ତୁଳା ରାଶିରେ ପ୍ରବେଶ କରୁଛି ସୂର୍ଯ୍ୟ, ଜାଣନ୍ତୁ ରାଶି ଗୁଡିକ ଉପରେ କଣ ଏହାର ପ୍ରଭାବ ପଡିବ ?

Spread the love

ଜୋତିଷ୍କ ଶାସ୍ତ୍ର ଅନୁସାରେ ୨୧ ଅକ୍ଟୋବରରୁ ସୂର୍ଯ୍ୟ ରାଶିଚକ୍ରରେ ନିଜର ସ୍ଥିତି ପରିବର୍ତ୍ତନ କରୁଛି ଏବଂ କନ୍ୟାରୁ ତୁଳା ରାଶିରେ ପ୍ରବେଶ କରିବା, ଯାହାଫଳରେ ଅନେକ ଲୋକଙ୍କ କୁଣ୍ଡଳୀରେ ଖରାପ ପ୍ରଭାବ ପଡିପାରେ ଏବଂ ଅନେକ ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ ।ସୂର୍ଯ୍ୟ, ରାଶିଚକ୍ରରେ ନିଜ ସ୍ଥିତି ପରିବର୍ତ୍ତନ ଫଳରେ ସମସ୍ତ ୧୨ଟି ରାଶି ଉପରେ କଣ ପ୍ରଭାବ ପଡିବ ଆସନ୍ତୁ ଜାଣିବେ ।

ସୂର୍ଯ୍ୟର ରାଶିଚକ୍ରରେ ସ୍ଥିତି ପରିବର୍ତ୍ତନ ଜାଣନ୍ତୁ ରାଶି ଗୁଡିକ ଉପରେ କଣ ପ୍ରଭାବ ପଡିବ :

ମେଷ :

ସୂର୍ଯ୍ୟ ଗ୍ରହର କନ୍ୟାରୁ ତୁଳା ରାଶିରେ ପ୍ରବେଶ କରିବା କାରଣରୁ ଏହି ରାଶିର ଲୋକଙ୍କୁ କଷ୍ଟ ସହିବା ପାଇଁ ପଡିପାରେ । ଏହି ରାଶିର ଜାତକର ଲୋକଙ୍କୁ ଶାରୀରିକ ପୀଡା ହୋଇପାରେ । ସ୍ୱାସ୍ଥ୍ୟ ବ୍ୟତୀତ ମେଷ ରାଶିର ଲୋକଙ୍କୁ ଆର୍ଥିକ ହାନି ସହିବା ପାଇଁ ପଡିପାରେ ।

ବୃଷ :

ସୂର୍ଯ୍ୟର ତୁଳା ରାଶିରେ ପ୍ରବେଶ ଫଳରେ ଏହି ରାଶିର ଲୋକଙ୍କ ଜୀବନରେ ଭଲ ପ୍ରଭାବ ପଡିବ ଏବଂ ଏହି ରାଶିର ଲୋକଙ୍କୁ ଧନ ଲାଭ ହେବ । କିନ୍ତୁ ଶରୀର ସମ୍ବନ୍ଧୀୟ ସମସ୍ୟା ବୃଷ ରାଶିର ଲୋକଙ୍କୁ ଭୋଗିବା ପାଇଁ ପଡିପାରେ ।

ମିଥୁନ :

ସୂର୍ଯ୍ୟର ରାଶି ପରିବର୍ତ୍ତନ ଫଳରେ ମିଥୁନ ରାଶିର ଲୋକଙ୍କ ପାଇଁ ଲାଭଦାୟକ ଅଟେ ଏବଂ ଏହି ରାଶିର ଲୋକଙ୍କ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହି ରାଶିର ଲୋକେ କୌଣସି ବିବାଦରେ ଫସି ପାରନ୍ତି ।

କର୍କଟ :

ଏହି ରାଶିର ଲୋକଙ୍କୁ ମାନସିକ ଅଶାନ୍ତି ଲାଗି ରହିବ ଏବଂ କାର୍ଯ୍ୟରେ ଅସଫଳ ପ୍ରାପ୍ତ ହେବ । ଏହା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଵଚ୍ଛଳତା କ୍ଷେତ୍ରରେ ମଧ୍ୟ କେତେକ ଅଭବନୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ ।

ସିଂହ :

ସୂର୍ଯ୍ୟର ରାଶି ପରିବର୍ତ୍ତନ ଫଳରେ ସିଂହ ରାଶିର ଲୋକଙ୍କୁ ଶୁଭ ଖବର ମିଳିବ ଏବଂ ଏହି ରାଶିର ଲୋକଙ୍କ ପ୍ରତିଟି କାର୍ଯ୍ୟ ପୂର୍ଣ୍ଣ ହେବ ।କୌଣସି କାର୍ଯ୍ୟ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା :

ପତିପତ୍ନୀଙ୍କ ମଧ୍ୟରେ କଳି ଲାଗି ରହିବ ଏବଂ ସମ୍ବନ୍ଧ ବିଗିଡି ପାରେ । ଏହି କାରଣରୁ ଏହି ରାଶିର ଲୋକେ ଭାବି ବିଚାରି ନିଜ ଜୀବନ ସାଥିଙ୍କ ସହ କଥାବାର୍ତ୍ତା କରନ୍ତୁ ।

ତୁଳା :

ଏହି ରାଶିର ବ୍ୟକ୍ତି କୌଣସି ନୂତନ ଦ୍ରବ୍ୟ କିଣନ୍ତୁ ନାହିଁ ଏବଂ ବିବାଦରୁ ଦୁରେଇ ରୁହନ୍ତୁ । ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ବିଛା :

ସୂର୍ଯ୍ୟଗ୍ରହର ସ୍ଥାନ ପରିବର୍ତ୍ତନ ଫଳରେ ଏହି ରାଶିର ବ୍ୟକ୍ତିଙ୍କୁ ଦୁଃଖ ସହିବା ପାଇଁ ପଡିପାରେ । ଏହି ରାଶିର ବ୍ୟକ୍ତି ଏହି ସମୟରେ ବାହନ କ୍ରୟରୁ ନିବୃତ ରୁହନ୍ତୁ ।

ଧନୁ :

ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହୋଇପାରେ ଏବଂ ପ୍ରତିଟି କାର୍ଯ୍ୟରେ ସଫଳତା ହାସଲ କରିବେ । ବ୍ୟବସାୟ ସମ୍ବନ୍ଧୀୟ କାରବାରରେ ଲାଭବା ହେବେ ।

ମକର :

ପରିବାରର ଲୋକଙ୍କ ସହ ସମ୍ପର୍କ ଠିକ ହେବ ଏବଂ ପ୍ରତିଟି କାର୍ଯ୍ୟ ସଫଳ ହେବ । କିନ୍ତୁ ବାଦବିବାଦ ଠାରୁ ଦୂରେଇ ରହିବ ଭଲ ଏବଂ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ ।

କୁମ୍ଭ :

ଏହି ରାଶିର ବ୍ୟକ୍ତିଙ୍କୁ ସାମାନ୍ୟ ହାନି ସହିବା ପାଇଁ ପଡିପାରେ ଏବଂ ଏହି ରାଶିର ବ୍ୟକ୍ତିମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆର୍ଥିକ ସ୍ଵଛଳତା କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

ମୀନ :

ମନରେ ନକରାତ୍ମକ ବିଚାରରୁ ଚିନ୍ତିତ ରହିବେ ଏବଂ ସଙ୍କଟପର୍ଣ୍ଣ ପରିସ୍ଥିତି ଉପୁଜିପାରେ । ପ୍ରତୀଟି କଥାକୁ ସନ୍ଦେହ ଦୃଷ୍ଟିରେ ହିଁ ଦେଖିବେ । ଏହା ସହ ଜୀବନ ସାଥୀଙ୍କ ସହ ବିବାଦ ହୋଇପାରେ ।

ସୂର୍ଯ୍ୟଗ୍ରହରୁ ମୁକ୍ତି ପାଇବା ପାଇଁ ଉପାୟ :

ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟଗ୍ରହର ଖରାପ ପ୍ରଭାବ ପଡିଥାଏ, ତେବେ ତଳେ ଦିଆଯାଇଥିବା ଉପାୟ ପାଳନ କରନ୍ତୁ । ଏହି ଉପାୟ ଅବଲମ୍ବନ କରିବା ଫଳରେ ସୂର୍ଯ୍ୟଙ୍କ ପ୍ରକୋପରୁ ବଞ୍ଚି ପାରିବେ ।

ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରନ୍ତୁ ଏବଂ ପୂଜା କରିବା ପରେ ଗରିବଙ୍କୁ ଚାଉଳ ଦାନ କରନ୍ତୁ ।

ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ଏବଂ ଚାଉଳ ଏବଂ ଗୁଡ଼ ସମର୍ପଣ କରନ୍ତୁ ।

ତମ୍ବା ଦ୍ରବ୍ୟ ଦାନ କରନ୍ତୁ ।