ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଖୁସି ଖବର, ମୋଦି ସରକାର ଏହି ରାଜ୍ୟ ଗୁଡ଼ିକରେ ସ୍ଵତନ୍ତ୍ର ଟ୍ରେନ ଚଳାଇବାକୁ ମଞ୍ଜୁରୀ ଦେଲେ ।

Spread the love

କୋରନା ମହାମାରୀ କାରଣରୁ ଦେଶରେ ଲାକଡାଉନ ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟରେ ଫସି ଯାଇଥିବା ଲୋକଙ୍କ ପାଇଁ ବଡ଼ ଖୁସି ଖବର ।

କେନ୍ଦ୍ର ସରକାର ସେମାନଙ୍କ ନିମନ୍ତେ ବିଶେଷ ଟ୍ରେନ ଚଳାଇବାକୁ ଅନୁମତି ଦେଇଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଆବସରେ ହୋଇଥିବା ବୈଠକରେ ଏହି ବିଷୟରେ ଚର୍ଚା ହୋଇଥିଲା । ଏହି ବୈଠକରେ ପିଏମ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ରେଳମନ୍ତ୍ରୀ ପୀୟୂଷ ଗୋୟଲ, ଚିଫ॰ଅଫ ଡ଼ିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାବତ , କେବିନେଟ ସଚିବ ରାଜୀବ ଗୌବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶ୍ର ଯୋଗ ଦେଇଥିଲେ ।

Google

ରେଳ ମନ୍ତ୍ରଣାଳୟ ନିଜର ସମସ୍ତ ଜୋନ ନିମନ୍ତେ ନିର୍ଦ୍ଧେଶ ଜାରି କରିଛନ୍ତି ଯେ ପ୍ରତୀଟି ରାଜ୍ୟ ନିଜ ନିଜ ଡିମାଣ୍ଡ କଣ ସୁନିଶ୍ଚିତ କରନ୍ତୁ ଯଦିଓ ସବୁକିଛି ଠିକ ରହିବ ତେବେ ଆଜି କାଲି ମଧ୍ୟରେ ସ୍ଵତନ୍ତ୍ର ଟ୍ରେନ ସେବା ଆରମ୍ଭ କରାଯିବ । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ଶ୍ରମିକମାନଙ୍କୁ ଆଣିବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ ବିହାରକୁ ଅନୁମତି ମିଳିନାହିଁ । ସୂଚନା ପାଇଁ ରେଳର ଅଧିକୃତ ୱେବ ପ୍ରୋଟଳ ମିଡ଼ିଆ ମାଧ୍ୟମରେ ସୂଚନା ଦେବାକୁ ଯାଇ ଶ୍ରମିକ ମାନଙ୍କୁ ଆଗାମୀ ଆଦେଶ ନଦେବା ପର୍ଯ୍ୟନ୍ତ ରେଳ ସେବା ବନ୍ଦ ରହିବ ।

Google

ଟ୍ରେନର ସଞ୍ଚାଳନକୁ ନେଇ ଅନେକ ନିର୍ଣ୍ଣୟ ହେବା ପରେ ହିଁ ଟିକଟ ବୁକିଙ୍ଗ ଆରମ୍ଭ ହେବ । ଲକଡାଉନ ଆରମ୍ଭ ହେବା ପର ଠାରୁ ହିଁ ପାସେଞ୍ଜରଙ୍କ ନିମନ୍ତେ ରେଳ ସେବା ବନ୍ଦ ହୋଇଯାଇଥିଲା । ବାରମ୍ବାର ଡିମାଣ୍ଡ କରାଯାଉଥିଲା ପ୍ରବାସୀ ମାନଙ୍କ ନିମନ୍ତେ ଟ୍ରେନ ସେବା ପ୍ରାରମ୍ଭ କରାଯାଉ । ଝାରଖଣ୍ଡ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଶୁକ୍ରବାର ଦିନ ସ୍ଵତନ୍ତ୍ର ଟ୍ରେନ ଚଳାଇବା ନିମନ୍ତେ ଅନୁମତି ଦେଇଛନ୍ତି । ଟ୍ରେନ ତେଲେଙ୍ଗାନାର ଲିଙ୍ଗମପଲ୍ଲୀ ଠାରେ ଫସି ଥିବା ୧୨୦୦ ପ୍ରବସୀଙ୍କୁ ଝାରଖଣ୍ଡର ହଟିୟା ନିମନ୍ତେ ବାହାରିଥିବା ଗାଡ଼ି ରାତି ୧୧ଟା ରେ ହଟିୟା ପହଞ୍ଚିବ ।

Google

ଆର॰ପି॰ଏଫର ଡିଜେ ଅରୁଣ କୁମାର କହିଛନ୍ତି 24 ବଗି ବିଶିଷ୍ଟ ଟ୍ରେନ ଶୁକ୍ରବାର ସକାଳ ୪.୫୦ରେ ବାହାରିଥିଲା । କହିବା ପାଇଁ ଚାହୁଞ୍ଚୁ ରାଜ୍ୟର ବିଶେଷ ଅନୁମୋଦନ ପରେ କେରଳରୁ ଏକ ଟ୍ରେନ ପାଖାପାଖି ୧୨୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶାର ଭୁବନେଶ୍ୱର ପାଇଁ ଶୁକ୍ରବାର ସନ୍ଧ୍ୟାରେ ବାହାରିବ । ରାଜ୍ୟମନ୍ତ୍ରୀ ବି॰ଏ॰ସ ସୁନିଲ କୁମାର ଏହି ସୂଚନା ଦେଇଛନ୍ତି । ସୁନୀଲ କହିଛନ୍ତି ଲକଡାଉନ ହେବାପରେ ହିଁ ଓଡ଼ିଶାର ପ୍ରବାସୀ ଶ୍ରମିକ ଏର୍ଣାକୁଲମ ଜିଲ୍ଲାରେ ଫସିଯାଇଥିଲେ । ସରକାରଙ୍କ ଦିଗ ନିର୍ଦ୍ଧେଶ ଅନୁସାରେ ପ୍ରବାସୀ ଶ୍ରମିକ ମାନଙ୍କୁ ବସ ମାଧ୍ୟମରେ ଷ୍ଟେସନ ନିଆଯିବ ।