ଏହି ଆଠ ଲୋକଙ୍କୁ ସର୍ବଦା ରହିଥାଏ ହୃଦରୋଗର ବିପଦ, ଜାଣନ୍ତୁ ଏହା ଭିତରେ ଆପଣ ନୁହନ୍ତି ତ ….

Spread the love

ଏହି ଲୋକମାନଙ୍କୁ ରହିଥାଏ ହୃଦ ରୋଗର ବିପଦ

ଭାରତରେ ବୟସ୍କ ଲୋକମାନଙ୍କୁ କେବଳ ହୃଦ ରୋଗ ହୋଇଥାଏ ବୋଲି କୁହାଯାଉଥିଲା । କିନ୍ତୁ କିଛିବର୍ଷ ପୂର୍ବରୁ ଯୁବକମାନଙ୍କୁ ମଧ୍ୟ ହୃଦ ରୋଗ ହେବାର ଦେଖାଯାଇଛି । ବିତି ଯାଇଥିବା କିଛି ବର୍ଷରେ ୩୦ ରୁ ୩୫ ବର୍ଷର ଯୁବକ ମାନଙ୍କୁ ମଧ୍ୟ ହୃଦରୋଗ ହେବାରେ ଲାଗିଛି । ଏକ ସର୍ଭେ ଅନୁସାରେ ୨୫ ପ୍ରତିଶତ ମୃତ୍ୟୁର କାରଣ ହୃଦ ରୋଗ ଅଟେ । କହିବାକୁ ଗଲେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରେ ୨୩୫ ଜଣ ହୃଦ୍ ରୋଗରେ ଆକ୍ରାନ୍ତ ରୋଗୀ ଅଟନ୍ତି । କିନ୍ତୁ ଚିନ୍ତାର ବିଷୟ ଏହା କି ଯେ, ଦେଶରେ ଏକ ଲକ୍ଷ ଲୋକ ମଧ୍ୟରୁ ୨୭୨ ଜଣ ଏହି ରୋଗକୁ ନେଇ ଚିନ୍ତିତ ଅଟନ୍ତି । ଦେଶବସୀ ଆଜି ପର୍ଯ୍ୟନ୍ତ ଭାବୁଛନ୍ତି ଯେ, ହୃଦରୋଗର ବିପଦ କେବଳ ମୋଟା ଲୋକଙ୍କୁ ରହିଥାଏ । କିନ୍ତୁ ଆଜି ପରିସ୍ଥିତି ବଦଳିବାରେ ଲାଗିଛି ।

ଆଜି ଦେଶର ଅଧିକାଂଶ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟା ଲୋକ ହୃଦରୋଗ ଯୋଗୁଁ ମୃତ୍ୟୁ ବରଣ କରିଥାନ୍ତି । ଏମିତିରେ ଏହା ଜାଣିବା ଜରୁରୀ ଅଟେ ଯେ, ଏପରି କେଉଁ କାରଣ ଅଛି ଯାହାକି ହୃଦୟକୁ କୁ ହତାସ କରିଦିଏ ଏବଂ ଲୋକଙ୍କୁ ବିନା କାରଣରେ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ଏହା ଜାଣିବା ଅତ୍ୟନ୍ତ ଜରୁରୀ କି ଏପରି କେଉଁପରି ବ୍ୟକ୍ତିମାନେ ଏହି ହୃଦଘାତ ଜନିତ ରୋଗରେ ସବୁଠାରୁ ଅଧିକ ପୀଡିତ ଅଛନ୍ତି । ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ସବୁଠାରୁ ଅଧିକ ହୃଦଘାତ ରୋଗର ଆଶଙ୍କା ରହିଥାଏ ।

ମୋଟାପଣ ଦ୍ୱାରା ଗ୍ରାସିତ ହୋଇଥିବା ଲୋକଙ୍କୁ :

ମୋଟାପଣର ସବୁଠାରୁ ବଡ କାରଣ ହେଉଛି ଚର୍ବି ଅଧିକ ରହିବା । ଏହି କଥା ସ୍ଵୀକାର କରାଯାଉଛି ଯେ, ମୋଟା ଲୋକଙ୍କ ପାଖରେ ଉଚ୍ଚରକ୍ତଚାପ, ମଧୁମେହ ରୋଗ, କଲେଷ୍ଟ୍ରଲ ଏହିପରି ରୋଗ ସାଧାରଣ ଅଟେ । ଯେଉଁ ଲୋକଙ୍କର ନିଜ ଉଚ୍ଚତା ଠାରୁ ଓଜନ ଅଧିକ ଥାଏ, ସେହିପରି ସେମାମଙ୍କ ହୃଦୟର ସିରାରେ ଚର୍ବି ବଢିବା ଆରମ୍ଭ ହୋଇଯାଏ । ଯାହାଦ୍ୱାରା ହୃଦ୍ ରୋଗ ହେବାର ସମ୍ଭାବନା ଥାଏ ।

ଅନୁବଂଶୀକ ଲକ୍ଷଣ :

ଡାକ୍ତରଙ୍କ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତିଙ୍କ ପରିବାରର ପୂର୍ବପୁରୁଷ ମାନଙ୍କ ଠାରେ ହୃଦଘାତ ଜନିତ ରୋଗ ରହିଥାଏ; ତେବେ ସେମାନଙ୍କ ଆଗାମୀ ପିଢିମାନଙ୍କୁ ମଧ୍ୟ ଏହି ରୋଗର ହେବାର ବିପଦ ରହିଥାଏ । ଏମିତି ଲୋକମାନଙ୍କ ପାଇଁ ଡାକ୍ତର କହିଥାନ୍ତି ଯେ, ସେମାନେ ସର୍ବଦା ଆକ୍ଟିଭ ରହିବା ସହ ନିଜର ଡେଲି ରୁଟିନକୁ ଠିକ ରଖିବେ । ଏହା ସହିତ ମଝି ମଝିରେ ଡାକ୍ତରଙ୍କ ପାଖରେ ପରୀକ୍ଷା କରିବା ଉଚିତ୍ ।

ସୁଗର ପେସେଣ୍ଟ :

ଯେଉଁ ଲୋକମାନେ ସୁଗର ରୋଗରେ ପୀଡିତ, ସେମାନଙ୍କୁ ମଧ୍ୟ ହୃଦରୋଗର ବିପଦ ଥାଏ । ସିରା ଗୁଡିକ ବନ୍ଦ ହୋଇଯିବାର ସମ୍ଭାବନା ଥାଏ । ଯାହାଦ୍ୱାରା କି ହୃଦରୋଗ ହେବାର ସମସ୍ୟା ବଢିଯାଉଛି ।

ଉଚ୍ଚ ରକ୍ତଚାପ :

ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ, ସେମାନଙ୍କ କଲେଷ୍ଟ୍ରଲ ମଧ୍ୟ ଅଧିକ ବଢିଯାଇଥାଏ । ଯାହାକି ହୃଦରୋଗର କାରଣ ହୋଇଥାଏ ।

ବଂଶାନୁଗତ : 

କୁହାଯାଏ କି ଏହି ଏମିତି ଏକ ଗମ୍ଭୀର ରୋଗ, ଯାହା ଅନୁବଂଶୀକ ହୋଇଥାଏ । ଏହି ସମସ୍ୟା ସେହି ଲୋକମାନଙ୍କୁ ହୋଇଥାଏ, ଯେଉଁମାନଙ୍କ ମାତା ପିତାଙ୍କୁ ହୃଦ୍ ରୋଗ ପୂର୍ବରୁ ଥାଏ । ଏଥିରୁ ବଞ୍ଚିବା ପାଇଁ ଆପଣ ହେଲ୍ଦୀ ଡାଇଟ ନିଅନ୍ତୁ ।

ଶାରୀରିକ ପରିଶ୍ରମ :

ହୃଦରୋଗ ସେହି ଲୋକମାନଙ୍କୁ କମ ହୋଇଥାଏ ଯେଉଁମାନେ ପ୍ରତିଦିନ ଖେଳ ପ୍ରତି ଆକ୍ଟିଭ ରହିଥାନ୍ତି । ଯେଉଁମାନେ କେବଳ କମ ପରିଶ୍ରମ କରି ଅତ୍ୟାଧିକ ସମୟ ଘରେ ବସି ଅଧିକ ଖାଆନ୍ତି ଏବଂ ନିଜର ଓଜନ ବଢ଼ାଇଥାନ୍ତି, ସେମାନଙ୍କୁ ହୃଦ୍ ରୋଗର ଅଧିକ ବିପଦ ଥାଏ ।

ଅଧିକ ଧୂମ୍ରପାନ କରିବା :

ଯେଉଁମାନେ ଅଧିକ ଧୂମ୍ରପାନ କରିଥାନ୍ତି; ସେମାନଙ୍କ ଦୃଦୟକୁ ପହଂଚୁ ଥବା ରକ୍ତବାହିନୀ ସିରାଗୁଡିକ ବନ୍ଦ ହୋଇଯାଏ । ଯାହାଦ୍ୱାରା ହୃଦ୍ ରୋଗର ବିପଦ ଅଧିକ ବଢିଯାଏ ।

ବୟସର ବୃଦ୍ଧି :

ବୟସର ବୃଦ୍ଧି ହେବା ସହ ଠିକ୍ ସମୟରେ ଯଦି ବ୍ୟାୟାମ ନ କରନ୍ତି; ତେବେ କଲେଷ୍ଟ୍ରଲ ବଢିଯାଇଥାଏ । ଯାହାଦ୍ୱାରା ହୃଦ ରୋଗର ବିପଦ ବଢିଯାଇଥାଏ ।