ବ୍ଲାକ ଫଙ୍ଗସର ଦୃଢ ମୁକାବିଲା ପାଇଁ ସରକାର ଅଣ୍ଟା ଭିଡ଼ିଲେ ! ଦେଶରେ ଆଉ ୫ଟି କମ୍ପାନୀକୁ ଦେଲେ ଅନୁମତି…

Spread the love

ଗୋଟିଏ ପଟେ ମହାମାରୀ କାରୋନାର ପ୍ରଭାବ ବଢୁଥିବା ବେଳେ ଅନ୍ୟପଟେ ଦେଶରେ ବ୍ଲାକ ଫଙ୍ଗସ କରାଳରୂପ ନେଇ ଉଭା ହୋଇଛି । ବ୍ଲାକ ଫଙ୍ଗସ ଦିନକୁ ଦିନ ବଢୁଥିବା ଯୋଗୁଁ ଏହା ସହ ଜଡିତ ଔଷଧର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଦେଶରେ ବଢୁଥିବା ବ୍ଲାକ୍ ଫଙ୍ଗସ୍ (ମୁକର୍ମାଇକୋସିସ୍) ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଆହୁରି ୫ଟି ନୂତନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କମ୍ପାନୀ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ । ଏଥିମଧ୍ୟରେ ଭାରତ ସେରମ୍ ଆଣ୍ଡ ଭ୍ୟାକସିନ ଲିମିଟେଡ୍, ବିଡ଼ିଆର ଫାର୍ମାସ୍ୟୁଟିକାଲ୍ସ, ସନ୍ ଫାର୍ମା, ସିପ୍ଲା, ଲାଇଫ୍ କେୟାର ଇନୋଭେସନ୍ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ ।

ଅନ୍ୟପଟେ ଔଷଧ ନିର୍ମାଣକାରୀ କମ୍ପାନୀ ମାଇଲାନ୍ ଲ୍ୟାବ ଦେଶ ବାହାରୁ ଔଷଧ ଆମଦାନୀ କରୁଥିବାବେଳେ ସରକାର ବର୍ତ୍ତମାନ ନୂତନ ୫ଟି କମ୍ପାନୀକୁ ଔଷଧ ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି । ଏହିସବୁ କମ୍ପାନୀଗୁଡ଼ିକ ହେଲେ ନାଟ୍କୋ ଫାର୍ମାସ୍ୟୁଟିକାଲ୍ସ, ଆଲେମ୍ବିକ୍ ଫାର୍ମାସ୍ୟୁଟିକାଲ୍ସ, ଗୁଫିକ୍ ବାୟୋ ସାଇନ୍ସ, ଏମ୍କୁର ଫାର୍ମାସ୍ୟୁଟିକାଲ୍ସ ଏବଂ ଲାଇକା ।

ଏହାପରେ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିବା କମ୍ପାନୀ ସଂଖ୍ୟା ୧୦ରେ ପହଁଞ୍ଚିଛି । ସୂଚନାନୁସାରେ, ଦେଶର ପୁରୁଣା ୫ଟି କମ୍ପାନୀ ମେ’ ମାସରେ ୧ ଲକ୍ଷ ୬୩ ହଜାର ୭୫୨ ଭାଏଲ ଉତ୍ପାଦନ କରିଥିଲେ । ଏହି କ୍ଷମତାକୁ ଜୁନ୍ ମାସରେ ୨ ଲକ୍ଷ ୫୫ ହଜାର ୧୧୪କୁ ବୃଦ୍ଧି କରିବାର ଯୋଜନା ଅଛି । ମେ ମାସରେ ୩ ଲକ୍ଷ ୬୩ ହଜାର ଭାଏଲ ଦେଶକୁ ଆମଦାନୀ ହୋଇଥିଲା । ବର୍ତ୍ତମାନ ଜୁନ୍ ମାସରେ ୩ ଲକ୍ଷ ୧୫ ହଜାର ଭାଏଲ ଆମଦାନୀ ହେବ । ଏଭଳି ପରିସ୍ଥିତିରେ ଜୁନ୍ ମାସରେ ଦେଶରେ ମୋଟ ୫ ଲକ୍ଷ ୭୦ ହଜାର ୧୧୪ ଟିକା (ଭାଏଲ) ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *