ଭାରତୀୟ କ୍ରିକେଟ ଦଳର ଚତୁର୍ଥ ସ୍ଥାନରେ ବ୍ୟାଟିଙ୍ଗ କରିବା ପାଇଁ ଗାଙ୍ଗୁଲୀଙ୍କ ଉପଦେଶ : ଏହି ଖେଳାଳି ଚତୁର୍ଥ ସ୍ଥାନକୁ ପୂରଣ କରିପାରିବ

Spread the love

ଇଂଲଣ୍ଡରେ ମେଇ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ଵ କପ୍ କ୍ରିକେଟ୍ ପାଇଁ ଭାରତୀୟ ଦଳର ଚତୁର୍ଥ ସ୍ଥାନରେ କେଉଁ ଖେଳାଳି ଖେଳିବେ ଏ ନେଇ ଟିମ୍ ଚିନ୍ତିତ । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଏହି ସ୍ଥାନ ପାଇଁ ୭ ରୁ ୮ ଜଣ ବ୍ୟାଟସ୍ ମ୍ୟାନକୁ ଚୟନ କରିଥିଲେ, କିନ୍ତୁ ସେମାନଙ୍କ ଠାରୁ କୌଣସି ଭଲ ସନ୍ତୋଷଜନକ ଫଳ ପ୍ରାପ୍ତ ହୋଇପାରିଲା ନହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳର ଚତୁର୍ଥ ସ୍ଥାନରେ କିଏ ଖେଳିବେ ତାହା ଦଳ ପାଇଁ ପ୍ରଶ୍ନବାଚ ହୋଇରହିଛି । ଏହି ପରିସ୍ଥିତିରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲୀ ଏକ ବିକଳ୍ପ ଆପଣାଇବା ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ବିକଳ୍ପଟି ଏପରି ଅଟେ, ଯାହା ବିଷୟରେ କେହି ମଧ୍ୟ ଭାବି ନଥିବେ ।

‘ଭାରତୀୟ ଦଳରେ ୪ ନଂ ସ୍ଥାନ ଚେତେଶ୍ଵର ପୂଜାରୀ ପୂରଣ କରିପାରିବେ : –

ସୌରଭ ଗାଙ୍ଗୁଲୀ ଭାରତୀୟ ଦଳର ଚତୁର୍ଥ ସ୍ଥାନର ବ୍ୟାଟିଙ୍ଗ ପାଇଁ ଚେତେଶ୍ଵର ପୂଜାରୀକୁ ଦେବା ପାଇଁ ଦଳର ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଗାଙ୍ଗୁଲିଙ୍କ କହିବ କଥା ଭାରତୀୟ କ୍ରିକେଟ ଦଳର ଚତୁର୍ଥ ସ୍ଥାନଟି ଚେଟେଶ୍ଵରୀ ପୂଜାରୀ ପୂରଣ କରିପାରିବେ । ସୌରବ ଗାଙ୍ଗୁଲୀଙ୍କ କହିବ କଥା ଯେ, ଚେତେଶ୍ଵର ପୂଜାରୀଙ୍କ ଫିଲଡିଙ୍ଗ ସମ୍ୟକ ଢିଲା ଅଟେ କିନ୍ତୁ ବ୍ୟାଟିଙ୍ଗ ଲାଇନ୍ ବହୁତ ଭଲ । ନ୍ୟୁଜ ଚ୍ୟାନେଲ ଚାନେଲ ଇଣ୍ଡିଆ ଟିଭିର ସାକ୍ଷାତକରରେ କହିଛନ୍ତ, ‘ମୁଁ ଏମିତି କିଛି କହିବ ପାଇଁ ଯାଉଛି ଯାହା ଶୁଣିବା କ୍ଷଣେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ମୋର ମନ୍ତବ୍ୟ ପାଇଁ ସମସ୍ତେ ହସିବେ ମଧ୍ୟ । କିନ୍ତୁ ମୁଁ ବୁଝିସୁଝି କହୁଅଛି, “ଭାରତୀୟ କ୍ରିକେଟ ଦଳର ଚତୁର୍ଥ ସ୍ଥାନ ପାଇଁ ଚେତେଶ୍ଵର ପୂଜାରୀ ଉପଯୁକ୍ତ ।”

“ପୂଜାରୀ ୱାନ୍ ଡେ ମ୍ୟାଚରେ ସେହି କରନାମା କରିପାରିବେ ଯାହା ଦ୍ରାବିଡ୍ କରିଥିଲେ : –

ସୌରଭ ଗାଙ୍ଗୁଲୀ ଚେତେଶ୍ଵର ପୂଜାରୀଙ୍କୁ ରାହୁଲ ଦ୍ରାବିଡଙ୍କ ସହ ତୁଳନା କରି କହିଛନ୍ତି, ଟେଷ୍ଟ ମ୍ୟାଚରେ ତୃତୀୟ ସ୍ଥାନରେ ବ୍ୟାଟିଙ୍ଗ କରୁଥିବା ବ୍ୟାଟସ୍ ମ୍ୟାନ୍, ବର୍ତ୍ତମାନ ଭାରତ ପାଇଁ ୱାନ୍ ଡେ ମ୍ୟାଚରେ ଚତୁର୍ଥ ସ୍ଥାନରେ ବ୍ୟାଟିଙ୍ଗ କରିପାରିବେ, ଯାହା ରାହୁଲ ଦ୍ରାବିଡ କରି ଦେଖାଇଥିଲେ । ଗାଙ୍ଗୁଲୀ ଆହୁରି ମଧ୍ୟ କହିଲେ, ଯେତେବେଳେ ଆପଣଙ୍କୁ ଟକ୍କର ଦେବାପରି ଖେଳାଳିର ଆବଶ୍ୟକ ଅଛି, ତେବେ ପୂଜାରୀ ଏହିପାଇଁ ସବୁଠୁ ଭଲ ଓ ଉପଯୁକ୍ତ ମଧ୍ୟ ।

ପରିଶେଷରେ ଗାଙ୍ଗୁଲୀ କହିଛନ୍ତି, ଏହି ମନ୍ତବ୍ୟ ମୋର ବ୍ୟକ୍ତିଗତ ଅଟେ ।