ଆସନ୍ତୁ ଜାଣିବା : ସ୍ତ୍ରୀମାନେ ସିନ୍ଦୁର ପିନ୍ଧିବା ସମୟରେ କେଉଁ ଭୁଲ କରିବା ଫଳରେ ସ୍ୱାମୀଙ୍କ ଆୟୁଷ କମିଥାଏ !

Spread the love

ବିଜ୍ଞାନ ଯେତେ ଉନ୍ନତି କରୁ ନା କାହିଁକି ଆମ ଦେଶରେ ଧର୍ମ ଶାସ୍ତ୍ର, ପୌରଣିକ ରୀତିନୀତର ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ୟକ ଦୁଷ୍ଟିଗୋଚର ହେଉଅଛି । ସିନ୍ଦୁର ବିବାହିତା ମହିଳାଙ୍କ ପ୍ରତୀକ ହୋଇଥାଏ । ସିନ୍ଦୁରର ଅନେକ ଆଧ୍ୟାତ୍ମିକ ମହତ୍ୱ ରହିଛି । ଜଣେ ବିବାହିତା ସ୍ତ୍ରୀ ପାଇଁ ଶଙ୍ଖା ଏବଂ ସିନ୍ଦୁରର ବିଶେଷ ମହତ୍ୱ ରହିଛି । ବିଶେଷ କରି ମଥାରେ ସିନ୍ଦୁର ପିନ୍ଧିବା ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଆଜିର ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯେ, ଶାସ୍ତ୍ର ଅନୁସାରେ ସିନ୍ଧୁର ପିନ୍ଧିବା ସମୟରେ ଯଦି ଏହିପରି କିଛି ଭୂଲ କରୁଛନ୍ତି; ତେବେ ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମିଥାଏ । ତେବେ ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା ପୌରାଣିକ କାରଣ ଓ ଧାର୍ମିକ କାରଣ ଏବଂ କଣ ସେହି ଭୂଲ :-

■ ପୌରାଣିକ କାରଣ :

ମାଆ ପାର୍ବତୀଙ୍କୁ ଜଣେ ଆଦର୍ଶ ପତ୍ନୀ ରୂପେ ବିବିଚନା କରାଯାଇଅଛି । ମଥାରେ ସିନ୍ଦୁର ପିନ୍ଧିଲେ ଜଣେ ସ୍ତ୍ରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ । ବିଶ୍ଵାସ ରହିଛି ସିନ୍ଥିରେ ସିନ୍ଦୁର ପିନ୍ଧିଲେ ମାଆ ଲକ୍ଷ୍ମୀ ମଥାରେ ବାସ କରନ୍ତି ଓ ସ୍ୱାମୀଙ୍କୁ ସର୍ବଦା ଧନ ପ୍ରାପ୍ତି ହୋଇଥାଏ ।

■ ଧାର୍ମିକ କାରଣ :

ବିବାହିତା ମହିଳାମାନେ ସିନ୍ଦୁରକୁ ମଥାର ମଧ୍ୟ ଭାଗରେ ଲଗାଇବା ଉଚିତ । ବିଭିନ୍ନ ଆଙ୍ଗୁଳିରେ ସିନ୍ଦୁର ପିନ୍ଧିବାର ଭିନ୍ନ ଭିନ୍ନ ମହତ୍ୱ ସବୁ ରହିଛି । ପଶ୍ଚିମ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଳିରେ ସିନ୍ଦୂର ପିନ୍ଧିଲେ ଅର୍ଥ ଏବଂ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ । ଉତ୍ତର ଦିଗକୁ ମୁହଁ କରି ତର୍ଜନୀ ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଜ୍ଞାନ ଏବଂ ପୂର୍ଵ ଦିଗକୁ ମୁହଁ କରି ମଧ୍ୟମା ଆଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ ବିଭିନ୍ନ କାଠିରେ ସିନ୍ଦୁର ପିନ୍ଧିବା ଶୁଭ ହୋଇ ନଥାଏ । ତେବେ ବନ୍ଧୁଗଣ ଆଜି ତ ଜାଣିଲେ କେଉଁ ଆଙ୍ଗୁଳିରେ ପିନ୍ଧିଲେ ଓ କେଉଁ ଦିଗରେ ପିନ୍ଧିଲେ କଣ ପ୍ରାପ୍ତି ହୋଇଥାଏ ଓ ସିନ୍ଦୁର ପିନ୍ଧିବା ସମୟରେ କେଉଁ ସବୁ ଭୂଲ କରିବା ଉଚିତ ନୁହେଁ । ଏହି ସବୁ ଭୂଲ କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମିଥାଏ ।

ନିମ୍ନରେ ପ୍ରଦତ୍ତ କରାଯାଇଛି :

କେବେବି ଖାଲି ମଥାରେ ସିନ୍ଦୁର ଲଗାନ୍ତୁ ନାହିଁ, ପ୍ରଥମେ କେଶକୁ ପଣିଆ ଦ୍ୱାରା ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ; ତା’ପରେ ସିନ୍ଦୁର ଲଗାନ୍ତୁ । ସନ୍ଧ୍ୟା ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ ।

ସିନ୍ଦୁର ଧୋଇବା ସମୟରେ ବା ଗାଧେଇବା ସମୟରେ କେଶ ବନ୍ଧା ଥିଲେ, ସିନ୍ଦୁରକୁ ଧୋଇବେ ନାହିଁ । ପ୍ରଥମେ କେଶକୁ ଖୋଲି ଦିଅନ୍ତୁ; ତା’ପରେ ଗାଧେଇବେ ବା ସିନ୍ଦୁରକୁ ଧୋଇବେ ।

ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ କି, ସିନ୍ଦୁର ଫରୁଆରୁ ତଳେ ପଡିଗଲେ କଣ କରିବେ ? ଓ ସେହି ସମୟରେ ଭୂମିରେ ପଡିଥିବା ସିନ୍ଦୁରକୁ କାଢି ଲଗାଇବେ ନା ନାହିଁ ? ତେବେ ମନେ ରଖନ୍ତୁ; କେବେ ବି ଭୂମିରେ ପଡିଥିବା ସିନ୍ଦୁରକୁ କାଢି ମଥାରେ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଉପରେ ବିପଦ ଆସିଥାଏ ଓ ସ୍ୱାମୀ ଆପଣଙ୍କୁ ପୂର୍ବଭଳି ଭଲ ପାଇନଥାନ୍ତି । ତେଣୁ ସିନ୍ଦୁର ଯଦି ତଳେ ପଡିଯାଉଛି; ତେବେ ତାହାକୁ କାଢି ବାହାରେ ଫିଙ୍ଗି ଦିଅନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।