ଭଡାଟିଆରୁ ଆରମ୍ଭ, ବ୍ଲାକମେଲରେ ଶେଷ | ଅର୍ଚନାର ଆଉ ଜଣେ ସ୍ୱାମୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ଖୋଲିଲା ପୁରୁଣା ଫାଇଲ । ୨୦୧୭ରେ ସାମ୍ନାକୁ ଆସିଥିଲେ ଅର୍ଚ୍ଚନା । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ । ନାଗ ଫାଶରେ ପ୍ରଥମ ଶିକାର ହୋଇଥିଲେ ପ୍ରମୋଦ । ପରେ ପ୍ରଯୋଜକ ନାଁ ରେ ମହିଳା ଥାନାରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ଅର୍ଚ୍ଚନା । ଖଣ୍ଡଗିରି ଥାନାରେ ବ୍ଲାକମେଲ ଅଭିଯୋଗ ଆଣିଥିଲେ ପ୍ରଯୋଜକ । ଇଏ ହଉଛନ୍ତି ପ୍ରମୋଦ ସ୍ୱାଇ ଯାହାଙ୍କ ବରମୁଣ୍ଡା ସ୍ଥିତ ଘରେ ରହୁଥିଲେ ଅର୍ଚ୍ଚନା ନାଗ ଆଉ ହନି ଟ୍ରାପ କୁଇନ ଶ୍ରନ୍ଧାଞ୍ଜଳି ।

ତେବେ ୨୦୧୭ରେ ମହିଳା ଥାନାରେ ଅର୍ଚ୍ଚନା କରିଥିବା ଅଭିଯୋଗ ଅନୁସାରେ ତାଙ୍କୁ ହିରୋଇନ କରିଦେବାକୁ କହି ତାଙ୍କୁ ଶୋଷଣ କରିଥିଲେ ପ୍ରମୋଦ । ତାଙ୍କର କେତୋଟି ନିଉଡ୍ ଫଟୋ ଦେଖାଇ ପ୍ରମୋଦ ଶାରୀରିକ ମାନସିକ ନିର୍ଯାତନା ଦେଇଥିଲେ । ଏପରିକି ଅର୍ଚ୍ଚନା ଗର୍ଭବତୀ ଥିବା ସମୟରେ ତାଙ୍କୁ ପ୍ରମୋଦ ଜୌ-ନ ଶୋଷଣ ଅଭିଯୋଗ କରିଥିଲେ ସେ । ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଆଉ ମାମଲା ମଧ୍ୟ ରୁଜୁ ହୋଇଥିଲା ।

archana nag 1

ହେଲେ ମାମଲାରେ ନାଁ ତଦନ୍ତ ଆଗକୁ ଯାଇଥିଲା ନା ବାସ୍ତବ ସତ୍ୟ ସାମ୍ନାକୁ ଆସିଥିଲା । ଏହିପରି ଏକ ସାଘାଂତିକ ଅଭିଯୋଗ ପରେ ମଧ୍ୟ କାହିଁକି ପ୍ରମୋଦଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ତାଙ୍କୁ ନେଇ ପ୍ରଶ୍ନ । ପୁରୁଣା ମାମଲାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିପାରୁନଥିବା ଫିଲ୍ମ ପ୍ରଯୋଜକ ପ୍ରମୋଦ ଘଟଣାକୁ ଖଣ୍ଡନ କରିଛନ୍ତି ।

ଅର୍ଚ୍ଚନା ତାଙ୍କ ବିରୋଧରେ ଆଣିଥିବା ସେ ସମୟର ଅଭିଯୋଗ ମିଥ୍ୟା ବୋଲି କହିବା ସହ ମାମଲା ରଫାଦଫା ପାଇଁ ସେ ଟଙ୍କା ଟିଏ ଦେଇ ନଥିବା କହିଛନ୍ତି। ଏପରିକି ଇଡି ମଧ୍ୟ ଅର୍ଚ୍ଚନା ଓ ପ୍ରମୋଦଙ୍କ ମଧ୍ୟରେ କୌଣସି ଟଙ୍କା ଡିଲ ବିଷୟରେ ପଚାରିଥିବା କଥାକୁ ଅସ୍ୱୀକାର କରିଛନ୍ତି ତାଙ୍କ ଆଇନ୍ ଜୀବି । କେବଳ ୫ ବର୍ଷର ତଳର ଘଟଣା ସହ ଅର୍ଚ୍ଚନା ତାଙ୍କ ଘରେ ଭଡାରେ ରହୁଥିବା ବେଳର ସମସ୍ତ କଥା ଇଡି ପଚାରିଥିବା କହିଛନ୍ତି ।

Archana Nag

ତବେ ଘରଭଡ଼ା କୁ ନେଇ ଅର୍ଚ୍ଚନା ଙ୍କ ସହ ତାଙ୍କର ପାଟିତୁଣ୍ଡ ପରେ ସେ ତାଙ୍କୁ ଘରୁ ବାହାର କରି ଦେଇଥିଲେ ବୋଲି କହିଛନ୍ତି । ଆସନ୍ତାକାଲି ଅର୍ଚ୍ଚନା ଜଗବନ୍ଧୁଙ୍କୁ କୋର୍ଟରେ ହାଜର ପାଇଁ ଇଡି ଆବେଦନ କରିଛି । ତେବେ ଆବଶ୍ୟକ ସ୍ଥଳେ ଅର୍ଚ୍ଚନାକୁ ଇଡି ରିମାଣ୍ଡରେ ଆଣିବ । ପଚାରା ଉଚୁରା କରି ସମସ୍ତ ସତ ଉଗାଳିବ । ଆଉ ହନିଟ୍ରାପରେ ଶିକାର ହୋଇଥିବା ବଡ ବଡିଆକୁ ସାମ୍ନା ସାମ୍ନି ମଧ୍ୟ ଜେରା କରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *