ଦେଖନ୍ତୁ ଭିଡିଓ କିପରି ଗୁରୁ ଓ ଶିଷ୍ୟ ମିଶି ନାଚ କରୁଛନ୍ତି । ଶିଷ୍ୟ ନିଜ ଗୁରୁଙ୍କୁ dance partner କରିଛି ।

Spread the love

ଗୁରୁ ଓ ଶିଷ୍ୟଙ୍କର ଏହି ଡେନ୍ସ ଭିଡିଓ ଭାଇରଲ ହୋଇସାରିଛି । ଦେଖନ୍ତୁ ଭିଡ଼ିଓରେ କିପରି ଜବରଦସ୍ତ ନାଚ ଚାଲିଛି ।

ଆପଣମାନେ ବହୁତ ନାଚ ଭିଡିଓ ଦେଖିଥିବେ, ଯେଉଁଠି ଲୋକେ ବିଭିନ୍ନ ଶୈଳୀରେ ନାଚିଥାନ୍ତି । ଏହି ପ୍ରକାରର ନାଚ ଭିଡିଓ ଭାଇରଲ ହୋଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁ ଥାଏ । ଏହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଯେଉଁଠି ଗୁରୁ ନିଜ ଶିଷ୍ୟଙ୍କ ସହ ନାଚୁଛନ୍ତି । ଏହି ଭିଡିଓ କୌଣସି ଗୋଟିଏ ସ୍କୁଲରେ ହୋଇଛି ଓ ଏଥିରେ ଉଭୟ ଗୁରୁ ଓ ଶିଷ୍ୟ ମିଶି ନାଚୁଛନ୍ତି । ଏହି ଭିଡ଼ିଓରୁ ଜଣାପଡୁଛି, ସ୍କୁଲର ଏହି ମାହୋଲ୍ ଅନ୍ୟ ସ୍କୁଲର ମାହୋଲ୍ ଠାରୁ କିଛି ଭିନ୍ନ ଅଟେ । ଯେଉଁଠି ଉଭୟ ଗୁରୁ ଓ ଶିଷ୍ୟ ମିଶି ଖୁବ୍ ମଜାମସ୍ତି କରୁଛନ୍ତି । ଏହି କାରଣରୁ ଏହି ଭିଡ଼ିଓରେ ପ୍ରଶଂସକ ବହୁତ ବଢି ଚାଲିଛନ୍ତି ।

ଜାଣନ୍ତୁ କଣ ଅଛି ଏହି ଭିଡ଼ିଓରେ :

ପ୍ରାୟତଃ ଭିଡିଓ ଗୁଡିକରେ ସାଙ୍ଗମାନେ କିମ୍ବା ପ୍ରେମୀଯୁଗଳ ନାଚୁଥିବାର ଆମେ ଦେଖିଛେ । କିନ୍ତୁ ଏହି ଭିଡିଓ କିଛି ନିଆରା ଶୈଳୀର ନାଚ ଭିଡିଓ ଅଟେ । ଯେଉଁଠି ଉଭୟ ଗୁରୁ ଶିଷ୍ୟ ମିଶି ନାଚ କରୁଛନ୍ତି । ଏହି ଭିଡ଼ିଓରେ ଆମେ ଦେଖିପାରିବା ଗୁରୁ ଶିଷ୍ୟ ଖୁବ୍ ମଜାମସ୍ତିରେ ନାଚ କରୁଛନ୍ତି । ଏହି ଭିଡ଼ିଓରେ ୧୪ ରୁ ୧୬ ବର୍ଷର ଜଣେ ଛାତ୍ର ସାରୁଖାନଙ୍କ ଏକ ଚଳଚ୍ଚିତ୍ରର ଗୀତରେ ନାଚ କରୁଛି ।

ଏହି ଭିଡ଼ିଓରେ ପିଲାଟି “ରବ୍ ନେ ବନା ଦେ ଯୋଡି” ଚଳଚିତ୍ରର ଗୀତରେ ନାଚ କରୁଛି; ଯେଉଁଠି ଶିକ୍ଷକ ଜଣ ଏହି ପିଲାର ନାଚରେ ମନମୁଗ୍ଧ ହୋଇ ନିଜେ ମଧ୍ୟ ନାଚିବାରେ ଲାଗିଛନ୍ତି । ଏହି ଭିଡ଼ିଓର ପ୍ରାରମ୍ଭରେ ପିଲାଟି ଏକୁଟିଆ ନାଚୁଥିବା ଅବସ୍ଥାରେ ନିଜ ଗୁରୁଙ୍କ ପାଦ ଛୁଇଁଥିଲା, ପରେ ପରେ ସବୁ ମହିଳା ଶିକ୍ଷୟାତ୍ରୀ ଏହି ପିଲା ସହ ଗୀତର ତାଳେ ତାଳେ ନାଚିବାରେ ଲାଗିଲେ । ୪ ମିନିଟ ୩୬ ସେକେଣ୍ଡର ଏହି ଭିଡ଼ିଓରେ ଶେଷ ସମୟରେ ସମସ୍ତ ଗୁରୁ ଶିଷ୍ୟ ମିଳିତ ନାଚିବାର ଆପଣ ମାନେ ଦେଖିପାରିବେ ।

୨ଲକ୍ଷରୁ ଅଧିକ ଲୋକେ ଏହି ଭିଡ଼ିଓକୁ ଦେଖି ସାରିଛନ୍ତି :

ଏହି ଭିଡିଓ କିଛି ସମୟ ପୂର୍ବରୁ facebookରେ ପୋଷ୍ଟ କରାଯାଇଛି ଭିଡିଓ ପୋଷ୍ଟ କରିବାର ୨୪ ଘଣ୍ଟା ମଧ୍ୟରେ ହିଁ ଏହି ଭିଡ଼ିଓକୁ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡ଼ିଓକୁ unofficial: whatsaap jocks ନାମକ ଏକ facebook account ମାଧ୍ୟମରେ ଏହାକୁ share କରାଯାଇଛି ଓ ଏହି ଭିଡିଓ ପୋଷ୍ଟ କରିବା ସମୟରେ ଲେଖା ଯାଇଛି ଶିଷ୍ୟ ଓ ପିଲାଙ୍କ ଏକ ସୁନ୍ଦର ନାଚ ।

ପଞ୍ଜାବ ର କୌଣସି ଏକ ସ୍କୁଲର ଏହି ଭିଡିଓ

ଏହି ଭିଡିଓରେ ନାଚୁ ଥିବା ଶିକ୍ଷୟାତ୍ରୀ ଓ ଛାତ୍ରଙ୍କ ନାମ ଏବଂ ଠିକଣା ଏହି ଭିଡ଼ିଓରେ ଦିଆଯାଇନାହିଁ । କିନ୍ତୁ ଏହି ଭିଡିଓ ଦେଖିବା ପରେ ଜଣାପଡ଼ିଛି, ଏହି ଭିଡ଼ିଓଟି ପଞ୍ଜାବର କୌଣସି ଏକ ସରକାରୀ ସ୍କୁଲର ହୋଇଥାଇପରେ । ଏହି ଭିଡ଼ିଓରେ ଦେଖାଯାଉଥିବା ପିଲାମାନେ ୯ମ କିମ୍ବା ୧୦ମ ଶ୍ରେଣୀର ହୋଇଥାଇ ପାରନ୍ତି ।