ଏହି ଗଛର ପତ୍ର ସୁଗରକୁ ସମ୍ପୂର୍ଣ ନିୟନ୍ତ୍ରଣ କରିଥାଏ ! ଏମିତି କରନ୍ତୁ ସେବନ ।

Spread the love

ଡାଇବେଟିସ ଏକ ଏପରି ରୋଗ, ଯେଉଁଠାରେ ରୋଗୀଙ୍କୁ ଖାଦ୍ୟପେୟ ଉପରେ ଖାସ୍ ଧ୍ୟାନ ଦେବାକୁ ପଡିଥାଏ । ଏମାନଙ୍କର ହୁଏ ତ ଇନ୍ସୁଲିନ ହରମୋନ ନ ଥାଏ ନଚେତ କମ ଉତ୍ପାଦନ ହୁଏ, ଯାହା ଗ୍ଲୁକୋଜକୁ ଅବିଶୋଷିତ କରିଥାଏ । ପୁଣି ଗ୍ଲୁକୋଜ ଅବିଶୋଷିତ ନ ହେବା ଫଳରେ ସୁଗରର ମାତ୍ରା ସନ୍ତୁଳନ ହରାଏ, ଯାହାଫଳରେ ଅଙ୍ଗ ନଷ୍ଟ ହେବାର ସମ୍ଭାବନା ବଢିଯାଏ । ତେଣୁ ଡାଇବେଟିସ ରୋଗୀଙ୍କର ସୁଗର ମାତ୍ରା ସର୍ବଦା ଠିକ ରହିବା ଆବଶ୍ୟକ ।

ଯଦି ଆପଣ ମଧ୍ୟ ସୁଗର ରୋଗୀ, ତେବେ ଏକ ଖାସ ଚାହା ତିଆରି କରି ସୁଗର ନିୟନ୍ତ୍ରଣ କରନ୍ତୁ । ଆମେ କହୁଛୁ ପିଜୁଳି ପତ୍ରରେ ତିଆରି ଚାହା ବିଷୟରେ । ହଁ, ପିଜୁଳି ପତ୍ରରେ ତିଆରି ଚାହା ନା କେବେଳ ସୁଗରକୁ ନିୟନ୍ତ୍ରଣ କରି ଥାଏ ବରଂ ଆପଣ ଏହା ଦ୍ୱାରା ଅନେକ ରୋଗରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି ।

ପିଜୁଳି ପତ୍ର କରିବ ଡାଇବେଟିସର ଚିକିତ୍ସା :

ଜଣେ ବିଶେଷଜ୍ଞଙ୍କ ମତରେ, ପିଜୁଳି ବ୍ଲଡ଼ ସୁଗରର ମାତ୍ରାକୁ କମାଇ ଡାଇବେଟିସ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ । ଯେହେତୁ ପିଜୁଳି ପତ୍ର ଗ୍ଲୁକୋଏସିଡ ନାମକ ଏନଜାଇମର କାର୍ଯ୍ୟ ହ୍ରାସ କରିଥାଏ, ଯାହା ଗ୍ଲୁକୋଜକୁ ରକ୍ତରେ ଖାଦ୍ୟରେ ପରିବର୍ତ୍ତନ କରିଦିଏ । ଏହା ଦ୍ଵାରା ବ୍ଲଡ଼ ସୁଗରର ମାତ୍ରା ନିୟନ୍ତ୍ରଣ ରହେ ।

ଏମିତି ପ୍ରସ୍ତୁତ କରନ୍ତୁ ପିଜୁଳି ପତ୍ରର ଚାହା :

୫ ରୁ ୬ଟି ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ । ଏହା ପରେ ୧ଲିଟର ପାଣିରେ ଏହି ପତ୍ରକୁ ପକାଇ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ, ପରେ ଏହାକୁ ଛାଣି ଗୋଟେ ଗ୍ଲାସରେ ରଖନ୍ତୁ, ଏଥିରେ କିଛି ମହୁ ମିଶାଇ ଏହାକୁ ଆପଣ ଚାହା ରୂପେ ବ୍ୟବହାର କରନ୍ତୁ ।

କେତେବେଳେ ଓ କିପରି ପିଇବେ ?

ସୁଗର ନିୟନ୍ତ୍ରଣ କରିବା ପାଇଁ ଏହାର ଏକ କପ ଚାହା ଆପଣ ସକାଳେ ପିଅନ୍ତୁ । ଏହାଛଡା ଆପଣ ଭୋଜନ ପରେ ମଧ୍ୟ ପିଇ ପାରିବେ କିନ୍ତୁ ମନେ ରଖନ୍ତୁ ଦିନକୁ ୧ ରୁ ୨ କପ ଚାହା ହିଁ ପିଅନ୍ତୁ ।

ଅନ୍ୟ ଏକ ଉପକରିତା ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ-

ପିଜୁଳି ପତ୍ରରେ ତିଆରି ଚାହା ମଣ୍ଡଦକୁ ସୁଗରରେ ପରିଣତ ହେବା ପ୍ରକ୍ରିୟାକୁ ରୋକିଥାଏ, ଯାହାଫଳରେ ଓଜନ ହ୍ରାସ ପାଇବାରେ ସାହାର୍ଯ୍ୟ ମିଳେ ।

ଡାଇରିୟାରୁ ଉପଶମ :

ଡାଇରିୟା ହେଲେ ଗୋଟିଏ ମୁଠା ଚଉଳ ଗୁଣ୍ଡକ ଓ ୩୦ ଗ୍ରାମ୍ ପିଜୁଳି ପତ୍ରକୁ ୨ ଗ୍ଲାସ ପାଣିରେ ସିଝାଇ, ଏହାକୁ ଦିନରେ ୨ ଥର ପିଇଲେ ଡାଇରିୟାରୁ ଉପଶମ ମିଳେ ।

ପାଚନ ତନ୍ତ୍ରକୁ ଏହା ନିୟନ୍ତ୍ରଣ ରଖେ :

ଏହି ଚାହାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଏଜେଣ୍ଟ ପାଚନ ତନ୍ତ୍ରକୁ ନିୟନ୍ତ୍ରଣ ରଖେ । ଫଳରେ ଖାଦ୍ୟ ବିଷାକ୍ତ, କଷ୍ଟକଠିନ୍ୟ, ବଦହଜମ ଓ ବାନ୍ତି ଏହିପରି ସମସ୍ୟା ଦୂରରେ ରହିଥାଏ ।

ତ୍ଵଚା ସମ୍ବନ୍ଧିତ ସମସ୍ୟା :

ପିଜୁଳି ପତ୍ରରେ ଆଣ୍ଟିସେପ୍ଟିକ ଥିବା ହେତୁ ବୀଜାଣୁ ସଂକ୍ରମଣରୁ ରକ୍ଷା କରିଥାଏ । ପିଜୁଳି ଗଛର ସତେଜ ପତ୍ରକୁ ବାଟି ଚେହେରାରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏମିତି ସପ୍ତାହରେ ୨ ରୁ ୩ ଥର କଲେ ତ୍ଵଚା ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ ।