ଏସିଡ୍ ମାଡ ହୋଇଥିବା ଲକ୍ଷ୍ମୀଙ୍କ କାହାଣୀ ଶୁଣିବା ପରେ ଏହି ଅଭିନେତ୍ରୀ ଜଣକ କାନ୍ଦି ପକାଇଥିଲେ । ଏବେ ସେହି ଅଭିନେତ୍ରୀ ଜଣକ ଲକ୍ଷ୍ମୀଙ୍କ ଆତ୍ମା ଜୀବନୀ ଉପରେ ଆଧାରିତ ଚଳଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ।

ଏସିଡ୍ ମାଡରୁ ବଂଚି ଯାଇଥିବା ଲକ୍ଷ୍ମୀଙ୍କ ଆତ୍ମ ଜୀବନୀ ଉପରେ ଆଧାରିତ ଚଳଚିତ୍ରଟିର ନାମ ହେଉଛି “ଛପାକ୍” ଓ ଏଥିରେ ଦୀପିକା ପାଦୁକନ୍ ନିଜ ଅଭିନୟର ଛାପ ପ୍ରଦର୍ଶନ କରିବେ ।
ବଲିଉଡରେ ଆଜିକାଲି ଆତ୍ମଜୀବନୀ ଉପରେ ବହୁତ ଗୁଡିଏ ଚଳଚିତ୍ର ତିଆରି ହେଉଛି । ସଞ୍ଜୟ ଦତ୍ତ କିମ୍ବା ମନମୋହନ ସିଂ କିମ୍ବା ନରେନ୍ଦ୍ର ମୋଦିଙ୍କ ପରି ପ୍ରସିଦ୍ଧ ଲୋକଙ୍କ ଉପରେ ଆତ୍ମଜୀବନୀ ଚଳଚିତ୍ର ତିଆରି ହୋଇସାରିଛି । କିଛି ଦିନ ପୂର୍ବରୁ ଲକ୍ଷ୍ମୀଙ୍କ ଉପରେ ହୋଇଥିବା ଏସିଡ୍ ମାଡ ବିଷୟରେ ଏକ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏହି ଚଳଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକନ୍ ଅଭିନୟ କରିବାକୁ ଯାଉଛନ୍ତି । ଯେତେବେଳେ ଦୀପିକାଙ୍କୁ ଲକ୍ଷ୍ମୀଙ୍କ କାହାଣୀ କୁହାଯାଇଥିଲା; ସେହି ସମୟରେ ଦୀପିକା କାନ୍ଦି ପକାଇଥିଲେ ଓ ପରେ କହିଥିଲେ କୌଣସି ପରିସ୍ଥିତିରେ ମଧ୍ୟ ସେ ଏହି ଚଳଚିତ୍ରରେ ଅଭିନୟ କରିବେ । ବର୍ତ୍ତମାନ ଚଳଚ୍ଚିତ୍ରର ପ୍ରଥମ ଭାଗ ସାମ୍ନାକୁ ଆସିଛି ।
ଏସିଡ୍ ମାଡ ହୋଇଥିବା ଲକ୍ଷ୍ମୀଙ୍କ କାହାଣୀ ଶୁଣିବା ପରେ କାନ୍ଦି ପକାଇଥିଲେ ଏହି ଅଭିନେତ୍ରୀ :
ଏସିଡ଼ ମାଡ ହୋଇଥିବା ଲକ୍ଷ୍ମୀଙ୍କ ଜୀବନ ଉପରେ ଆଧାରିତ ଚଳଚିତ୍ର “ଛପାକ” ଅଟେ ଓ ଏହି ଚଳଚିତ୍ରରେ ଦୀପିକା ପାଦୁକାନ୍ ନିଜ ଅଭିନୟ ଦେଖାଇବେ । ଏହି ଚଳଚିତ୍ରରେ କିପରି ଜଣେ ଝିଅର ଜୀବନ ଏସିଡ୍ ମାଡ଼ ପରେ ବଦଳି ଯାଇଛି; ସେହି ବିଷୟ ଦେଖାଯାଇଛି । ଦିଲ୍ଲୀର ଲକ୍ଷ୍ମୀ ଅଗ୍ରୱାଲ୍ ନିଜ ସାହସ ବଳରେ ଜଣେ ସାଧାରଣ ଝିଅରୁ କିପରି ପ୍ରସିଦ୍ଧ ହୋଇଛନ୍ତି, ସେହି ବିଷୟଟି ଚଳଚିତ୍ରରେ ଦେଖାଯାଇଛି । ଲକ୍ଷ୍ମୀ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ୭ମ ଶ୍ରେଣୀ ପଢ଼ୁଥିବା ସମୟରେ ଲକ୍ଷ୍ମୀ ଦିଲ୍ଲୀର ଖାନ୍ ମାର୍କେଟରେ ଏକ ବହି ଦୋକାନରେ କାମ କରିଥିଲେ । ୨୦୧୫ ମସିହାରେ ଲକ୍ଷ୍ମୀଙ୍କ ବୟସ ୧୫ ବର୍ଷ ଥିଲା, ସେହି ସମୟରେ ଲକ୍ଷ୍ମୀଙ୍କ ଉପରେ ଏସିଡ୍ ମାଡ ହୋଇଥିଲା । ଲକ୍ଷ୍ମୀଙ୍କ ଭୁଲ୍ ଏହା ଥିଲା ଯେ, ଲକ୍ଷ୍ମୀ ନିଜ ଠାରୁ ୨ ଗୁଣ ବଡ ଜଣେ ଲୋକର ପ୍ରେମ ନିବେଦନକୁ ମନା କରି ଦେଇଥିଲେ । ଏହି କଥାରେ ରାଗି ଯାଇ ସେହି ଲୋକଟି ଲକ୍ଷ୍ମୀଙ୍କ ଉପରେ ଏସିଡ଼ ଫିଙ୍ଗି ଦେଇଥିଲା ।
ଏହି ଘଟଣା ପରେ ଲକ୍ଷ୍ମୀଙ୍କ ଚେହେରା ଜଳି ଯାଇଥିଲା ଓ ଲକ୍ଷ୍ମୀଙ୍କୁ ରାମ ମୋନହର ଲିହିଆ ଡାକ୍ତରଖାନାକୁ ନିଆ ଯାଇଥିଲା । ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ।ଏହି ସମୟରେ ଲକ୍ଷ୍ମୀ କହିଥିଲେ, ଯେଉଁ ବ୍ୟକ୍ତି ମୋ ମୁହଁରେ ଏସିଡ୍ ମାଡ କରିଥିଲା; ସେହି ବ୍ୟକ୍ତି ସହ ଜଣେ ଝିଅ ମଧ୍ୟ ଥିଲା । ଲକ୍ଷ୍ମୀ ନିଜ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି; ଯେତେବେଳେ ମୋ ଉପରେ ଏସିଡ୍ ମାଡ଼ ହୋଇଥିଲା ସେହି ସମୟରେ ମୋ ମୁହଁ ପ୍ଲାଷ୍ଟିକ ତରଳିବା ଭଳି ମୋ ଚମଡା ତରଳିବାରେ ଲାଗିଥିଲା ।ଘଟଣା ଘଟିବା ସମୟରେ ଲକ୍ଷ୍ମୀଙ୍କୁ ଲାଗିଥିଲା ଯେ, କେହି ଜଣେ ତାଙ୍କ ଉପରେ ଭାରି ଓଜନିଆ ପଥର ରଖି ଦେଇଛି । ଡାକ୍ତରଖାନାରେ ଯେତେବେଳେ ଲକ୍ଷ୍ମୀଙ୍କ ବାପା ଲକ୍ଷ୍ମୀଙ୍କୁ କୁଣ୍ଢାଇ ଥିଲେ, ସେହି ସମୟରେ ଲକ୍ଷ୍ମୀଙ୍କ ବାପାଙ୍କ ସାର୍ଟ ମଧ୍ୟ ଜଳି ଯାଇଥିଲା ।
ନିଜ ଜୀବନର ବହୁତ କଷ୍ଟ ଭରା ସମୟ ଥିଲା :
ସେହି ସମୟ ଭାରି କଷ୍ଟଦାୟକ ଓ ଭୟଙ୍କର ଥିଲା ଲକ୍ଷ୍ମୀଙ୍କ ପାଇଁ । ଲକ୍ଷ୍ମୀ କହିଛନ୍ତି; ଯେତେବେଳେ ଡାକ୍ତର ତାଙ୍କର ଆଖିକୁ ସିଲାଉ ଥିଲେ ସେହି ସମୟ ପର୍ଯ୍ୟନ୍ତ ଲକ୍ଷ୍ମୀ ଚେତାରେ ଥିଲେ କିନ୍ତୁ ସେ ବୁଝି ପାରିନଥିଲେ କଣ ସବୁ ଘଟିଯାଇଛି ତାଙ୍କ ସହ । ବହୁତ ଗୁଡିଏ ଅସ୍ତ୍ରୋପଚାର ଓ ଦେଢ଼ ମାସର ଚିକିତ୍ସା ପରେ ଯେତେବେଳେ ଲକ୍ଷ୍ମୀ ଘରକୁ ଫେରିଲେ; ସେହି ସମୟରେ ଘର ଲୋକେ ଘରୁ ସମସ୍ତ ଆଇନା ହଟାଇ ଦେଇଥିଲେ । ଲକ୍ଷ୍ମୀଙ୍କ କହିବା ଅନୁସାରେ, ଯେତେବେଳେ ସେ ନିଜ ଚେହେରା ଦେଖିଲେ ନିଜକୁ ଜୀବନରୁ ମାରିଦେବା ପାଇଁ ଇଚ୍ଛା କରିଥିଲେ । ଲକ୍ଷ୍ମୀ କହିଛନ୍ତି; ଶରୀରରୁ ସେ ଥରେ ତରଳିଛନ୍ତି କିନ୍ତୁ ଅପମାନରୁ ସେ ବହୁତ ଥର ତରଳି ଯାଇଛନ୍ତି । ବହୁ ଲୋକ ବହୁ କଥା କହିଥିଲେ, ସେମାନଙ୍କ କଥା ଶୁଣିବା ପରେ ସେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ କିନ୍ତୁ ନିଜ ମାତାପିତାଙ୍କ ଆଖିର ଲୁହ ଲକ୍ଷ୍ମୀଙ୍କୁ ବଞ୍ଚିବାକୁ ସାହସ ଦେଇଥିଲା ।
ଲକ୍ଷ୍ମୀ ଏକ ସାକ୍ଷାତକାରରେ କହିଛନ୍ତି, ଯେଉଁ ବ୍ୟକ୍ତିମାନେ ମୋତେ ସାହସ ଦେଇ ନାହାନ୍ତି; ସେମାନଙ୍କୁ ଧନ୍ୟବାଦ ଓ ଏହା ମଧ୍ୟ କହିଛନ୍ତି ଯେଉଁ ବ୍ୟକ୍ତି, ମୋ ସହ ଏପରି ଘଟଣା ଘଟେଇଛି; ସେ ମୋ ଶରୀରକୁ ଜଳାଇ ଦେଇଛି ସତ କିନ୍ତୁ ମୋ ସପ୍ନ ସେହି ଅଗ୍ନୀରେ ଚମକି ଉଠିଛି । ଆଜି ଲକ୍ଷ୍ମୀ ଜଣେ ପ୍ରସିଦ୍ଧ ନାଁ ହୋଇଯାଇଛି । ଏହା ସହ ସେ ଗୋଟିଏ “ଫ୍ୟାଶନ୍ ଶୋ” ଭାଗ ମଧ୍ୟ ନେଇ ସାରିଛନ୍ତି । ୨୦୧୪ ମସିହାରେ ଲକ୍ଷ୍ମୀଙ୍କୁ ମିଶଲ୍ ଓବାମାଙ୍କ ହାତରୁ ଇଣ୍ଟରନ୍ୟାସନାଲ୍ ଓମେନ୍ ଅଫ୍ କରେଜ୍ ଆୱାର୍ଡ ଦିଆଯାଇଥିଲା ।