କାଳସର୍ପର ଦୋଷର ପ୍ରଭାବରୁ ଜୀବନରେ ଘଟୁଥିବା ଏପରି କିଛି ଘଟଣା । ଅତିଶୀଘ୍ର ଏହାର ଉପାୟ ଭାବନ୍ତୁ, ନଚେତ ବଡ଼ ଅସୁବିଧା ହୋଇପାରେ ।

Spread the love

ନିଜର ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁଖ ଶାନ୍ତିରେ ରହିବାକୁ ଚହାଁନ୍ତି । ନିଜର ଜୀବନରେ କୌଣସି ପ୍ରକାରର ସମସ୍ୟା କିମ୍ବା କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ବୋଲି କୌଣସି ବ୍ୟକ୍ତି କେବେ ମଧ୍ୟ ଚାହେଁ ନାହିଁ । ସୁଖରେ ରହିବା ପାଇଁ ବ୍ୟକ୍ତି ବହୁତ ପରିଶ୍ରମ କରିଥାଏ କିନ୍ତୁ ଯଦି ଆପଣଙ୍କ ଦ୍ଵାରା କରାଯାଇ ଥିବା ପରିଶ୍ରମର ସଠିକ ପରିଣାମ ମିଳି ପାରୁନାହିଁ, ଆପଣ ଅନ୍ୟକୁ ସାହାଯ୍ୟ କରୁଛନ୍ତି କିନ୍ତୁ ତାହା ପରିବର୍ତ୍ତେ ଆପଣଙ୍କୁ ଅପମାନ ମିଳୁଛି, କିମ୍ବା ଆପଣଙ୍କର ଖରାପ ସମୟରେ ଆପଣଙ୍କ ନିଜ ସମ୍ପର୍କୀୟ ମାନେ ଆପଣଙ୍କ ଠାରୁ ଦୁରେଇ ଯାଆନ୍ତି; ତେବେ ଏହି ସବୁ ବିଷୟରେ ଆପଣଙ୍କର କୌଣସି ମଧ୍ୟ ଭୁଲ ନୁହଁ । ଏହା ଆପଣଙ୍କ ଜାତକରେ ଉପସ୍ଥିତ ଥିବା କାଳସର୍ପର ପରିଣାମ ମଧ୍ୟ ହୋଇପାରେ ।

ଯଦି ଆପଣଙ୍କ ଜାତକରେ କାଳସର୍ପର ଦୋଷ ଅଛି; ତେବେ ଆପଣଙ୍କୁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡିବ ଏବଂ କାଳସର୍ପର ଦୋଷରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ ଅଛି, ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣାଇବୁ ।

କାଳସର୍ପ ଦୋଷ ଯୋଗୁଁ କେଉଁ ଘଟଣା ଗୁଡିକ ଘଟୁଛି ଆସନ୍ତୁ ଜାଣିବା :

ପରିଶ୍ରମର ସମ୍ପୂର୍ଣ ଫଳ ପ୍ରାପ୍ତ ହୋଇ ପାରୁନଥିବ :

ଯଦି ଆପଣଙ୍କ ଜାତକରେ କାଳସର୍ପର ଦୋଷ ଅଛି, ତେବେ ଆପଣ ସତଚେଷ୍ଟା କରି ବହୁତ ପରିଶ୍ରମ କରିଲେ ମଧ୍ୟ ଏହାର ଉଚିତ ପରିଣାମ ଆପଣଙ୍କୁ ମିଳି ପାରିବ ନାହିଁ । ଆପଣ ନିଜର ବୁଦ୍ଧିରେ ଏବଂ ସଠିକ ଉପାୟରେ ନିଜର ସମସ୍ତ କାମ କରୁଥିଲେ, ନିବେଶ କରିବା ସମୟରେ ସବୁ ବିଷୟକୁ ଧ୍ୟାନରେ ରଖିଥିଲେ ମଧ୍ୟ ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଥାଏ ।

ନିଜ ସମ୍ପର୍କୀୟ ମାନେ ମଧ୍ୟ ଦୁରେଇ ଯାଆନ୍ତି :

ଜାତକରେ କାଳସର୍ପର ଦୋଷ ଥିବା ଯୋଗୁଁ ଯେଉଁ ଲୋକଙ୍କ ଉପରେ ଆପଣ ବିଶ୍ଵାସ କରୁଥିବେ, ଯାହାକୁ ନିଜର ବୋଲି ଭାବୁଥିବେ, ସେମାନେ ମଧ୍ୟ ଖରାପ ସମୟ ଆସିବା ସମୟରେ ଆପଣଙ୍କ ଠାରୁ ଦୁରେଇ ଯାଆନ୍ତି । ଯଦ୍ୟପି ଆପଣ ସେମାନଙ୍କର ଅସୁବିଧା ସମୟରେ ତାଙ୍କ ପାଖରେ ରହି ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ତଥାପି ଆପଣଙ୍କ ଆବଶ୍ୟକ ସମୟରେ ସେମାନେ ଆପଣଙ୍କୁ ଏକୁଟିଆ ଛାଡ଼ି ଦେବେ ।

କୌଣସି ଦୋଷ ନଥାଇ ମଧ୍ୟ ଦଣ୍ଡ ମିଳିବା :

ଆପଣଙ୍କର କୌଣସି ପ୍ରକାରର କିଛି ବି ଦୋଷ ନଥାଇ ମଧ୍ୟ ଆପଣଙ୍କୁ ଦଣ୍ଡ ମିଳିଥାଏ, ଆପଣ କରିଥିବା ପରିଶ୍ରମର ସମସ୍ତ ଶ୍ରେୟ ଅନ୍ୟ କାହାକୁ ମିଳିବା, ସଫଳତାର ମାର୍ଗରେ ବାଧା ଉତ୍ପନ୍ନ ହେବା, ଏହିସବୁ କାଳସର୍ପ ଦୋଷର ପ୍ରଭାବ ଅଟେ ।

ଆପଣଙ୍କ ପରିବାର ଏବଂ ବିବାହରେ ସମସ୍ୟା ଉତ୍ପନ୍ନ ହେବା :

ଯଦି ଆପଣଙ୍କ ଜାତକରେ କାଳସର୍ପର ଦୋଷର ପ୍ରଭାବ ଅଛି; ତେବେ ଏହାଦ୍ଵାରା ବିବାହ ହୋଇ ପାରିବ ନାହିଁ କିମ୍ବା ବିବାହରେ ସମସ୍ୟାମାନ ଉତ୍ପନ୍ନ ହୋଇଥାଏ । ଯଦି ବିବାହ ହୋଇଯାଏ; ତେବେ ଏହାପରେ ଆପଙ୍କର ବୈବାହିକ ଜୀବନରେ ସମସ୍ୟା ଗୁଡିକ ଉତ୍ପନ୍ନ ହୋଇଥାଏ, ସନ୍ତାନ ପ୍ରାପ୍ତ ନହେବା କିମ୍ବା ବାରମ୍ବାର ସନ୍ତାନର ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅସୁବିଧାର ସାମ୍ନା କରିବା, ଆପଣଙ୍କର ମଧ୍ୟ ସ୍ଵାସ୍ଥ୍ୟ ବାରମ୍ବାର ଅସୁସ୍ଥ ହେବା, ଏହା କାଳସର୍ପ ଦୋଷର ଲକ୍ଷଣ ଅଟେ ।

କାଳସର୍ପ ଦୋଷର ନିର୍ବାରଣ ବା ଶାନ୍ତି କରିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ :

• ଯଦି ଆପଣ କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଆପଣ ଏକ ନାଗ-ନାଗୁଣି ଯୋଡାକୁ ଚାନ୍ଦିରେ ତିଆରି କରି ବିଧି ପୂର୍ବକ ପୂଜାପାଠ କରି ତାକୁ ଜଳରେ ପ୍ରବାହିତ କରନ୍ତୁ କିମ୍ବା କୌଣସି ସପେରାକୁ ଟଙ୍କା ଦେଇ ତାହାଦ୍ଵାରା ଧରାଯାଇ ଥିବା ନାଗ-ନାଗୁଣି ଯୋଡାକୁ ଜଙ୍ଗଲରେ ଛାଡି ଦିଅନ୍ତୁ ।

• ଯଦି ଆପଣ କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଆପଣ ପ୍ରତିଦିନ ଗୋମୂତ୍ରରେ ନିଜ ଦାନ୍ତକୁ ସଫା କରନ୍ତୁ କିମ୍ବା ନିଜ ଓଜନ ଅନୁସାରେ କୋଇଲାକୁ ଜଳରେ ପ୍ରବାହିତ କରନ୍ତୁ ।

• ଯଦି ଆପଣ କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଯେଉଁ ମନ୍ଦିରର ଶିବଲିଙ୍ଗ ଉପରେ ନାଗ ନ ଥିବେ, ସେଠାରେ ପୂଜା ଅର୍ଚ୍ଚନା କରି ଶିବଲିଙ୍ଗ ଉପରେ ନାଗ ଲଗାଇ ଦିଅନ୍ତୁ । ଆପଣ ଭଗବାନ ଶିବଙ୍କୁ ଚନ୍ଦନର ଅତର ଅର୍ପଣ ମଧ୍ୟ କରି ପାରିବେ ଏବଂ ନିଜେ ମଧ୍ୟ ଚନ୍ଦନର ଅତରକୁ ସବୁବେଳେ ବ୍ୟବହାର କରି ପାରିବେ ।

• କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ହେଲେ ନଡ଼ିଆ ଉପରେ ନାଗ-ନାଗୁଣିର ଯୋଡା ତିଆରି କରିବେ ଏବଂ ଏହା ଉପରେ ମୌଲି (ପବିତ୍ର ସୂତା) ଗୁଡ଼ାଇ ଦେଇ, ଏହାକୁ ଜଳରେ ପ୍ରବାହିତ କରିଦେବେ ।

ଉପରୋକ୍ତ ଉପାୟମାନ ଦ୍ଵାରା କାଳସର୍ପ ଦୋଷରୁ ମୁକ୍ତି ପାଇପାରିବେ ।