ସାହାରୁଖ ଖାନଙ୍କ ଶତ୍ରୁ ଅଟନ୍ତି ଏହି ଅଭିନେତା ! ବର୍ତ୍ତମାନ ସାହାରୁଖଙ୍କ ଝିଅ ସୁହାନାଙ୍କୁ ଏହି ଅଭିନେତାଙ୍କ ସହ ପ୍ରେମ ହୋଇଯାଇଛି ।

Spread the love

ସାହାରୁଖ ଖାନଙ୍କ ଝିଅ ସୁହାନା, ଶ୍ରୀଦେବୀଙ୍କ ଝିଅ ଜାନଭି, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏହିପରି ଜଣେ ଜଣେ ଷ୍ଟାର କିଡ୍ସ ଅଟନ୍ତି । ଯେଉଁମାନେ ସର୍ବଦା କୌଣସି ନା କୌଣସି ବିଷୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଜାନଭି ନିଜ ମାଆ ଶ୍ରୀଦେବୀଙ୍କ ନିଧନ ପରେ ନିଜ ଡେବ୍ୟୁ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ପକ୍ଷରେ ବଲିଉଡର ସୁପରଷ୍ଟାର ସାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜିକାଲି ନିଜର ହଟ୍ ଏବଂ ବୋଲଡ଼ ଫୋଟକୁ ନେଇ ଏବଂ ଆଇପିଏଲରେ ନିଜର ଗ୍ଲାମରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ଏକ ଖବର ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି । ଖବରଟି ସୁହାନା ଖାନଙ୍କୁ ନେଇ ଜୋର ଧରିଛି । ଖବର ଅନୁସାରେ ସୁହାନା ଖାନ, ସାହିଦ କପୁରଙ୍କୁ ଡେଟ୍ କରିବା ପାଇଁ ଚାହୁଁଛନ୍ତି ଯିଏ ତାଙ୍କ ପିତାଙ୍କ ଶତ୍ରୁ ଅଟନ୍ତି ।

ତାରକାଙ୍କ ପିଲାଙ୍କ ମଧ୍ୟରେ ସୁହାନା ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି । ସାହାରୁଖ ଖାନଙ୍କ ଝିଅ ସୁହାନା ଖାନ ନିକଟରେ ନିଜର ଫୋଟକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ଖବର ମିଳିଛି ସୁହାନା ନିଜ ଠାରୁ ଦୁଇଗୁଣ ବଡ଼ ବୟସର ସାହିଦ କପୁରଙ୍କୁ ଡେଟ କରିବା ପାଇଁ ଚାହୁଁଛନ୍ତି । ଏହି ଖବର ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ରହସ୍ୟ ଗୋଟିଏ ନିୟୁଜ ୱେବସାଇଟ କରିଛି ।

ଏକ ସାକ୍ଷାତକାର ସମୟରେ ସୁହାନା ଖାନ କହିଛନ୍ତି, ସେ ବଲିଉଡର ଜଣେ ସୁପରଷ୍ଟାରଙ୍କୁ ପସନ୍ଦ କରିଛନ୍ତି ଏବଂ ତାଙ୍କ ସହ ଡେଟ୍ କରିବା ପାଇଁ ଚାହୁଁଛନ୍ତି । ସେହି ସୁପରଷ୍ଟାର ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡର ମୋଷ୍ଠ ହ୍ୟାଣ୍ଡସମ ଅଭିନେତା ସାହିଦ କପୁର । ଆପଣମାନେ ଜାଣି ଥିବେ ସାହିଦ କପୁର ବିବାହିତ ଅଟନ୍ତି । ଏହା ସତ୍ତ୍ୱେ ଅନେକ ଝିଅ ସାହିଦଙ୍କୁ ପସନ୍ଦ କରିଥାନ୍ତି । ସୁହାନା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ସୁହାନଙ୍କ ଏହି ପସନ୍ଦ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ସାହିଦ ଏବଂ ସାହାରୁଖଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ମନାନ୍ତର ହୋଇଥିଲା । ଦିନ ଥିଲା ପ୍ରିୟଙ୍କା ଏବଂ ସାହାରୁଖଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା, ଯାହା ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ପରେ ପ୍ରିୟଙ୍କାଙ୍କ ଜୀବନରେ ସାହିଦ ଏଣ୍ଟ୍ରି କରିଥିଲେ । ଦୁହିଁଙ୍କ ସମ୍ପର୍କ ବହୁ ସମୟ ପର୍ଯ୍ୟନ୍ତ ଚାଲିଥିଲା । ସେହି ସମୟରେ ସାହିଦଙ୍କୁ ପ୍ରିୟଙ୍କାଙ୍କ ଘରେ ଦେଖିବା ପାଇଁ ମିଳିଥିଲା ।

ଏହି କଥାକୁ ନେଇ ସାହିଦ କପୁର ଏବଂ ସାହାରୁଖ ଖାନଙ୍କ ମଧ୍ୟରେ ଅଳ୍ପ ମନାନ୍ତର ହୋଇଥିଲା । କିନ୍ତୁ ଏହି ମନାନ୍ତର କଦାପି ମିଡ଼ିଆ ସାମ୍ନାକୁ ଆସିନାହିଁ । ଦୁହିଁଙ୍କୁ ଏକତ୍ର ଅନେକ ଆୱାର୍ଡ “ଶୋ”ରେ ଦେଖିବା ପାଇଁ ମିଳିଛି । ସୁହାନା ଖାନ ନିଜର ସୁନ୍ଦରତା ଫଳରେ ବଲିଉଡରେ ଡେବ୍ୟୁ କରିପାରନ୍ତି । କହିବା ପାଇଁ ଚାହୁଁଛୁ, ସୁହାନାଙ୍କ ପିତା ସାହାରୁଖ ଖାନ “କୋଲକତା ନାଇଟ୍ ରାଇଡ଼ର”ର ମାଲିକ ଅଟନ୍ତି । ଆଇପିଏଲ ମ୍ୟାଚର ଅନେକ ଖେଳ ସମୟରେ ସୁହାନାଙ୍କୁ ନିଜ ପିତା ସାହାରୁଖଙ୍କ ସହ ଦେଖିବା ପାଇଁ ମିଳିଥିଲା । ଖବର ଅନୁସାରେ ସୁହାନା ବଲିଉଡରେ ଏଣ୍ଟି କରିପାରନ୍ତି ।