ATMରୁ ଏହି ଭଳି ଟଙ୍କା ଚୋରି ହୋଇଥାଏ, କାର୍ଡ ମେସିନରେ ଭର୍ତି କରିବା ପୂର୍ବରୁ ଦେଖନ୍ତୁ ଏହି ଭିଡ଼ିଓ ।

Spread the love

ପ୍ରତି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଗୋଟିଏ ଏଟିଏମ୍ କାର୍ଡ ଯୋଗାଇ ଦେଇଥାଏ । ଏହି କାର୍ଡ ସହାୟତାରେ ଆପଣ କୌଣସି ମଧ୍ୟ ଏଟିଏମ୍ ମେସିନରୁ ଟଙ୍କା ଉଠାଇ ପାରିବେ । ଏହା ଏକ ଭଲ ସୁବିଧା ଅଟେ ଯାହା ୨୪ ଘଣ୍ଟା ଉପଲବ୍ଧ ରହିଥାଏ ଏବଂ ଆମକୁ ବ୍ୟାଙ୍କର ଲମ୍ବା ଧାଡିରୁ ମୁକ୍ତି ମିଳି ଯାଇଥାଏ । ଗୋଟିଏ ପକ୍ଷରେ ଏଟିଏମର ସୁବିଧା ରହିଥିବା ବେଳେ ଅନ୍ୟପକ୍ଷରେ ଏହାର ଅସୁବିଧା ମଧ୍ୟ ରହିଛି । ବର୍ତ୍ତମାନ ଦିନ ଗୁଡିକରେ ଏଟିଏମ୍ କାର୍ଡ ସମ୍ପୃକ୍ତ ଅନେକ ମାମଲା ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଏହି ସବୁ ଏଟିଏମ୍ ଜନିତ କଳାକରନାମା ରାତ୍ରି ୧୧ଟାରୁ ସକାଳ ୬ଟା ମଧ୍ୟରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯେ, ଏହି ପ୍ରକାରର ଏଟିଏମ୍ ଫ୍ରଡ୍ ବା ଅପରାଧକୁ ରୋକିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ।

ଏଟିଏମ୍ ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିବ ବ୍ୟାଙ୍କ :

ଏହି ପ୍ରକାରର ଏଟିଏମ୍ ଫ୍ରଡ୍ ରୋକିବା ପାଇଁ ବ୍ୟାଙ୍କ ବହୁତ ଶୀଘ୍ର ୧୦,୦୦୦ରୁ ଅଧିକ ଟଙ୍କା ଉଠାଇବା ପାଇଁ ଆପଣଙ୍କ ମୋବାଇଲକୁ ଆସିବ ଓଟିପି । ଏହାକୁ ଦେବା ପରେ ଆପଣ ଏଟିଏମରୁ ଦଶ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ । ଏହି ପ୍ରକ୍ରିୟାକୁ କ୍ୟାନେରା ବ୍ୟାଙ୍କ ନିଜ ଏଟିଏମରେ ଲାଗୁ କରିଦେଇଛି । ଆଶା କରାଯାଉଛି ଖୁବ୍ ଶୀଘ୍ର ଅନ୍ୟ ବ୍ୟାଙ୍କରେ ଏହି ପ୍ରକ୍ରିୟା ଲାଗୁ କରାଯିବ । ଏହାର ଅତିରିକ୍ତ ଦିଲ୍ଲୀ ଷ୍ଟେଟ ଲେବଲ୍ ବ୍ୟାଙ୍କସ୍ କମିଟି (SLBC) ମଧ୍ୟ ପରାମର୍ଶ ଦେଇଛି ଯାହାଫଳରେ ଆପଣଙ୍କୁ ଦୁଇଟି ଏଟିଏମ୍ ଟ୍ରାଞ୍ଜେକ୍ସନ ପାଇଁ ୬ ରୁ ୧୨ ଘଣ୍ଟା ସମୟ ବ୍ୟବଧାନ ରଖିବ । ଅର୍ଥାତ ଆପଣ ଏଟିଏମରୁ ଟଙ୍କା ଉଠାଇବା ପରେ ଦ୍ଵିତୀୟ ଥର ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ୬ ରୁ ୧୨ ଘଣ୍ଟା ଅପେକ୍ଷା କରିବା ପାଇଁ ପଡିବ । ଏହି ନିୟମ ଲାଗୁ ହେବ କିମ୍ବା ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏହା କେବଳ ଏକ ମାତ୍ର ପରାମର୍ଶ ଅଟେ, ଯାହା ଉପରେ ଆରବିଆଇ ବିଚାର କରିପାରେ । କହିବା ପାଇଁ ଚାହୁଁଛୁ, ୨୦୧୮-୧୯ରେ ଦେଶରେ ୯୮୦ ଏଟିଏମ୍ ଜନିତ ଅପରାଧ ଘଟିଛି ।

ଏହିପରି ହୋଇଥାଏ ଏଟିଏମ୍ ଅପରାଧ :

ଏଟିଏମରୁ ଟଙ୍କା ଉଠାଇବା ପାଇଁ ମୁଖ୍ୟ ରୂପରେ ଦୁଇଟି ଜିନିଷର ଆବଶ୍ୟକତା ହୋଇଥାଏ । ପ୍ରଥମ ଆପଣଙ୍କ ଡେବିଟ କାର୍ଡ ଏବଂ ଦ୍ଵିତୀୟ ଆପଣଙ୍କ ଏଟିଏମ୍ ପିନ୍ ଅର୍ଥାତ ପାସୱର୍ଡ । ଯଦି ଏହି ଦୁଇଟି ଜିନିଷ କୌଣସି ବ୍ୟକ୍ତି ଧୋକାରେ ହାସଲ କରିଦେଇଥାଏ; ତେବେ ସେହି ବ୍ୟକ୍ତି ସହଜରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବ । ଯଦି ଆପଣଙ୍କୁ ଫୋନରେ କିମ୍ବା କୌଣସି ଅନ୍ୟ ମାଧ୍ୟମରେ ଆପଣଙ୍କୁ କାର୍ଡ ନମ୍ବର, ଆକାଉଣ୍ଟ ଡିଟେଲ୍ କିମ୍ବା ଓଟିପି ସମ୍ବନ୍ଧିତ କୌଣସି ସୂଚନା ମାଗନ୍ତି; ତେବେ ଏହି ସୂଚନା ଆପଣ ସେହି ବ୍ୟକ୍ତିକୁ ଦିଅନ୍ତୁ ନାହିଁ । ଅନେକ ଥର ଏହି ଫ୍ରଡ୍ ଲୋକେ ବ୍ୟାଙ୍କରୁ କହୁଛନ୍ତି, କହି ଆପଣଙ୍କୁ କଲ୍ କରିପାରନ୍ତି ଏବଂ ଆପଣଙ୍କୁ କୁହନ୍ତି; ଆପଣଙ୍କ ନାମରେ କୌଣସି ଉପହାର ଆସିଛି ଏହି ପ୍ରକାରର ତଥ୍ୟ ପ୍ରଦାନ କରି ଆପଣଙ୍କୁ ଠକି ଥାନ୍ତି । ଏମାନଙ୍କର ଦ୍ଵିତୀୟ ପ୍ରକ୍ରିୟା ହେଉଛି, ଏମାନେ ଏଟିଏମ୍ ମେସିନ ଭିତରେ କିଛି ଡିଭାଇସ ଲଗାଇ ଦିଅନ୍ତି; ଯାହାଫଳରେ ଆପଣଙ୍କ ଏଟିଏମ୍ ପିନ ସେମାନଙ୍କୁ ଜଣା ପଡିଯାଇଥାଏ ଏବଂ ନକଲ ଏଟିଏମ୍ କାର୍ଡ ପ୍ରସ୍ତୁତି କରିବାରେ ସକ୍ଷମ ହୋଇଥାନ୍ତି । ଏହି ବିଷୟ ବୁଝିବା ପାଇଁ ଏହି ଭିଡ଼ିଓଟି ଦେଖନ୍ତୁ ।

ଆପଣ ଭିଡ଼ିଓରେ ଦେଖିପାରୁଥିବେ ଅପରାଧୀ କେତେ ଚତୁର ଅଟନ୍ତି । ଏହି କାରଣରୁ ଏହା ଉଚିତ୍ ଅଟେ ଯେ, ଆପଣ ନିଜର ଏଟିଏମର ସୂଚନା ଆକାଉଣ୍ଟ ଡିଟେଲ୍ କୌଣସି ବ୍ୟକ୍ତିକୁ ଦିଅନ୍ତୁ ନାହିଁ । ଯଦି କୌଣସି ସମସ୍ୟା କିମ୍ବା ସନ୍ଦେହ ହେଲେ ସିଧା ସଳଖ ବ୍ୟାଙ୍କ ଯାଇ ସମ୍ପର୍କ କରନ୍ତୁ । ଏହା ବ୍ୟତୀତ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଏହା ସୁନିଶ୍ଚିତ କରିଦିଅନ୍ତୁ ଯେ, ଏଟିଏମରେ କୌଣସି ଏହିପରି ଡିଭାଇସ ନାହିଁ ଯାହା ଆପଣଙ୍କ ପିନ୍ କିମ୍ବା କାର୍ଡର ସୂଚନା ଚୋରାଇ ପାରେ ।