ମା ଅନ୍ୟ ଘରେ କାମ କରୁଥିଲେ, ଆଜି ପୁଅ ହୋଇଗଲେ IPS ଅଧିକାରୀ, ପଢ଼ନ୍ତୁ IPS ଅଧିକାରୀ ସାଫିନଙ୍କ କାହାଣୀ ।

Spread the love

ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଏହା ଏକ ପ୍ରେରଣା ଅଟେ ୨୨ ବର୍ଷୀୟ IPS ଆଧିକାରୀ ସାଫିନଙ୍କ ଜୀବନର କାହାଣୀ ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଆସୁଥିବା ଅସୁବିଧା ବିନା କୌଣସି ଡରରେ ସମ୍ନା କରିଥାଏ, ସେମାନେ ଜୀବନରେ ନିଶ୍ଚିତ ସଫଳତା ଲାଭ କରିଥାନ୍ତି । ଏ କଥାକୁ ସତ ପ୍ରମାଣିତ କରିଛନ୍ତି, ସାଫିନ ହାସନ ନାମକ ଜଣେ ଯୁବକ । ସାଫିନ ହାସନ ଜଣେ ଛୋଟ ଗରିବ ପରିବାରର ଅଟନ୍ତି କିନ୍ତୁ ସାଫିନଙ୍କ ସ୍ୱପ୍ନ ବହୁତ ବଡ଼ ଥିଲା । ସେ ଅନେକ ସମସ୍ୟାର ସମ୍ମୁଖୀନ ହେବ ପରେ ମଧ୍ୟ ନିଜ ସ୍ୱପ୍ନ ପୂରଣ କରିଛନ୍ତି ଏବଂ ଆଜି ଆମ ଦେଶର ସବୁଠୁ ଛୋଟ ଏବଂ ଯୁବ IPS ହୋଇ ଯାଇଛନ୍ତି ।

ଜୀବନରେ ଥିଲା ବହୁତ କଷ୍ଟ :

ଗୁଜୁରାଟ ରାଜ୍ୟର ଅଧିବାସୀ ସାଫିନ ହାସନଙ୍କ ଜୀବନ କଷ୍ଟରେ ଭରପୂର ଥିଲା । ସାଫିନଙ୍କ କହିବା ଅନୁସାରେ ତାଙ୍କ ମାତା ପିତା ଏକ ଡାଇମଣ୍ଡ କମ୍ପାନୀରେ କାମ କରୁଥିଲେ । ଡାଇମଣ୍ଡ କମ୍ପାନୀର କ୍ଷତି ଫଳରେ ତାଙ୍କ ମାତା ପିତାକୁ ଚାକିରୀ ଛାଡ଼ି ବାକୁ ପଡିଲା । ଚାକିରୀ ଛାଡ଼ିଲା ପରେ ତାଙ୍କ ମାଆ, ଲୋକଙ୍କ ଘରେ ରୋଟି କରିବାର ଆରମ୍ଭ କଲେ ଏବଂ ତାଙ୍କ ବାପା ଇଲେକ୍ଟ୍ରିମ୍ୟାନ ଭାବେ କାମ କଲେ । ଏହା ସହିତ ଶୀତ ଦିନେ ଚାହା ଏବଂ ଠେଲାରେ ଅଣ୍ଡା ବିକ୍ରି କରିବାକୁ ଲାଗିଲେ । ସାଫିନଙ୍କ ବାପା-ମାଆଙ୍କ ଆମଦାନୀରେ ତାଙ୍କ ପଢ଼ା ଖର୍ଚ୍ଚ ବାହାରୁ ନ ଥିଲା । ତଥାପି ତାଙ୍କ ବାପା ମାଆ ସାଫିନଙ୍କ ପାଠ ପଢ଼ାରେ କୌଣସି ଅଭାଵ ରଖି ନ ଥିଲେ ଏବଂ କେବେ ମଧ୍ୟ ତାଙ୍କ ପୁଅକୁ ପଢିବା ପାଇଁ ମନା କରି ନ ଥିଲେ ।

ନିଜେ ତିଆରି କଲେ ନିଜ ଘର :

ସାଫିନଙ୍କ କହିବା ଅନୁସାରେ, ସେ ତାଙ୍କ ମାଆଙ୍କ ସହ ମିଶି ନିଜେ ତିଆରି କରି ଥିଲେ ତାଙ୍କର ଘର । କାହିଁକି ନା ତାଙ୍କ ପାଖରେ ମୂଲିଆ ମାନଙ୍କୁ ମଜୁରି ଦେବା ପାଇଁ ପଇସା ନଥିଲା । ମାଆ ଦିନ ବେଳେ ଲୋକଙ୍କ ଘରେ କାମ କରୁଥିଲେ ଏବଂ ସନ୍ଧ୍ୟାରେ ନିଜ ଘର ତିଆରି କରୁଥିଲେ । ସାଫିନଙ୍କ କହିବ ଅନୁସାରେ ତାଙ୍କ ଘର ଲୋକ ବହୁତ ଋଣ ଗ୍ରସ୍ତ ମଧ୍ୟ ଥିଲେ ।

କେବଳ ପାଠପଢ଼ାରେ ଧ୍ୟାନ ଦେଇଥିଲେ :

ସାଫିନ ପାଠପଢ଼ାରେ ବହୁତ ଆଗୁଆ ଥିଲେ ଓ ସେ ସ୍କୁଲରେ ସବୁଠୁ ବୁଦ୍ଧିମାନ ଛାତ୍ର ଥିଲେ । କିନ୍ତୁ ତାଙ୍କ ଘରଲୋକଙ୍କ ପାଖରେ ଏତେ ଟଙ୍କା ନ ଥିଲା ଯେ, ସେମାନେ ସାଫିନକୁ ଆଗକୁ ପଢେଇବେ । ସାଫିନଙ୍କ କହିବା ଅନୁସାରେ ତାଙ୍କ ଗାଁଆରେ ଛୋଟ ଘରୋଇ ବିଦ୍ୟାଳୟ ଥିଲା; ଯେଉଁଠି ତାଙ୍କୁ ଆଡମିଶନ ପାଇଁ ସିଟ୍ ମିଳିଲା ଏବଂ ସେ ସେଠାରେ କମ ଟଙ୍କାରେ ନାମ ଲେଖାଇ ଥିଲେ । ଯାହାଫଳରେ ସେ ତାଙ୍କ ପାଠପଢ଼ା ଚାଲୁ ରଖିଲେ ।

NITରେ ପାଠ ପଢିଥିଲେ :

ସାଫିନର କଠିନ ପରିଶ୍ରମ ଯୋଗୁଁ ତାଙ୍କୁ “ନ୍ୟସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ”ରେ ପଢିବା ପାଇଁ ସୁଯୋଗ ମିଳିଲା ଏବଂ ଏହାର ଖର୍ଚ୍ଚ, ତାଙ୍କ ସମ୍ପର୍କୀୟ ମାନେ ବହନ କଲେ । ସେ ତାଙ୍କର ପାଠ ପଢା ସହିତ UPSC ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ ।

ପରୀକ୍ଷା ପୂର୍ବରୁ ହେଲା ଦୁର୍ଘଟଣା :

ସାଫିନ ଯେତେବେଳେ UPSCର ପ୍ରଥମ ପରୀକ୍ଷା ଦେବାକୁ ଯାଉଥିଲେ, ସେତେବେଳେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ତାଙ୍କୁ ବହୁତ ଆଘାତ ଲାଗିଥିଲା ।କିନ୍ତୁ ସେ ହସ୍ପିଟାଲ ଯିବା ବଦଳରେ ପରୀକ୍ଷା ଦେବା ପାଇଁ ଯାଇଥିଲେ । ପରୀକ୍ଷା ଦେଲା ପରେ, ସେ ହସ୍ପିଟାଲରେ ଦାଖଲ ହେଲେ ଓ ସେଠାରେ ବହୁତ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା । ସାଫିନଙ୍କ କହିବା ଅନୁସାରେ, ସେ ଏକମାସ ହସ୍ପିଟାଲରେ ରହିଲେ ଏବଂ ହସ୍ପିଟାଲରୁ ଫେରିବାର ଏକ ସପ୍ତାହ ପରେ ତାଙ୍କର ଇଣ୍ଟରଭ୍ୟୁ ଥିଲା । ସେ ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନ ନେଇ ତାଙ୍କର ପୁରା ଧ୍ୟାନ ଇଣ୍ଟରଭ୍ୟୁର ପ୍ରସ୍ତୁତି ପାଇଁ ଲଗାଇଲେ । ଏବଂ ଇଣ୍ଟରଭ୍ୟୁରେ ବହୁତ ସହଜରେ ଉତ୍ତୀର୍ଣ୍ଣ ହୋଇପାରିଲେ । ସାଫିନଙ୍କୁ UPSC ପରୀକ୍ଷାରେ ୧୭୫ ରେଙ୍କ ମିଳିଥିଲା, ଯାହାଫଳରେ ସେ IPS ଅଧିକାରୀ ହୋଇପାରିଲେ । ସାଫିନଙ୍କ କହିବା ଅନୁସାରେ, “ଦୁଃଖ କଷ୍ଟ ତା’ପାଖକୁ ଆସିଥାଏ, ଯାହାର ସହିବାର ଶକ୍ତି ଥାଏ ।” ସାଫିନଙ୍କ ଏହି କାହାଣୀ ସେମାନଙ୍କ ପାଇଁ ପ୍ରେରଣା ଦାୟକ ଅଟେ, ଯେଉଁମାନେ ନିଜ ସ୍ୱପ୍ନ ପୁରଣ କରିବା ପାଇଁ ପରିଶ୍ରମ କରୁଛନ୍ତି ।