ ୨୦୧୯ ବିଶ୍ଵକପ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ବଲିଉଡ଼ ଲାଇଫକୁ କହିଥିଲେ ଯେ , “ସେ କୌଣସି ଅଭିନେତ୍ରୀଙ୍କୁ ଡେଟ୍ କରୁ ନାହାଁନ୍ତି ।” କିନ୍ତୁ ଏହାପରେ ମଧ୍ୟ ଆଥିୟା ସେଟ୍ଟୀଙ୍କ ସହିତ ତାଙ୍କ ଅଫେରର ଚର୍ଚ୍ଚା ଏବେ ବହୁ ଜୋରରେ ଚାଲିଛି । ବଲିଉଡ଼ ଲାଇଫର ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ରାହୁଲ ଓ ଆଥିୟା ପରସ୍ପର ସହିତ ସମୟ ଅତିବାହିତ କରୁଛନ୍ତି । ସେମାନେ ଉଭୟ ପରସ୍ପରଙ୍କୁ ଏହି ବର୍ଷ ଫେବୃୟାରୀ ଠାରୁ ଡେଟ୍ କରିବା ଆରମ୍ଭ କରିଛନ୍ତି ଓ ଏବେ କଥାଟା ବହୁତ ଗମ୍ଭୀର ଅଛି ।’ ଏହି ଦୁଇ ଜଣ ଅର୍ଥାତ ରାହୁଲ ଓ ଆଥିୟା ଏକ ସାଧରଣ ସାଙ୍ଗଙ୍କ ଜରିଆରେ ମିଶି ଥିଲେ ଏବଂ ବର୍ତ୍ତମାନ ଦୁଇଜଣଙ୍କ ମଧ୍ୟରେ ଗମ୍ଭୀର ଭାବେ ବନ୍ଧୁତା ସ୍ଥାପନ ହୋଇ ଯାଇଛି ।

ଏହି ଦୁଇଜଣଙ୍କୁ ଥରେ ମାତ୍ର ହିଁ ଏକାଠି ନଜର ଆସିଥିଲା । ଯେବେ ତାଙ୍କର ଜଣେ ବନ୍ଧୁ ଆକାଂକ୍ଷା ରଞ୍ଜନ କପୂର ଏପ୍ରିଲରେ ତାଙ୍କ ସହିତ ଇଂଷ୍ଟଗ୍ରାମରେ ଏକ ଫୋଟୋ ସେୟାର କରିଥିଲେ । ଏହା ପରେ ଏହି ଖବର ଆସିଲା ଯେ, ରାହୁଲ ଆକାଂକ୍ଷାଙ୍କ ସହିତ ଡେଟ୍ କରୁଛନ୍ତି କିନ୍ତୁ ପରେ ଏହି ଖବରଟି ମିଥ୍ୟା ବୋଲି ଜଣାପଡ଼ିଲା । ବଲିଉଡ଼ ଲାଇଫ ଯେବେ ଆଥିୟାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କଲେ, କୌଣସି କାରଣ ବଶତଃ ଆଥିୟାଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ । ଅନ୍ୟପକ୍ଷରେ କ୍ରିକେଟ ଖେଳାଳୀ କେ.ଏଲ.ରାହୁଲ ଏବେ ଭାରତୀୟ ଦଳ ପାଇଁ ଲଣ୍ଡନ ଠାରେ ୱାଲର୍ଡ଼ କପ ଖେଳୁଛନ୍ତି । ତେଣୁ ତାଙ୍କ ସହିତ ମଧ୍ୟ ସମ୍ପର୍କ ହୋଇପାରି ନାହିଁ । ଏହା ପ୍ରଥମ ଥର ପାଇଁ ନୁହେଁ ଯେବେ କେ.ଏଲ.ରାହୁଲଙ୍କ ସହିତ କୌଣସି ଅଭିନେତ୍ରୀଙ୍କ ନାମ ଯୋଡ଼ାଯାଉଛି, ଏହା ପୂର୍ବରୁ ମଧ୍ୟ ତାଙ୍କ ନାମ ନିଧି ଅଗ୍ରୱାଲଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ନିଧି ଏହି କଥାର ଖଣ୍ଡନ କରିଥିଲେ ।