ଆଜିଠାରୁ ଆରମ୍ଭ ହେବ ଏହି ୫ଟି ରାଶିରେ ଶୁଭ ଯୋଗ, କୁଣ୍ଡଳୀରେ ଭାଗ୍ୟ ରହିବ ଶକ୍ତିଶାଳୀ, ଆୟ ହେବ ବୃଦ୍ଧି ।

Spread the love

ଗ୍ରହ ନକ୍ଷେତ୍ରର ଖେଳ ମଧ୍ୟ ବଡ ବିଚିତ୍ର ହୋଇଥାଏ । ଗ୍ରହର ସ୍ଥିତି କୌଣସି କୁଣ୍ଡଳୀ ପାଇଁ ଭଲ ହୋଇଥାଏ, ତେବେ ଏହା ସେହି ବ୍ୟକ୍ତିକୁ ଧନୀ କରି ଦେଇଥାଏ । କିନ୍ତୁ ଗ୍ରହର ସ୍ଥିତି କୌଣସି କୁଣ୍ଡଳୀ ପାଇଁ ଠିକ୍ ନ ଥିଲେ ଧନୀ ଲୋକ ମଧ୍ୟ ଗରିବ ହୋଇପାରେ । ସମୟ ଓ ଭାଗ୍ୟ ସଭିଁଙ୍କର ବଦଳି ଥାଏ ଓ ଏସବୁ ଜିନିଷ ଗୁଡ଼ିକ ଗ୍ରହର ସ୍ଥିତି ଉପରେ ନିର୍ଭର କରିଥାଏ । ଜ୍ୟୋତିଷଙ୍କ ଅନୁସାରେ ନିରନ୍ତର ଗ୍ରହ ମାନଙ୍କରେ ହେଉଥିବା ପରିବର୍ତ୍ତନ କାରଣରୁ ବହୁତ ଶୁଭ ଯୋଗ ଗୁଡ଼ିକ ହୋଇଥାଏ ଓ ଏହି ଶୁଭ ଯୋଗ, ରାଶିମାନଙ୍କୁ ପ୍ରଭାବିତ କରିଥାଏ ।

ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ କୁଣ୍ଡଳୀରେ ହେଉଅଛି ଶୁଭ ଯୋଗ :

ମେଷ ରାଶି :

ମେଷ ରାଶିର ଲୋକଙ୍କୁ ଏହି ଶୁଭ ଯୋଗରେ ଭଲ ପରିଣାମ ମିଳିବାକୁ ଅଛି । ଆପଣଙ୍କ ସାହସ ବଢିବ, ଭାଇ-ଭଉଣୀଙ୍କ ମଧ୍ୟରେ ଚାଲୁଥିବା ଅଶାନ୍ତି ଦୂର ହୋଇପାରେ । ଚାକିରୀ କରୁଥିବା ଲୋକଙ୍କ କାର୍ଯ୍ୟ ସ୍ଥଳରେ ଉନ୍ନତି ହେବାକୁ ଯାଉଛି । ଯେଉଁଲୋକ ବ୍ୟାପାର କରୁଛନ୍ତି; ସେମାନଙ୍କ ସବୁ ଅସୁବିଧା ଗୁଡିକ ଦୂର ହେବାକୁ ଯାଉଛି । ଆପଣ ଆତ୍ମବିଶ୍ୱାସ ବଢିବବା ସଙ୍ଗେ ସଙ୍ଗେ ନିଜର ସମସ୍ତଙ୍କର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ ଓ ଘରେ ଖୁସିର ଆଗମନ ହେବ ।

ସିଂହ ରାଶି :

ସିଂହ ରାଶିର ଲୋକମାନଙ୍କୁ ନିଜ ପରିଶ୍ରମର ଫଳ ମିଳିବାକୁ ଯାଉଛି । ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ, କାର୍ଯ୍ୟ କ୍ଷେତ୍ରରେ ଆପଣ ଭଲରୁପେ ପ୍ରଦର୍ଶନ କରିବେ, ମନରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ । ଆପଣଙ୍କୁ ଉନ୍ନତି ପାଇଁ ଅନେକ ମାର୍ଗ ମିଳି ପାରେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ, ମନ ପ୍ରସନ୍ନତା ପୂର୍ବକ ରହିବ ଓ ମାନସିକ ଚିନ୍ତା ଦୁରହେବ ।

ତୁଳା ରାଶି :

ତୁଳା ରାଶିର ଲୋକମାନଙ୍କୁ ନିଜ ଭାଗ୍ୟର ପୂର୍ଣ୍ଣ ଲାଭ ପ୍ରାପ୍ତ ହେବାକୁ ଯାଉଛି । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା ଯାଇପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଘରୋଇ ଜୀବନଯାପନ ଭଲରେ ବିତିବ । ବାପାଙ୍କ ସହଯୋଗରେ ଆପଣ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପାରନ୍ତି । ସମାଜରେ ଆପଣଙ୍କ ମାନସମ୍ମାନ ବଢ଼ିବ, ରୋଜଗାରରେ ଉନ୍ନତି ହେବାର ସମ୍ଭାବନା ରହିଛି । ନିଜର ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିପାରିବେ । ଧନର ନେଣ ଦେଣରେ ଲାଭ ପ୍ରାପ୍ତ ହେବ ।

ମକର ରାଶି :

ମକର ରାଶିର ଲୋକମାନଙ୍କୁ ଚାକିରୀ କ୍ଷେତ୍ରରେ ଭଲ ଲାଭ ମିଳିବ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିବାକୁ ଯାଉଛି । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କ ପାଇଁ ଏହି ଶୁଭ ଯୋଗ ବହୁତ ଭଲ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବାକୁ ଯାଉଛି । ଆପଣଙ୍କ ଦ୍ୱାରା ଆମଦାନୀ ବଢେଇବାର ଚେଷ୍ଟା ସଫଳ ରହିବ । ମା’ ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାର ଯୋଗ ହେଉଅଛି ।

ମୀନା ରାଶି :

ମୀନ ରାଶିର ଲୋକମାନଙ୍କୁ ଆସୁଥିବା ସମୟ ବହୁତ ଭଲ ରହିବ । ଏହି ରାଶିର ଲୋକମାନଙ୍କୁ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲାଭ ମିଳିବ । ଆପଣଙ୍କ ଦ୍ୱାରା କରାଯାଇଥିବା ପୂର୍ବର ପରିଶ୍ରମର ଫଳ ମିଳିପାରେ । ବ୍ୟାପାର କରୁଥିବା ଲୋକମାନେ ବ୍ୟବସାୟରେ ଆଶାତୀତ ଉନ୍ନତି କରିବେ । ଆପଣଙ୍କ ଜୀବନରେ ଚାଲୁଥିବା ସବୁ ଅସୁବିଧା ଗୁଡ଼ିକ ଦୂର ହେବାକୁ ଯାଉଛି । ଆପଣଙ୍କ ଜୀବନ ଖୁସିରେ ବିତିବ ।