ଆସନ୍ତୁ ଜାଣିବା : ସୁଦାମା ଗରିବ କେମିତି ହେଲେ ?

Spread the love

ସୁଦାମା ଗରିବ କେମିତି ହେଲେ ? ଯଦି ଆଧ୍ୟାତ୍ମିକ ଦୃଷ୍ଟି କଣରୁ ଦେଖାଯାଏ, ସୁଦାମା ବହୁତ ଧନୀ ଥିଲେ ଓ ଜ୍ଞାନୀ ମଧ୍ୟ ଥିଲେ । ଧନ ଦୌଲତର ଅଭାବ ନଥିଲା । ବିଳାଶବ୍ୟସନର ଅଧିକାରୀ ମଧ୍ୟ ଥିଲେ । ଯେତେ ଟଙ୍କା ତାଙ୍କ ପାଖରେ ଥିଲା ସେତେ ଟଙ୍କା ଆଉ କାହା ପାଖରେ ନ ଥିଲା ! କିନ୍ତୁ ଭୌତିକ ଦୃଷ୍ଟି କୋଣରୁ ଦେଖିଲେ ସୁଦାମା ବହୁତ ଗରିବ ଓ ନିର୍ଧନୀ ଥିଲେ । ଏହିପରି ଅବସ୍ଥା ହେବାର କାରଣ କଣ ହୋଇପାରେ । କୃଷ୍ନଙ୍କ ପରି ସଖା ଥାଉ ଥାଉ ସୁଦାମାଙ୍କ ଅବସ୍ଥା ଏହିପରି କାହିଁକି ? ଆସନ୍ତୁ ଜାଣିବା :

ଗୋଟିଏ ବ୍ରାହ୍ମଣ ମହିଳା ଥିଲେ ଯିଏ କି ବହୁତ ଗରିବ ଥିଲେ । ସେ ଭିକ୍ଷା ମାଗି ନିଜ ଜୀବନଯାପନ କରୁଥିଲେ । ଏପରି ଏକ ସମୟ ଆସିଲା, ଯେତେବେଳେ କି ସେହି ମହିଳାଙ୍କୁ ୫ ଦିନ ପର୍ଯ୍ୟନ୍ତ ଭିକ୍ଷା ମିଳିଲା ନାହିଁ । ସେ ପ୍ରତ୍ୟେକ ଦିନ ଜଳ ପାନ କରି ଭଗବାନଙ୍କ ନାମ ନେଇ ଶୋଇପଡୁ ଥିଲେ । ଷଷ୍ଠ ଦିନରେ ଦୁଇ ମୁଠା ଚଣା ମିଳିଲା । ଘରକୁ ପହଞ୍ଚୁ-ପହଞ୍ଚୁ ଗୋଟିଏ କଥା ଭାବିଲେ କି ମୁଁ ଏହି ଚଣା କୁ କପଡାରେ ବାନ୍ଧି ରଖିଦେବି ଓ ସକାଳେ ବାସୁଦେବଙ୍କୁ ଭୋଗ ଚଢାଇ, ପରେ ଖାଇବି । ସେହି ଚଣାକୁ ରଖି ଭଗବାନଙ୍କ ନାମ ଜପି ଶୋଇ ପଡ଼ିଲେ । କିଛି ସମୟ ପରେ କେତେକ ଚୋର ସେହି ମହିଳା ଘରେ ଚୋରି କରିବାକୁ ଗଲେ । ଚୋର ସେଠାରେ ପହଞ୍ଚି ସବୁଆଡେ ଦେଖିଲେ କିନ୍ତୁ ସେମାନଙ୍କୁ କିଛି ବି ମିଳିଲା ନାହିଁ । ସେହି ଚୋର ମାନଙ୍କୁ ହଠାତ କପଡାରେ ବନ୍ଧା ହୋଇ ରଖିଥିବା ଚଣା ଆଡେ ନଜର ଗଲା । ସେମାନେ ଭାବିଲେ କି ଏଥିରେ ସୁନା ଅଛି । ଠିକ୍ ସେହି ମୁହୂର୍ତ୍ତରେ ସେହି ବ୍ରାହ୍ମଣ ମହିଳାଙ୍କ ନିଦ ଭାଙ୍ଗିବା ଗଲା, ସେହି ଚୋରମାନଙ୍କୁ ଦେଖି ବହୁତ ଜୋରରେ ଚିତ୍କାର କରିବାରୁ ସେଠାକାର ଲୋକମାନେ ସବୁ ଆସିଲେ । ସେଠାକାର ଲୋକମାନଙ୍କୁ କାଳେ ଚୋରମାନଙ୍କୁ ଧରିନେବେ ଭୟରେ, ଚୋରମାନେ “ସନ୍ଦିପାଣ” ଆଶ୍ରମରେ ଲୁଚିଗଲେ । ସନ୍ଦିପାଣଙ୍କ ଆଶ୍ରମ ଗ୍ରାମର ନିକଟତର ଥିଲା । ସେହି ଚୋରମାନେ ସେଠାକୁ ଯାଇ ଲୁଚିଗଲେ । ଆଶ୍ରମରେ କିଏ ପ୍ରବେଶ କରିବା ଭଲି ଲାଗିବାରୁ ସେ (ସନ୍ଦିପାଣ) ଆଗେଇ ଆସିଲେ । ଚୋରମାନଙ୍କୁ ଅନୁଭୁତି କରିଲେ ଯେ, କିଏ ତାଙ୍କ ଆଡକୁ ଯାଉଛନ୍ତି ବୋଲି । ସେହି ଚୋରମାନେ ଭୟରେ ସେଠାରୁ ଦୌଡ଼ି ଚାଲିଗଲେ ଓ ସେହି ଚଣାକୁ ସେଠାରେ ଛାଡିଦେଲେ । ବହୁତ ଭୋକିଲାରେ ଥିବା ସେହି ବ୍ରାହ୍ମଣ ମହିଳାକୁ ଯେତେବେଳେ ଜଣା ପଡ଼ିଲା କି ଚଣାକୁ ଚୋରି କରି ନେଇଗଲେ ବୋଲି ସେ ଗୋଟିଏ ସାପ୍ୟ ଦେଲେ କି ଯିଏ ସେ ଚଣାକୁ ଖାଇବ ସେ ପୂରା ଦରିଦ୍ରତା ହେଇଯିବ । ସକାଳେ ଗୁରୁମା ଝାଡୁ କରିବା ସମୟରେ ସେହି ଚଣାକୁ ଦେଖିଲେ ।

ପ୍ରତ୍ୟେକ ଦିନ ସୁଦାମା ଓ କୃଷ୍ଣ ଭଗବାନ ବଣକୁ ଯାଉଥିଲେ କାଠ ଆଣିବା ପାଇଁ । ସକାଳେ ଦୁହେଁ ଯାଉଥିବା ସମୟରେ ଗୁରୁମା ସୁଦାମାଙ୍କୁ ସେହି ଚଣା ଦେଇ କହିଲେ କି ଜଙ୍ଗଲରେ ଯେତେବେଳେ ଭୋକ ଲାଗିବ ସେତେବେଳେ ଦୁହେଁ ଖାଇବ । ସୁଦାମା ଛୋଟ ପିଲାରୁ ବ୍ରହ୍ମ ଜ୍ଞାନୀ ଥିଲେ, ସେ ଚଣାକୁ ଧରିବା ତୁରନ୍ତ ତାଙ୍କୁ ସବୁ ରହସ୍ୟ ଜଣା ପଡ଼ିଗଲା । ସୁଦାମା ଭାବିଲେ କି ଗୁରୁମା ଏହି ଚଣା ଦୁହେଁଙ୍କୁ ଖାଇବାକୁ କହିଲେ କିନ୍ତୁ ସୁଦାମା ବିଚାର କଲେ ଯଦି, ଏହି ଚଣା କୃଷ୍ଣ ଭଗବାନଙ୍କୁ ଦେଲେ ସାରା ସୃଷ୍ଟି ଦରିଦ୍ରତା ହେଇଯିବ । ତେଣୁ ସୁଦାମା ହୃଦୟଙ୍ଗମ କଲେ,

ନାହିଁ ନାହିଁ ମୁଁ ଏଭଳି କଦାପି କରିପାରିବି ନାହିଁ ମୁଁ ବଞ୍ଚି ଥାଉ ପ୍ରଭୁଙ୍କୁ ଦରିଦ୍ରତାରେ ଥିବା ଦେଖି ପାରିବି ନାହିଁ । ଏହି ଚଣା ସବୁକୁ ସ୍ୱୟଂ ନିଜେ ଖାଇ ଦେବି କିନ୍ତୁ କୃଷ୍ଣ ଭଗବାନଙ୍କୁ ଦେବି ନାହିଁ ।ସୁଦାମା ସବୁ ଚଣାକୁ ଖାଇ ସେହି ବ୍ରାହ୍ମଣ ମହିଳାର ସାପ୍ୟ ସବୁକୁ ନିଜେ ବହନ କରିନେଲେ । କିନ୍ତୁ ନିଜ ମିତ୍ର କୃଷ୍ଣଙ୍କୁ ଗୋଟିଏ ବି ଦାନା ଖାଇବାକୁ ଦେଲେ ନାହିଁ ।

ଏହା ହିଁ ହୋଇଥାଏ ମିତ୍ରତା ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! ଏହିପରି ହୃଦୟସ୍ପର୍ଶୀ ପୌରାଣିକ ନିମନ୍ତେ ଆମକୁ follow କରନ୍ତୁ !