ଜନ୍ମ ହେବାର ୧୦ ମାସ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା । ମାଆକୁ ହଠାତ ଅନୁଭଵ ହୋଇଥିଲା ଶିଶୁ କିଛି ଧରିପାରୁ ନାହିଁ ! ଡାକ୍ତର ଦେଖିବା ପରେ MRI କରିବା ପାଇଁ କହିଥିଲେ ଆଉ ତା’ପରେ…. ।

Spread the love

ରିପୋର୍ଟ ଆସିବା ପରେ ମାଆଙ୍କୁ ଲାଗିଥିଲା ବଡ ଝଟକା, ଏହିପରି କିଛି ଜଣାପଡିଲା ଯେ, ବୁଦ୍ଧିହୀନ ହୋଇପଡିଲେ ।

ସ୍କଟଲାଣ୍ଡରେ ୨ ବର୍ଷୀୟ ଜଣେ ଶିଶୁ ବହୁତ ରେୟର୍ ଡିସ୍-ଅଡର ହୋଇଥିଲା । ମାଆଙ୍କ କହିବ ଅନୁସାରେ ଶିଶୁଟି ଧୀରେ ଧୀରେ ଜୀବନର ଶେଷ ଶଯ୍ୟା ଅର୍ଥାତ ମୃତ୍ୟୁର ନିକଟତର ହେବାକୁ ଲାଗିଛି । ଶିଶୁର ଜନ୍ମର ୧୦ ମାସ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ ହଠାତ୍ ଅନୁଭଵ ହୋଇଥିଲା, ଶିଶୁଟି ହାତରେ କିଛି ଧରିପାରୁ ନାହିଁ । ଯେତେବେଳେ ଡାକ୍ତର ଦେଖିଥିଲେ ଜଣା ପଡିଥିଲା, ତା’ର ଗ୍ରୀପ (Grip) ଦୁର୍ବଳ ଅଛି ଏବଂ ଶିଶୁଟିର MRI କରାଯାଇଥିଲା । ସେହି ସମୟରେ ରୋଗ ବିଷୟରେ ଜଣା ପଡିଥିଲା । ରୋଗ ଜାଣିବା ପରେ ଝଟକା ଲାଗିଥିଲା ଏବଂ ଶିଶୁର ମାଆ ବୁଦ୍ଧିହୀନ ହୋଇଗଲେ । ସେ କଣ କରିବ ଏହି ରୋଗ ଶିଶୁର ବ୍ରେନର ଅଧା ଅଂଶ ଖାଇ ଯାଇଛି ।

ଏହି ରୋଗର ଶିକାର ହୋଇଛି ଶିଶୁଟି :

ବେଷ୍ଟ ଲେଥିୟନ ବସିନ୍ଧା ବିକ୍କି କନିଘମ ଗର୍ଭବତୀ ହେବାର ୩୧ ସପ୍ତାହ ପାରେ ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବାର ୧୦ ମାସ ପର୍ଯ୍ୟନ୍ତ ଝିଅଟିର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିଲା ।

ବିକ୍କିର ଝିଅ କ୍ଷେତ୍ରରେ କିଛି ଅବ୍ୟବସ୍ଥା ଅନୁଭଵ ହୋଇଥିଲା, ଝିଅଟିର ଗ୍ରୀପ ବହୁତ ଦୁର୍ବଳ ଅଛି । ସେ କୌଣସି ମଧ୍ୟ ଜିନିଷକୁ ଶକ୍ତ ରୂପରେ ଧରି ପାରୁନାହିଁ ।

ଡାକ୍ତର ମିରିନର MRI କରିବା ପରେ ଏହି ବର୍ଷ ଜାନୁୟାରୀରେ ଜଣା ପଡିଥିଲା ଶିଶୁଟି ସିଏଲଏନ-୧ ବୈଟନ ଡିଜିସର ଶିକାର ହୋଇଛି, ଯାହାକୁ ଚାଇଲ୍ଡ଼ହୁଡ ଡିମସିୟର (Childhood dementia) ନାମରେ ଲୋକେ ଜାଣନ୍ତି ।

ଏହାଫଳରେ ଶିଶୁଟିର ବ୍ରେନର ଆକାର ଅଧା ହୋଇ ଯାଇଥିଲା । ବିକ୍କିଙ୍କ ଅନୁସାରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଶିଘ୍ରତାର ସହ ଅବନତି ଦେଖାଯାଇଥିଲା ଏବଂ ଶିଶୁଟି ମୃତ୍ୟୁର ମୁଖରେ ଖୁବ ଶୀଘ୍ର ଆସିବା ପାଇଁ ଯାଉଛି । ଏହି କାରଣରୁ ଆମେ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରୁଛୁ ।

ବିକ୍କି କହିଛନ୍ତି ରୋଗ ଯୋଗୁଁ ମିରିନ ନିଜ ଆଖିର ତେଜ ହରାଇ ସାରିଛି । ସେ କିଛି ମଧ୍ୟ ଖାଦ୍ୟ ଗିଳି ପାରୁନାହିଁ ନାହିଁ ଏବଂ କାହା କିଛି ଇଣ୍ଟରେକ୍ଟ ମଧ୍ୟ କରିପାରୁ ନାହିଁ । ସେ କେଉଁ ମୁହୂର୍ତ୍ତରେ ମଧ୍ୟ ଦୁନିଆ ଛାଡି ଯାଇପାରେ ।

ବିକ୍କି ଏହି ଶେଷ ସମୟରେ ଡ଼ିଜିଲିଲ୍ୟାଣ୍ଡ ନେଇଯିବା ପାଇଁ ଚାହୁଁଛନ୍ତି କିନ୍ତୁ ରୋଗ କାରଣରୁ ସେ ଯାତ୍ରା କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ସେ ଘରେ ହିଁ ଡ଼ିଜନିଲ୍ୟାଣ୍ଡ ପାର୍ଟି କରିବା ପାଇଁ ଯୋଜନା କରୁଛନ୍ତି ।

କଣ ଅଟେ ଏହି ସିଏଲଏନ-୧ ବୈଟନ ?

ସିଏଲଏନ-୧ ବୈଟନ ବହୁତ ହିଁ ରେୟର ପ୍ରକାରର ରୋଗ ଅଟେ । ଯାହା ସିଧା ନର୍ଭସ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏହି ରୋଗ ଫଳରେ ଆଖିର ତେଜ, ମୁଭମେଣ୍ଟ ଏବଂ ଚିନ୍ତା କରିବା ଶକ୍ତି ନଷ୍ଟ ହୋଇଯାଇଥାଏ ।

ଏହି ରୋଗ ବୟସ୍କ ଲୋକଙ୍କ କ୍ଷେତ୍ରରେ ହେଉଥିବା ଦେମସିୟ ସମସ୍ୟା ଭଳି ଅଟେ । କେବଳ ତଫାତ ଏହା ଯେ, ଏହି ଡିସଅର୍ଡର କେବଳ ଛୋଟ ପିଲାଙ୍କ କ୍ଷେତ୍ରରେ ହୋଇଥାଏ । ଏଥିରେ ଶେଷରେ ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ ।

ଏହି ରୋଗ ଶରୀରର ଟିସୁରେ ଫ୍ୟାଟି ପଦାର୍ଥକୁ ସୃଷ୍ଟି କରିବାର କାରଣ ପାଲଟି ଥାଏ, ଯାହା ଲାଇପପିଗମେଣ୍ଟ କୁହାଯାଏ । ଏହା ବ୍ରେନରେ ନିୟଟନ ନାମକ କୋଶିକା ରେଟିନା ଏବଂ ସେଣ୍ଟର ନଭର୍ସ ସିଷ୍ଟମକୁ ଶେଷ କରିଦେଇଥାଏ ।

ଏହି ରୋଗର ଶିକାର ଶିଶୁ ଜନ୍ମରୁ ସାମାନ୍ୟ ହୋଇଥାନ୍ତି କିନ୍ତୁ ଏକ ବର୍ଷ ପରେ ଏମାନଙ୍କ ଶରୀରର ବିକାଶରେ ଅଵନତି ଦେଖାଯାଇଥାଏ ଏବଂ ରୋଗର ଲକ୍ଷଣ ସବୁ ଦେଖା ଯାଇଥାଏ ।