ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷା ଉତ୍ତର ଖାତାରେ ପ୍ରେମ ଭରା ବାର୍ତ୍ତା…….I LOVE YOU MY pooja !

Spread the love

ବୋର୍ଡ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ସଠିକ୍ ଦେବା ଉଚିତ । କିନ୍ତୁ କିଛି ଛାତ୍ର ନିଜ ଉତ୍ତର ଖାତାରେ ଗୀତ, କାହାଣୀ ଇତ୍ୟାଦି ଲେଖିଥାନ୍ତି, ଯାହା ଶିକ୍ଷା ବ୍ୟବସ୍ଥାକୁ ଭୁଲ ପ୍ରମାଣିତ କରିଦେଇଥାଏ ।

ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷାରେ ବର୍ତ୍ତମାନ ଶେଷ ହୋଇସାରିଛି । ବର୍ତ୍ତମାନ ମୂଲ୍ୟାଙ୍କନ ପ୍ରକ୍ରିୟା ବହୁ ଜୋରସୋର୍ ରେ ଚାଲିଛି । ଉତ୍ତର ଖାତାଗୁଡିକର ମୂଲ୍ୟାଙ୍କନ ପାଇଁ ୟୁପି ବୋର୍ଡ ନିର୍ଦ୍ଧାରିତ କରିଥିବା ସ୍କୁଲଗୁଡିକୁ ପଠାଇବାର ବ୍ୟବସ୍ଥା କରାଯାଉଛି । ଏହି ସମୟରେ କିଛି ଏହିପରି ଉତ୍ତରଖାତା ଦେଖିବାକୁ ମିଳୁଛି; ଯେଉଁଥିରେ ଛାତ୍ରମାନେ ଉତ୍ତର ପ୍ରତିବଦଳରେ କବିତା, କାହାଣୀ ଓ ଶାୟରି ଲେଖିବାର ନଜର ଆସୁଛି । ଏହା ପ୍ରଥମଥର ନୁହେଁ ଯାହା ଦେଖିବାକୁ ମିଳୁଛି । ଏହିପରି ଘଟଣା ଉତ୍ତର ପ୍ରଦେଶରେ ଅତି ସାଧାରଣ ଅଟେ । ଆସନ୍ତୁ ଜାଣିବା, ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ସବୁ ନୂଆ ଖବର ରହିଛି ।

ବୋର୍ଡ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନ ଗୁଡିକର ଉତ୍ତର ଠିକ୍ ରୂପରେ ଦେବା ଉଚିତ କିନ୍ତୁ ଏହିପରି କିଛି ଘଟଣା ପରୀକ୍ଷା ବ୍ୟବସ୍ଥାକୁ ଛାରଖାର୍ କରିଦେଉଛି । ୟୁପି ବୋର୍ଡର, ଶିକ୍ଷା ବ୍ୟବସ୍ଥା ମୂଳରୁ ହିଁ ପ୍ରଶ୍ନ ଘେରରେ ରହିଛି । ବର୍ତ୍ତମାନର ଏହି ଘଟଣା ଘଟିବା ପରେ, ଏହା ନିଆଁରେ ଘିଅ ଢାଳିବା ପରି ଲାଗୁଛି । କହିବାକୁ ଚାହୁଁଛୁ, ଏହି ଦିନ ଗୁଡିକରେ ୟୁପି ବୋର୍ଡର ପରୀକ୍ଷା ଖାତାଗୁଡିକ ସଂଶୋଧନ ପ୍ରକ୍ରିୟା ଚାଲୁ ରହିଛି ଓ ଏହି ସମୟରେ ଏହିପରି ଘଟଣା ସାମ୍ନାକୁ ଆସିଛି । ପାସ୍ କରିବା ପାଇଁ ଛାତ୍ରମାନେ ଅଜବ ଅଜବ ପନ୍ଥା ଆପଣେଇଛନ୍ତି ।

ଉତ୍ତରଖତରେ ମିଳୁଛି ୧୦୦ / ୨୦୦ ଟଙ୍କା :

ୟୁପି ବୋର୍ଡର ଛାତ୍ରମାନେ କେଉଁ ପରିମାଣର ନିର୍ଲଜ ଅଟନ୍ତି, ଆପଣ ଏହି ସବୁ ଚିତ୍ର ଦେଖିବା ପରେ ଜାଣିପାରିବେ । ଉତ୍ତରଖାତା ଗୁଡିକରେ ୧୦୦ଟଙ୍କା / ୨୦୦ଟଙ୍କା ଖାତା ମଧ୍ୟରୁ ମିଳୁଛି ଓ ଲେଖାଯାଇଛି ଏହି ଟଙ୍କା ନେଇ ଆମକୁ ପାସ୍ କରିଦିଅନ୍ତୁ । ଏହା କେବଳ ଗୋଟିଏ କଥା ନୁହେଁ, ଏହିପରି ବହୁତ ଘଟଣା ସାମ୍ନାକୁ ଆସିଛି । ମୂଲ୍ୟାଙ୍କନ କରୁଥିବା ଶିକ୍ଷକ କହୁଛନ୍ତି, ପ୍ରତିଦିନ ଆମକୁ ଏହିପରି ବହୁତ ଖାତା ମିଳୁଛି; ଯେଉଁଥିରେ ୧୦୦ ରୁ ୨୦୦ ଟଙ୍କା ମିଳୁଛି ଓ ଖାତାରେ ଲେଖା ହୋଇଥାଏ, ସାର୍ ଏହି ଟଙ୍କା ନେଇ ଆମକୁ ପାସ୍ କରାଇ ଦିଅନ୍ତୁ । ଏହି ଘଟଣାରୁ ଜଣାପଡୁଛି, ଛୋଟ ବୟସରେ ପିଲାମାନେ ଭ୍ରଷ୍ଟାଚାରାର ରାସ୍ତା ଆପଣେଇବାରେ ପଛଘୁଞ୍ଚା ଦେଉନାହାନ୍ତି ।

ଉତ୍ତରଖାତାରେ ଲେଖା ହୋଇଛି ପ୍ରେମର ବାର୍ତ୍ତା :

ବୋର୍ଡ ପରୀକ୍ଷାରେ କିଛି ଛାତ୍ରଛାତ୍ରୀ କଷ୍ଟ କରି ପାସ୍ ହେବା ପାଇଁ ଚେଷ୍ଟା କରୁଛନ୍ତି ତ କିଛି ଛାତ୍ରଛାତ୍ରୀ ଓଲଟା ସିଧା କାର୍ଯ୍ୟ କରି ବସିଥାନ୍ତି । କିଛି ଛାତ୍ର ଉତ୍ତରଖାତାରେ ପ୍ରଶ୍ନର ଉତ୍ତର ଦେବା ବଦଳରେ ନିଜ ପ୍ରେମ କାହାଣୀ ଲେଖିଥାନ୍ତି । ଖାଲି ଏତିକି ନୁହେଁ; କିଛି ଛାତ୍ର ଅଛନ୍ତି, ଶିକ୍ଷକଙ୍କୁ ମିନତୀ କରିଛନ୍ତି ସାର୍ ମୋ ବାପା, ମାଆ ନାହାନ୍ତି, ଦୟାପୂର୍ବକ ମୋତେ ପାସ୍ କରି ଦିଅନ୍ତୁ କିଛି ଏପରି ଛାତ୍ର ଅଛନ୍ତି ଯେଉଁମାନେ ନିଜକୁ ବିମାର ଅଛନ୍ତି କହିଛନ୍ତି । ସମସ୍ତଙ୍କର ଚେଷ୍ଟା ଏହା ରହିଛି ଯେ, ଯେ କୌଣସି ପରିସ୍ଥିତିରେ ଆମକୁ ପାସ୍ କରି ଦିଅନ୍ତୁ ।

ସାର୍ ପାସ୍ କରିଦିଅନ୍ତୁ; ନ ହେଲେ ପୁଅ ଘର ଲୋକ ନିର୍ବନ୍ଧ ଭାଙ୍ଗିଦେବେ :

ଜଣେ ଶିକ୍ଷକଙ୍କ କହିବା ଅନୁସାରେ, ଜଣେ ଛାତ୍ରୀ ନିଜ ଉତ୍ତର ଖାତାରେ ଲେଖିଛି; ସାର୍ ଦୟାପୂର୍ବକ ମୋତେ ପାସ୍ କରିଦିଅନ୍ତୁ, ନ ହେଲେ ପୁଅ ଘର ଲୋକେ ନିର୍ବନ୍ଧ ଭାଙ୍ଗି ଦେବେ, ଯାହା ଫଳରେ ମୁଁ କେଉଁଠି ମଧ୍ୟ ନିଜ ମୁହଁ ଦେଖାଇ ପାରିବି ନାହିଁ । ଏହିପରି ଉତ୍ତର ଖାତା ଦେଖିବା ପରେ ଆମେ କହିପାରିବା; ଆମ ଶିକ୍ଷା ବ୍ୟବସ୍ଥା କେତେ ନିମ୍ନମାନର ହୋଇସାରିଛି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଶିକ୍ଷକ ଓ ସରକାରଙ୍କୁ କିଛି କୋଠୋର ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ଅଟେ ।