ତିନୋଟି ମାଛ ମାନଙ୍କର କାହାଣୀ ଯାହାକି ଏହି ନୈତିକ ଶିକ୍ଷା ଦେଇଥାଏ ! ଯଦି ମନୁଷ୍ୟ ଚାହିଁଲେ ନିଜ ଭାଗ୍ୟକୁ ବଦଳେଇ ପାରିବ ।

Spread the love

ଗୋଟିଏ ନଦୀରେ ଅନେକ ମାଛ ରହୁଥିଲେ କିନ୍ତୁ ମାଛ ଧରିବା ବାଲା ପ୍ରତ୍ୟେକ ଦିନ ଆସି ମାଛଗୁଡ଼ିକୁ ଧରି ନେଇ ଯାଉଥିଲେ । ଯେଉଁ କାରଣରୁ ଏହି ନଦୀରେ ରହୁଥିବା ମାଛମାନେ ନଦୀ ପାଖରେ ହୋଇଥିବା ଏକ ଜଳାଶୟରେ ରହିବାକୁ ଲାଗିଲେ । ମାଛ ଧରିବା ବାଲାଙ୍କୁ ଏହି ଜଳାଶୟ ବିଷୟରେ ଜଣା ନ ଥିଲା । ସମୟ କ୍ରମରେ ଧୀରେ-ଧୀରେ ଏହି ନଦୀର ମାଛମାନେ ନିକଟସ୍ଥ ଜଳାଶୟକୁ ଯିବାକୁ ଲାଗିଲେ । ଜଳାଶୟରେ ରହୁଥିବା ତିନୋଟି ମାଛ ଯଥା ନିତୁ, ପ୍ରତ୍ୟୁ ଓ ରେଶମାଙ୍କ ମଧ୍ୟରେ ଏକ ଭଲ ବନ୍ଧୁତ୍ୱ ଆରମ୍ଭ ହେଲା । ଏହି ତିନୋଟି ମାଛ ସବୁବେଳେ ପରସ୍ଵପ ମଧ୍ୟରେ ମିଳିମିଶି ରହୁଥିଲେ । ଦିନେ ନିତୁ, ପ୍ରତ୍ୟୁ ଓ ରେଶମା ସେମାନେ ନିଜ ଭିତରେ କଥା ହେଉଥିଲେ, ସେତେବେଳେ ନିତୁ, ପ୍ରତ୍ୟୁ ଓ ରେଶମାକୁ ପଚାରିଲା କି, ଯଦି କାଲି ଏହି ଜଳାଶୟକୁ ମାଛ ଧରାଳିମାନେ ଆସିଗଲେ କଣ କରିବା ? ଏହି ପ୍ରଶ୍ନର ଉତ୍ତର ଦେଇ ପ୍ରତ୍ୟୁ କହିଲା କି ସେହି ସମୟ ଆସିଲେ ହିଁ ଏହି ବିଷୟରେ ଭାବିବା କି କଣ କରିବାର ଅଛି ! ପରେ ରେଶମା କହିଲା; ଯାହା ଭାଗ୍ୟରେ ଲେଖା ହୋଇଛି ତାହା ହିଁ ହେବ । ଏହି ଦୁହେଁଙ୍କ ଉତ୍ତର ଶୁଣିବା ପରେ ନିତୁ ସେମାନଙ୍କୁ କହିଲା କି “ମୁଁ ଏଠାରୁ ଚାଲିଯିବି” ।

ଦିନେ ମାଛ ଧରାଳିମାନେ ନଦୀକୁ ଆସିଥିଲେ ମାଛ ଧରିବା ପାଇଁ କିନ୍ତୁ ଅଧିକ ମାଛ ନ ମିଳିବାରୁ ସେମାନେ ନିରାଶ ହୋଇ ଘରକୁ ଫେରିବାକୁ ଲାଗିଲେ । ଠିକ୍ ସେହି ସମୟରେ ଗୋଟିଏ ମାଛ ଧରାଳିର ନଜର ନିକଟସ୍ଥ ଜଳାଶୟ ଉପରେ ପଡିଲା । ସେଠାକୁ ଯାଇ ଦେଖିଲା ଯେ, ସେଠାରେ ଅନେକ ମାଛ ଥିଲା । ସେ ଅନ୍ୟ ମାଛ ଧଲାରିଙ୍କୁ କହିଲା, “ଆସନ୍ତା କାଲି ଆମେ ଏଠାରେ ଜାଲ ବିଛେଇବା ଓ ମାଛକୁ ଧରିବା । ମାଛ ଧରାଳିମାନଙ୍କର କଥାକୁ ନିତୁ, ପ୍ରତ୍ୟୁ ଓ ରେଶମା ଶୁଣି ନେଲେ । ଯାହାପରେ କି ନିତୁ, ପ୍ରତ୍ୟୁ ଓ ରେଶମାକୁ କହିଲେ, “ମୁଁ ଏବେ ନଦୀକୁ ଯାଉଅଛି ।” କଣ ତମେ ଦୁହେଁ ମୋ ସହିତ ଆସିବ ? ପ୍ରତ୍ୟୁ ଓ ରେଶମା ନିତୁ ସହ ଯିବା ପାଇଁ ମନା କରିଦେଲେ । ପ୍ରତ୍ୟୁ, ନିତୁକୁ କହିଲା କାଲି ମାଛ ଧରାଳିମାନେ ଆସି ନ ପାରନ୍ତି ବା ସେମାନେ ଆସିଲେ ମଧ୍ୟ ସେମାନଙ୍କ ଠାରୁ କେମିତି ବଞ୍ଚିବାର ଅଛି, “ମୁଁ ସେତେବେଳେ ଭାବିବି”, ରେଶମା କହିଲା, “ସେ ସବୁ ନିଜ ଭାଗ୍ୟ ଉପରେ ଛାଡିଦିଅ” ।

ନିତୁ ଆଉ ଡେରି ନ କରି ତୁରନ୍ତ ନଦୀକୁ ଚାଲିଗଲା । ତା ପର ଦିନ ମାଛ ଧରାଳିମାନେ ଜଳାଶୟକୁ ଆସିଗଲେ । ମାଛ ଧରାଳିଙ୍କୁ ଦେଖି ପ୍ରତ୍ୟୁ ନିଜର ମୁଣ୍ଡକୁ ଖଟେଇଲା ଓ ସେଠାରେ ମରି ପଡ଼ିଥିବା ପଶୁର ପେଟ ଭିତରେ ଯାଇ ଲୁଚିଗଲା କାରଣ ତା ଦେହରୁ ମରି ଥିବା ପଶୁର ଗନ୍ଧ ଆସୁ । ପଶୁର ପେଟରୁ ବାହାରିବା ସଙ୍ଗେ ବିଛେଇଥିବା ଜାଲରେ ଫସିଗଲା । ମାଛ ଧରିବା ବାଲା ଯେମିତି ମାଛକୁ ଉପରକୁ ଟାଣିବାକୁ ଲାଗିଲା, ସେହି ମାଛମାନଙ୍କ ମଧ୍ୟରୁ ଗନ୍ଧ ଆସୁଥିଲା । ପ୍ରତ୍ୟୁକୁ କାଢି ଦେଖିବାରୁ ଜଣାପଡ଼ିଲା କି ସେହି ଗନ୍ଧ ଅର୍ଥାତ ମରିଯାଇଥିବା ମାଛର ଦୁର୍ଗନ୍ଧ ତା’ ଦେହରୁ ହିଁ ଆସୁଥିଲା । ଯାହାଫଳରେ ମାଛ ଧରାଳିମାନେ ପ୍ରତ୍ୟୁକୁ ପାଣିରେ ଫିଙ୍ଗି ଦେଲେ । କିନ୍ତୁ ରେଶମାକୁ ଧରି ନେଲେ ଓ ରେଶମାର ମୃତ୍ୟୁ ହୋଇଗଲା ।

ଏହି କାହାଣୀକୁ ପଢିବା ପରେ ଆମକୁ ଏହି କଥାର ଜ୍ଞାନ ମିଳେ କି କେବେ ବି ନିଜ ଭାଗ୍ୟର ଭରସା କରି ରହିବା ଉଚିତ ନାହିଁ । କାରଣ ମନୁଷ୍ୟ ଚାହିଁଲେ ନିଜ ଭାଗ୍ୟକୁ ବଦଳାଇପାରିବ ।