ଏହି ଅଭିନେତ୍ରୀଙ୍କ ସହିତ କିଛି ଏହିପରି କିଛି ଦାବି ରଖିଥିଲେ ଚଳଚ୍ଚିତ୍ର ପ୍ରଯୋଜକ ! ଗୋଟିଏ ଶୋ’ ଅଭିନେତ୍ରୀ ଜଣକ ଖୁଲାସା କରିଥିଲେ… ଶୁଣିବା ପରେ

Spread the love

ଏହି ଅଭିନେତ୍ରୀଙ୍କ ସହିତ କିଛି ଏହିପରି କିଛି ଦାବି ରଖିଥିଲେ ଚଳଚ୍ଚିତ୍ର ପ୍ରଯୋଜକ ! ଗୋଟିଏ ଶୋ’ ଅଭିନେତ୍ରୀ ଜଣକ ଖୁଲାସା କରିଥିଲେ… ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମାଲାୟଲମ ଚଳଚ୍ଚିତ୍ରର ଏହି ଅଭିନେତ୍ରୀଙ୍କ ସହିତ ମଧ୍ୟ ଶୋଷଣ ହୋଇସାରିଛି, ସେଥିପାଇଁ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା ।

ଅନେକ ଲୋକଙ୍କ ଏହିଭଳି ଧାରଣା ଥାଏ ଯେ, ଚଳଚ୍ଚିତ୍ର ଜଗତରେ ଝିଅମାନଙ୍କ ଦଶା ଠିକ ନଥାଏ । କିଛି ଲୋକ ଚିଲଚିତ୍ର ଦୁନିଆର ଝିଅମାନଙ୍କୁ ବୈଶ୍ୟାଙ୍କ ସହିତ ମଧ୍ୟ ତୁଳନା କରିଦିଅନ୍ତି କିନ୍ତୁ କେହି ଏହା ବୁଝନ୍ତି ନାହିଁ ଯେ, ବୈଶ୍ୟା ମାନଙ୍କୁ ବୈଶ୍ୟା ବୃତ୍ତି କରିବାକୁ କିଏ ବାଧ୍ୟ କରାଇଥାଏ ? ତାଙ୍କର ବିବଶତାର ଫାଇଦା ଉଠାଇଥାନ୍ତି; ଆମର ଏହି ସମାଜର ଲୋକମାନେ । ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବୈଶ୍ୟାମାନଙ୍କ ପାଖକୁ ଯାଇଥାନ୍ତି । ଯଦି ଚଳଚ୍ଚିତ୍ର କଥା ଆଲୋଚନା କରିବା, ତା’ହେଲେ ଏଠାରେ କାମ କରୁଥିବା ସମସ୍ତେ ଅଭିନେତ୍ରୀ ଏକା ପରି ନୁହଁନ୍ତି ଓ ତାଙ୍କ ସମ୍ମୁଖରେ ଯେତେବେଳେ କୌଣସି ପ୍ରକାର ବାଧ୍ୟତାମୂଳକ କାମ ରଖାଯାଏ; ତେବେ କେତେକ ଏହାକୁ ସ୍ୱୀକାର କରିନିଅନ୍ତି ତ ଆଉ କିଛି ଏହାକୁ ବାରଣ ମଧ୍ୟ କରିଦିଅନ୍ତି । କିଛି ଏମିତି ହିଁ ହୋଇଥିଲା ଗୋଟିଏ ଅଭିନେତ୍ରୀଙ୍କ ସହିତ ଏବଂ ଏହାର ଖୁଲାସା ସେ ନିଜେ କରିଥିଲେ । ଏହି ଅଭିନେତ୍ରୀଙ୍କ ସହିତ କିଛି ଏମିତି ଦାବି ରଖିଥିଲେ ଚଳଚ୍ଚିତ୍ର ପ୍ରଯୋଜକ, ଚାଲନ୍ତୁ ଜାଣିବା କଣ କହିଥିଲେ ଏହି ଅଭିନେତ୍ରୀ ଜଣକ ?

ଏହି ଅଭିନେତ୍ରୀଙ୍କ ପାଖରେ ଏମିତି କିଛି ଦାବି କରିଥିଲେ ଚଳଚ୍ଚିତ୍ର ପ୍ରୋଯୋଜକ :

ଗତ ବର୍ଷ ବଲିଉଡରେ MeToo କେମ୍ପେନ ଚାଲିଥିଲା, ଯେଉଁଠାରେ କି ଅନେକ ଅଭିନେତ୍ରୀ ନିଜର ବ୍ୟକ୍ତିଗତ କଷ୍ଟକୁ ସମସ୍ତଙ୍କ ସମ୍ମୁଖରେ ରଖିଥିଲେ । ଚଳଚ୍ଚିତ୍ରରେ କାମ ଦେବା ବାହାନାରେ କେଜାଣି କେତେ ଅଭିନେତ୍ରୀଙ୍କ ସହିତ ଭୁଲ ହୋଇଛି । MeToo କେମ୍ପେନରେ କେତେ ବଡ଼ ବଡ଼ ଚଳଚ୍ଚିତ୍ର ହସ୍ତୀଙ୍କ ଉପରେ ମହିଳା ଶୋଷଣର ଆରୋପ ଲାଗିଥିଲା ଓ ଏବେ ଏହାର ଉଦାହରଣ ମାଲାୟଲମ ଚଳଚ୍ଚିତ୍ର ଜଗତରେ ମଧ୍ୟ ଦେଖାଦେଇଛି । ବର୍ତ୍ତମାନ ନିକଟରେ ହିଁ ଏକ ଇଣ୍ଟରଭ୍ୟୁରେ ଅଭିନେତ୍ରୀ ଗାୟତ୍ରୀ ସୁରେଶ କହିଥିଲେ ଯେ, ତାଙ୍କୁ କମ୍ପ୍ରମାଇଜ ବା ଆପୋଷ ବୁଝାମଣା କରିବାକୁ କୁହାଗଲା । ଗୋଟିଏ FM ରେଡ଼ିଓ ଚ୍ୟାନେଲର କଥାବାର୍ତ୍ତା ସମୟରେ ମାଲାୟଲମ ଅଭିନେତ୍ରୀ ଗାୟତ୍ରୀ କହିଥିଲେ ଯେ, ତାଙ୍କୁ ଗୋଟେ ଥର କାଷ୍ଟିଂ କାଉଚର ମଧ୍ୟ ଶିକାର ହେବାକୁ ପଡିଥିଲା ।

ସେ କହିଲେ ଯେ, କ୍ୟାରିୟରର ଆରମ୍ଭ ଦିନ ଗୁଡ଼ିକରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ଓ ତାଙ୍କୁ ଚଳଚ୍ଚିତ୍ରରେ କାମ ଦେବା ବଦଳରେ ପ୍ରଡ୍ୟୁସର ଖରାପ ବା ଭୁଲ କାମ କରିବା ପାଇଁ ଦାବି କରୁଥିଲେ । ଗାୟତ୍ରୀ କହିଲେ ଯେ, ‘ସେ ମୋତେ ଗୋଟିଏ ମେସେଜ କଲା ଓ ପଚାରିଲା କଣ ଆପଣ ରାଜି ଅଛନ୍ତି ? ମୁଁ କେବେ ମଧ୍ୟ ସେହି କଥାର ଉତ୍ତର ଦେଲି ନାହିଁ ।’ ସେ କହିଲେ, ମୁଁ କଥାବାର୍ତ୍ତା ହେବା ବନ୍ଦ କରି ଦେଉଥିଲି ଓ ପରେ ଚଳଚ୍ଚିତ୍ରର କାମକୁ ନେଇ ମଧ୍ୟ ଆଗକୁ କିଛି ଚର୍ଚ୍ଚା ହେଲା ନାହିଁ । ଗାୟତ୍ରୀଙ୍କ ପୂର୍ବରୁ ମଧ୍ୟ ମାଲାୟଲମ ଅଭିନେତ୍ରୀ ପାର୍ବତୀ ଏହି କଥାର ଖୁଲାସା କରିଥିଲେ । ପାର୍ବତୀ କହିଥିଲେ ଯେ, ତାଙ୍କ କ୍ୟାରିୟରର ଆରମ୍ଭ ଦିନଗୁଡିକରେ ତାଙ୍କୁ ମଧ୍ୟ କେତେ ଅଫର ଆସିଥିଲା କିନ୍ତୁ ସେ ସବୁବେଳେ ମନା କଲେ ଏବଂ ଶେଷରେ ତାଙ୍କ ଗୁଣର ପ୍ରଶଂସା ହେଲା ଓ ତାଙ୍କୁ କାମ ମିଳିବା ଆରମ୍ଭ ହୋଇଗଲା ।

୨୦୧୮ ମସିହାର ଆରମ୍ଭରେ #MeToo କେମ୍ପେନ ଚାଲିଥିଲା ଓ ଏହି ସମୟରେ ବଲିଉଡର ପ୍ରସିଦ୍ଧ ଓ ଲୋକପ୍ରିୟ ଚେହେରା ଆଲୋକ ନାଥ, ସାଜିଦ ଖାନ, ସୁଭାଷ ଘାଇ ଓ ରାଜକୁମାର ହୀରାନୀ ସମେତ ଆଉ କେତେକ ବଡ଼ ବଡ଼ ହସ୍ତୀ ଏହି ଘେରରେ ଆସି ଯାଇଥିଲେ । ଏମାନଙ୍କ ଉପରେ କୌଣସି ନା କୌଣସି ମହିଳାମାନେ ଆରୋପ ଲଗାଇଥିଲେ କି ଏହି ଲୋକମାନେ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ଓ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମଧ୍ୟ କରିଥିଲେ । ଏହି କାରଣରୁ ସେହି ମହିଳାମାନଙ୍କୁ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯିବାକୁ ପଡ଼ିଲା ।