ଷ୍ଟେଟ୍ ବ୍ୟାଙ୍କରେ ଯେଉଁମାନଙ୍କ ଆକାଉଣ୍ଟ ଅଛି, ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର…..

Spread the love

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଅଟେ । ତଥା ଏହି ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ସବୁବେଳେ ନୂଆ ନୂଆ ଏଡ଼ଭାଇଜରି ଜାରି କରିଥାଏ, ଯାହା ଦ୍ୱାରା ଗ୍ରାହକଙ୍କ ଖାତା ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ରହିଥାଏ । ଏହା ବ୍ୟତୀତ ଏହି ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ନୂଆ ନୂଆ ଅଫର୍ ବି ଲଞ୍ଚ କରିଥାଏ । ବର୍ତ୍ତମାନ କିଛି ଦିନ ତଳେ ଏହି ବ୍ୟାଙ୍କ ନିଜର ମୋବାଇଲ ବ୍ୟାଙ୍କିଙ୍ଗ ଆପ SBI YONO ଆପ ଜରିଆରେ ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ଅଫର୍ ଆଣିଛି । ଆସନ୍ତୁ ଏହି ଅଫର୍ ବିଷୟରେ ବିସ୍ତାର ଭାବେ ଜାଣିବା ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏହି ଅଫର୍ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆଇ.ଆର୍.ସି.ଟି.ସି ୱେବସାଇଟ୍ ଜରିଆରେ ରେଳ ଟିକଟ୍ ବୁକ୍ କରନ୍ତି ଓ ଅର୍ଥ ନେଣଦେଣ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ YONO ଜରିଆରେ କରନ୍ତି, ସେହିମାନଙ୍କୁ କ୍ରୋମା ଷ୍ଟୋରର ଗିଫ୍ଟ କାର୍ଡ ପୁରା ମାଗଣାରେ ମିଳିବ । କିନ୍ତୁ ଅଫର୍ କେବଳ ୫୦୦ ଟଙ୍କା ବା ତା ଠାରୁ ଅଧିକ ଟଙ୍କା ଵାଲା ଟିକଟ ଲାଗି ହିଁ ଉପଲବ୍ଧ । ଏମିତିରେ ଯଦି ଆପଣ ୫୦୦ ଟଙ୍କା ବା ତା ଠାରୁ ଅଧିକ ଦାମର ରେଳ ଟିକଟ ବୁକ୍ କରୁଛନ୍ତି, ତେବେ ଆପଣଙ୍କୁ ୫୦୦ ଟଙ୍କାର କ୍ରୋମା ଗିଫ୍ଟ କାର୍ଡ ମିଳିବ । ଯାହାକି SBI ଗ୍ରାହକମାନଙ୍କ ପାଇଁ ଖୁସିର କଥା ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଅଫର୍ ର ସୂଚନା ଟ୍ୱିଟର ଜରିଆରେରେ ଦେଇଛି । ଏହା ବ୍ୟତୀତ ଏହି କ୍ରୋମା ଗିଫ୍ଟ କାର୍ଡକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ କ୍ରୋମା ଷ୍ଟୋରରୁ ଅତିକମରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ କିଛି କିଣିବାକୁ ପଡିବ ଓ ଏପରି କରିବା ପରେ ତାଙ୍କୁ କେବଳ ୨୦୦୦ ଟଙ୍କା ଦେବାକୁ ପଡିବ ଓ ବାକି ୫୦୦ ଟଙ୍କା ଗିଫ୍ଟ କାର୍ଡ ପାଇଁ କାଟି ଦିଆଯିବ । କିଛି ଦିନ ତଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହୋଲି ପାଇଁ ଏକ ନୂଆ ସୁବିଧା ଜାରି କରିଥିଲେ । ଏହି ସୁବିଧାରେ ଗ୍ରାହକ ବିନା ଏଟିଏମ୍ କାର୍ଡରେ ପଇସା ଉଠାଇ ପାରିବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସୁବିଧାର ନାମ YONO କେସ୍ ଦେଇଛି ।