ବର୍ତ୍ତମାନ ପ୍ରତିବର୍ଷ ୨୫୦ ଟଙ୍କା ଜମା କରିନ୍ତୁ, ୨୧ ବର୍ଷ ପରେ ମିଳିବ ଏକ ବଡ ବମ୍ପର ରାଶି । ଜାଣନ୍ତୁ ଏହି ଯୋଜନା ବିଷୟରେ ।

Spread the love

ଭାରତୀୟ ସରକାର ଝିଅଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ପଛର କାରଣ ହେଉଛି, ଝିଅଟିର ପରିବାର ଲୋକେ, ଝିଅଟିକୁ ବୋଝ ବୋଲି ନ ଭାବନ୍ତୁ ଏବଂ ଝିଅଟିକୁ ସଂପୂର୍ଣ୍ଣ ପାଠପଢ଼ା ପାଇଁ ସୁଯୋଗ ମିଳୁ । କିଛି ଦିନ ପୂର୍ବରୁ ମୋଦି ସରକାର ଝିଅଙ୍କ ପାଇଁ ଏକ ନୂତନ ସ୍କିମ ଆରମ୍ଭ କରିଥିଲେ, ଯେଉଁଥିରେ ବ୍ୟାଙ୍କରେ ଖାତା ଖୋଲି ପ୍ରତି ମାସରେ କିଛି ରାଶି ଜମା କଲେ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଏକ ବଡ଼ ଧନରାଶି ମିଳିପାରିବ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଝିଅଙ୍କ ନିମନ୍ତେ ଅନ୍ୟ ଏକ ନିୟମ କରିଛନ୍ତି । ଏହିଥର କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନାଟି ୨୦୧୬ ମସିହାରୁ ଆରମ୍ଭ ହୋଇଛି କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରି ସରକାର ଏହି ଯୋଜନା ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ଖବର ଅନୁସାରେ ଏକ ହଜାର ପ୍ରତିବଦଳରେ ମାତ୍ର ୫୦୦ ଟଙ୍କା ଜମା କରି ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ବଡ଼ ରାଶି ପାଇପାରିବେ ।

ଅଧିକ ଦରର ମିଳିବ ସୁଧ :

ଏକ ରେପୋର୍ଟ ଅନୁସାରେ ସୁକନ୍ୟା ସମୃଦ୍ଧି ଯୋଜିନା ଅନ୍ତର୍ଭୁକ ଖାତାରେ ପ୍ରତି ତିନି ମାସରେ ଆପଣଙ୍କୁ ସୁଧ ମିଳିଥାଏ । ଏହିଥର ଜୁଲାଇରୁ ସେପ୍ଟେମ୍ବରରେ ପୁଣି ଥରେ ଏହି ନିୟମର ସଂଶୋଧନ ହେବ ଏବଂ ସୁଧ ଦର ୮.୧% ହେବ । ଅରୁଣ ଜେଟଲି ନିଜ ଭାଷଣ ମାଧ୍ୟମରେ କହିଛନ୍ତି, ୨୦୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୧୭ ପର୍ଯ୍ୟନ୍ତ ଦେଶର ପ୍ରତି ଛୋଟ ଝିଅଙ୍କ ନାମରେ ୧.୨୬ କୋଟି ଖାତା ଖୋଲା ହୋଇଛି । ଏହି ସବୁ ଖାତା ଗୁଡିକରେ ମୋଟ ୧୯୮୧୩ କୋଟି ଜମା ହୋଇରହିଛି ।

ଏହିପରି ଖାତା ଖୋଲି ହେବ :

ଯଦି ଆପଣ ଏହି ଯୋଜନାରେ ଜଡ଼ିତ ହେବା ପାଇଁ ଚାହାଁନ୍ତି; ତେବେ ଆପଣଙ୍କୁ ଏହି ଯୋଜନାର ନିୟମ ଗୁଡିକ ବିଷୟରେ ଜାଣି ରଖିବା ଉଚିତ୍ । ଏହାର ନିୟମ ହେଉଛି ଝିଅର ବୟସ ୧୦ ବର୍ଷରୁ କମ ହୋଇଥିଲେ କାନୁନ୍ ଅନୁସାରେ ଝିଅଟିର ବାପାମାଆ ଝିଅ ନାଁରେ ଏହି ଖାତା ଖୋଲି ପାରିବେ । ନୂତନ ନିୟମ ଅନୁସାରେ ଆପଣ ମାସିକ ୨୫୦ ଟଙ୍କା ଜମା କରି ୧ ବର୍ଷ ପରେ ଦେଢ଼ ଲକ୍ଷ ଟଙ୍କା ପାଇପାରିବେ । ଯଦି ଏହିଭଳି ୨୧ ବର୍ଷ ପର୍ଯ୍ୟନ୍ତ ଆପଣ ଜମା କରିବେ; ତେବେ ଏହି ଟଙ୍କା ବଢି ଏକ କୋଟିରେ ପହଞ୍ଚି ଯିବ ।

ଏହି କାଗଜ ପତ୍ରର ଆବଶ୍ୟକ ହୋଇଥାଏ :

ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ନିମ୍ନ ଲିଖିତ କାଗଜପତ୍ରର ଆବଶ୍ୟକ ପଡିଥାଏ । ଏହି କାଗଜପତ୍ର ଗୁଡିକ ମାଧ୍ୟମରେ ଆପଣ କୌଣସି ବ୍ୟାଙ୍କରେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

1. ସୁକନ୍ୟା ସମୃଦ୍ଧି ଯୋଜିନା ଆକାଉଣ୍ଟ ଫର୍ମ ।

2. ଝିଅର ଜନ୍ମ ପ୍ରମାଣ ପତ୍ର ।

3. ଝିଅର ମାଆ ବାପାଙ୍କ ପରିଚୟ ପତ୍ର ଯେପରି ପେନ କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ।

4. ରହିବା ସ୍ଥାନର ପ୍ରମାଣ ପତ୍ର ।

5. SSYର ଫର୍ମ ଯାହା ସହଜରେ ଆପଣଙ୍କୁ କୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ମିଳି ଯାଇ ପାରିବ ।

ଏହି ସୁବିଧା ମିଳି ପାରିବ :

୨୦୧୮ ଯୋଜନା ଅନୁସାରେ ୮ ପଇଣ୍ଟ ହିସାବରେ ୨୧ ବର୍ଷ ପରେ ଆପଣଙ୍କୁ ୫୨୭୦୩୬ ଟଙ୍କା ମିଳିବ । ଏହି ରାଶି ସେହି ଝିଅ ନାମରେ ମିଳିବ, ଯେଉଁଝିଅ ନାମରେ ଏହି ଯୋଜନା ଆରମ୍ଭ ହୋଇଥିଲା । ସେହି ପରିବାରର ଲୋକଙ୍କ ପାଇଁ ସୁବିଧା ଅଟେ ଯେଉଁମାନେ ଗରିବ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି । କେବଳ ୨୫୦ ଟଙ୍କା ନିବେଶ କରି ଆପଣ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଏକ ବଡ଼ ଧରଣର ରାଶି ପାଇ ପାରିବେ ।