ସୁକେଶ ମୋ କ୍ୟାରିୟରକୁ ନଷ୍ଟ କରିଦେଲା: ଜାଙ୍କଲିନ୍ ଫର୍ଣ୍ଣାଡିଜ |

jacqueline 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁରେଶଙ୍କ ସହ ବନ୍ଧୁତା ମୋ କ୍ୟାରିୟର କୁ ନଷ୍ଟ କରିଦେଲା । ଜୀବନକୁ ନର୍କ କରିଦେଲା ବୋଲି କହିଲେ ଜ୍ୟାକଲିନ । ସେ ଦିଲ୍ଲୀ ର ଏକ ଅଦାଲତରେ ଏଭଳି କହିଛନ୍ତି । ବଲିଓଡ ଅଭିନେତ୍ରୀ ଜାଙ୍କଲିନ୍ ଫର୍ଣ୍ଣାଣ୍ଡିଜ ସୁକେଶ ଚନ୍ଦ୍ରଙ୍କ ସହ ଜଡିତ ଦୁଇଶହ କୋଟି ଜବରଦସ୍ତ ଆଦାୟ ମାମଲାରେ ଦିଲ୍ଲୀ ର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ର ସେକ ତାଙ୍କ ଭାବନା ସହ ଖେଳିଛନ୍ତି ।

ସୁକେଶଙ୍କ ସହ ତାଙ୍କ ବନ୍ଧୁତା ତାଙ୍କ ଜୀବନକୁ ନର୍କ କରିଦେଇଛି । ବଜାଇଲା ହାଉସ୍ କୋର୍ଟ ରେ ଚାଲିଥିବା ମାମଲାରେ ଅଭିନେତ୍ରୀ ଜାଙ୍କଲିନ୍ ଦାବି କରିଛନ୍ତି ଯେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନି ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ନିଜକୁ ଉପସ୍ଥାପନା କରିଥିଲେ । ତାଙ୍କୁ କହିଥିଲେ କି ସେ ତାଙ୍କୁ କାର୍ ରେ ବୁଲାଇନେଇ ଯାଉଛନ୍ତି । ଜାଙ୍କଲିନ୍ ଙ୍କ ବୟାନ ଅନୁଯାୟୀ ସୁକେଶ ଚନ୍ଦ୍ର ନିଜକୁ ସନ୍ ଟିଭିର ମାଲିକ କହିବା ସହ ସେ ଦାବି କରିଥିଲେ କି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟ ଲଲିତା ତାଙ୍କର ମାଉସୀ ଥିଲେ ।

jacqueline

ତେବେ ଜାଙ୍କଲିନ୍ କହିଛନ୍ତି ସୁକେଶ ମୋତେ କହିଥିଲେ ଯେ ସେ ତାଙ୍କର ବଡ ପ୍ରସଙ୍ଗଶକ ଆଉ ମୋତେ ଦକ୍ଷିଣ ଭାରତୀୟ ଫିଲ୍ମ ରେ କାମ କରିବା ଦରକାର । ତାଙ୍କ ନିକଟରେ ବହୁତ ପ୍ରଜେକ୍ଟ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଦକ୍ଷିଣ ଭାରତୀୟ ଫିଲ୍ମରେ ମିଳିମିଶି କାମ କରିବାକୁ ଚେ଼ଷ୍ଟା କରିବା । ଅଭିନେତ୍ରୀ କହିଛନ୍ତି ସୁକେଶ ମୋତେ ଠକିଛନ୍ତି । ମୋ କ୍ୟାରିୟର ଓ ମୋ ଜୀବନକୁ ନଷ୍ଟ କରିଛନ୍ତି ।

ହେଲେ ମୋତେ ପରେ ଜଣା ପଡିଥିଲା କି ଗୃହ ଓ ଆଇନ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀ ଭାବରେ ପରିଚୟ ଦେଇଥିବା ଅପରାଧରେ ଚନ୍ଦ୍ର ସକରଙ୍କୁ ଗିରଫ କରାଯାଇଥିଲା । ଜାଙ୍କଲିନ୍ ଦାବି କରିଛନ୍ତି ଯେ ସୁକେଶଙ୍କ ସମ୍ପର୍କରେ ସେତେବେଳେ ଜାଣିଥିଲେ ଯେତେବେଳେ ତାଙ୍କ ଅପରାଧୀଙ୍କ ପୃଷ୍ଠ ଭୂମି ବିଷୟରେ ଜାଣିଥିଲେ । ଅଭିନେତ୍ରୀ କହିଛନ୍ତି ପିଙ୍କି ଇରାନି ତାଙ୍କୁ ବି ଧକ୍କା ଦେଇଛନ୍ତି । ସେ ସୁକେଶଙ୍କ ସମ୍ପର୍କରେ ସବୁକଥା ଜାଣିଥିଲେ ମଧ୍ୟ ତାଙ୍କୁ ସେ ସମ୍ପର୍କରେ କିଛି ବି କହିନଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *