ନଗମା କାରଣରୁ ଭାଙ୍ଗୁ ଭାଙ୍ଗୁ ରହିଗଲା ସୌରଭ ଗାଙ୍ଗୁଲିଙ୍କ ବିବାହ, ଦାଦାଙ୍କୁ ଛାଡ଼ି ଦେବେ ବୋଲି ସ୍ଥିର କରି ସାରିଥିଲେ ପତ୍ନୀ !

Spread the love

ଚଳଚ୍ଚିତ୍ର ଜଗତରେ ପ୍ରେମ ତ୍ରିକୋଣ ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ । ଯେତେବେଳେ ଦୁଇ ପ୍ରେମୀ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତିର ଆଗମନ ହୁଏ, ତେବେ ନିଶ୍ଚିତ ଭାବେ ସମ୍ପର୍କ ଖରାପ ହୋଇଯାଏ । ଜଣାଇଦେଉଛୁ ଯେ ଏପରି କେବଳ ସିନେ ତାରକା ମାନଙ୍କ ସହ ହୋଇ ନଥାଏ, ବରଂ ଇତିହାସ ସାକ୍ଷୀ ଅଛି କ୍ରିକେଟ ଖେଳାଳୀ ମାନଙ୍କ ଜୀବନରେ ମଧ୍ୟ ଏପରି ହୋଇଥାଏ । ଆପଣ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏଠାରେ ଆମେ କେଉଁ କ୍ରିକେଟରଙ୍କ ବିଷୟରେ ଆଲୋଚନା କରୁଛୁ । ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି କ୍ରିକେଟର ।

ବାସ୍ତବରେ, ଆଜି ଆମେ ଆଲୋଚନା କରୁଛୁ ଭାରତୀୟ କ୍ରିକେଟ ଦଳର ପୂର୍ବ କପ୍ତାନ ଓ ଦାଦା ନାମରେ ଲୋକପ୍ରିୟ ସୌରବ ଗାଙ୍ଗୁଲିଙ୍କ ବିଷୟରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ସମୟରେ ଦାଦାଙ୍କ ଜୀବନ ମଧ୍ୟ ପ୍ରେମ ତ୍ରିକୋଣ ଯୋଗୁଁ ଅସ୍ତବ୍ୟସ୍ତ ହୋଇଯାଇଥିଲା । ଗାଙ୍ଗୁଲି ଜଣେ ଉତ୍ତମ କ୍ରିକେଟର ହେବା ସଙ୍ଗେ ସଙ୍ଗେ ଜଣେ ସୁଦକ୍ଷ କପ୍ତାନ ମଧ୍ୟ ଥିଲେ । ନିଜର ବିସ୍ଫୋଟକ ଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଦାଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିଲେ ।

ପ୍ରଥମେ ଡ଼ୋନାଙ୍କ ସହ ବିବାହ ପରେ ବଲିଉଡ଼ ନାୟିକାଙ୍କ ଆଗମନ

ଗାଙ୍ଗୁଲି ୧୯୯୭ ମସିହାରେ ନିଜ ବାଲ୍ୟ କାଳର ବନ୍ଧୁ ଡ଼ୋନା ଙ୍କ ସହିତ ବିବାହ କରିଥିଲେ । ଜଣାଇଦେଉଛୁ ଯେ ଗାଙ୍ଗୁଲି ପରିବାର ଏହି ବାହା ଘର ବିପକ୍ଷରେ ଥିଲେ । ଯଦିଓ ଏହି ଯୋଡ଼ି ଆଗକୁ ଯାଇ ଅନେକ ଲୋକଙ୍କ ପାଇଁ ଏକ ଆଦର୍ଶ ଯୋଡ଼ି ସାବ୍ୟସ୍ତ ହେଲା। ଡୋନା ଓ ସୌରବ ଦୁହେଁ ଏହି ବିବାହ ରୁ ଖୁବ ଆନନ୍ଦିତ ଥିଲେ, କିନ୍ତୁ ସେତେବେଳେ କାହାଣୀରେ ଏକ ନୂଆ ମୋଡ଼ ଆସିଗଲା ଯେତେବେଳେ ଗାଙ୍ଗୁଲିଙ୍କ ଜୀବନରେ ଆଗମନ ହେଲା ଜଣେ ବଲିଉଡ଼ ଅଭିନେତ୍ରୀଙ୍କ । ସେହି ଅଭିନେତ୍ରୀଙ୍କ ନାମ ଥିଲା ନଗମା । ଆପଣଙ୍କୁ ସୁଚାଇଦେଉଛୁ ଯେ ନଗମା ସେହି ସମୟରେ ବଲିଉଡ଼ ସଙ୍ଗେ ସଙ୍ଗେ ସାଉଥ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ।

ବାସ୍ତବରେ, ୧୯୯୯ ମସିହା ବିଶ୍ୱ କପ ସମୟରେ ନଗମା ଓ ସୌରବଙ୍କ ପ୍ରଥମ ଦେଖା ହୋଇଥିଲା । ସେହି ସମୟରେ ସୌରବ ଓ ଡ଼ୋନାଙ୍କ ବିବାହକୁ ଦୁଇ ବର୍ଷ ବିତି ଯାଇଥିଲା । ଦୁଇଜଣଙ୍କ ସାକ୍ଷାତ ପରେ ଗଣମାଧ୍ୟମରେ ଖବର ଆସିଲା ଯେ, ନଗମା ଓ ସୌରବ ଗାଙ୍ଗୁଲିଙ୍କ ମଧ୍ୟରେ ଅଫେୟାର ଚାଲୁଛି । ମିଡ଼ିଆ ରିପୋର୍ଟ ଅନୁସାରେ, ସୌରବ ଗାଙ୍ଗୁଲି ଓ ନଗମା ଉଭୟଙ୍କୁ ଚେନ୍ନାଇର ଏକ ମନ୍ଦିରରେ ଏକାଠି ଦେଖାଯାଇଥିଲା । ଯଦିଓ, ଦୁହେଁ ନିଜ ସମ୍ପର୍କକୁ ନେଇ କେବେମଧ୍ୟ ସାର୍ବଜନିକ ଭାବେ କିଛି ସ୍ୱୀକାର କରିନଥିଲେ । କିନ୍ତୁ ସୌରବ ଓ ନଗମାଙ୍କ ଅଫେୟାରର ଚର୍ଚ୍ଚା ଏତେ ଜୋରଦାର ହେବାକୁ ଲାଗିଲା ଯେ, ଏହାର ସିଧା ସଳଖ ପ୍ରଭାବ ଗାଙ୍ଗୁଲିଙ୍କ ବୈବାହିକ ଜୀବନ ଉପରେ ପଡ଼ିଲା ।

ଡ଼ୋନାଙ୍କ ଧୈର୍ଯ୍ୟ ଓ ଚତୁରତା ଯୋଗୁଁ ବଞ୍ଚିଗଲା ଗାଙ୍ଗୁଲିଙ୍କ ଘର ପରିବାର :

ଏହି ଖବର ଯେତେବେଳେ ସୌରବଙ୍କ ପତ୍ନୀ ଡ଼ୋନା ଶୁଣିଲେ ସେ ବହୁତ ରାଗିଗଲେ ଓ ସେ କ୍ରୋଧରେ ସୌରବ ଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଲେ । ଯଦିଓ, ଡ଼ୋନା ଖୁବ ଚତୁରତା ଓ ଧୈର୍ଯ୍ୟର ସହ କାମ କଲେ ଓ ଛାଡ଼ପତ୍ର ନେବା ପାଇଁ ଶୀଘ୍ରତା କଲେ ନାହିଁ ବରଂ ଡୋନା ମିଡ଼ିଆ ସମ୍ମୁଖକୁ ଆସି ସୌରବ ଓ ନଗମାଙ୍କ ଅଫେୟାରକୁ ମିଥ୍ୟା ଗୁଜବ ବୋଲି କହିଲେ । ଏହା ପରେ ମାମଲା ଶାନ୍ତ ପଡ଼ିଗଲା, ଅନ୍ୟପକ୍ଷରେ ମିଡ଼ିଆରେ ମଧ୍ୟ ସୌରବ ଓ ନଗମାଙ୍କ ବ୍ରେକଅପର ଖବର ଆସିଲା । ପରିମାଣସ୍ୱରୂପ ସୌରବ ଗାଙ୍ଗୁଲିଙ୍କ ବିବାହ ଭାଙ୍ଗୁ ଭାଙ୍ଗୁ ରହିଗଲା, ଏହି ସବୁକିଛି ପଛରେ କେବଳ ତାଙ୍କ ସ୍ତ୍ରୀ ଡ଼ୋନାଙ୍କ ବୁଝାମଣା ଓ ଚତୁରତା କାମ ଆସିଲା ।

ଜଣାଇଦଉଛୁ ଯେ, କିଛି ବର୍ଷ ଆଗରୁ କଂଗ୍ରେସ ନେତା ନଗମା ନିଜ ଓ ସୌରବଙ୍କ ଅଫେୟାର ଖବରକୁ ସତ ବୋଲି କହିଥିଲେ । ସେ ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ, ସୌରବଙ୍କ ସହିତ କିଛି ସମୟ ପର୍ଯ୍ୟନ୍ତ ମୋ ସମ୍ପର୍କ ଥିଲା କିନ୍ତୁ ଆମେ ଖୁବଶୀଘ୍ର ଅଲଗା ହୋଇଯାଇଥିଲୁ ।