ଖୁବଶୀଘ୍ର ଏହି ତିନୋଟି ରାଜ୍ୟରେ କରୋନାର ଭୟାନଙ୍କର ତାଣ୍ଡବ ଲୀଲା ସୃଷ୍ଟି ହେବ । ୨୪ ଘଣ୍ଟାରେ ଆସିଲା ୧୦ ହଜାର ନୂତନ ମାମଲା…

Spread the love

ସାରା ଦେଶରେ କରୋନା ଭାଇରସ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ କରୋନାର ନୂତନ ମାମଲା ଆସିବା ଫଳରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନ ଭିତରେ ୧୪ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । ଯାହା ପ୍ରକୃତରେ ଏକ ଚିନ୍ତାର ବିଷୟ ଅଟେ । ଯଦି ଆମେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବର୍ତ୍ତମାନର ସଂଖ୍ୟା ଉପରେ ନଜର ପକାଇବା, ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ଭାଙ୍ଗି ୧୪,୫୧୬ ନୂତନ ମାମଲା ସାମନାକୁ ଆସିଅଛି ଏବଂ ଏମାନଙ୍କ ମଧ୍ୟରୁ ୩୭୫ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୧୪୮ ଅଟେ ।

୩ ରାଜ୍ୟ ଉପରେ କରୋନା ବିପଦ ସଙ୍କଟ :

କରୋନା ଭାଇରସର ସବୁଠାରୁ ଅଧିକ ବିପଦ ରହିଛି ଦେଶର ଏହି ତିନୋଟି ରାଜ୍ୟ ଉପରେ । କାରଣ, ତିନୋଟି ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ନୂତନ ମାମଲା ଆସିଛି । ଏହି ରାଜ୍ୟମାନଙ୍କରେ ସର୍ବ ପ୍ରଥମ ନାମ ହେଉଛି ଦିଲ୍ଲୀ, ଦ୍ଵିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟ ସ୍ଥାନରେ ଅଛି ତାମିଲନାଡୁ । ଅନ୍ୟସ୍ଥଳେ ଦେଶରେ ଅନ୍ୟ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରୁ ୫୪୩୭ ନୂତନ ମାମଲା ଆସିଛି ।

Google

ଦିଲ୍ଲୀରେ ବ୍ୟାପୁଥିବା କରୋନା ସଂକ୍ରମଣ :

ସର୍ବ ପ୍ରଥମେ ଆଲୋଚନା କରିବା ରାଜଧାନୀ ଦିଲ୍ଲୀ ବିଷୟରେ । ଏଠାରେ ୨୪ ଘଣ୍ଟା ମଧ୍ୟରେ ୩୧୩୭ ନୂତନ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ରରେ ୩୮୨୭ ଓ ତାମିଲନାଡୁରେ ୨୧୧୫ କରୋନାର ନୂତନ ମାମଲା ସାମନାକୁ ଆସିଛି । ଏହି ସଂଖ୍ୟାକୁ ଲକ୍ଷ୍ୟ କରି କୁହାଯାଉଛି ଯେ, ଖୁବଶୀଘ୍ର ଏହି ରାଜ୍ୟମାନଙ୍କରେ କରୋନାର ଭୟଙ୍କର ତାଣ୍ଡବ ଲୀଲା ସୃଷ୍ଟି ହେବାକୁ ଯାଉଛି ।

Google

ମୁମ୍ବାଇ ପୋଲିସ କରିଲା ଲକ୍ଡ଼ାନର ଦାବି :

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଆଉ ନିୟନ୍ତ୍ରଣରେ ନାହିଁ । ଏପରି ସ୍ଥିତିରେ ମୁମ୍ବାଇ ପୋଲିସ ବି.ଏମ୍.ସିର ସହରର ୫ଟି ସ୍ଥାନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛି । ସେଠାକାର ପୋଲିସ କହିବା ଅନୁଯାୟୀ ଅପ୍ପାପାଡ଼ା, କୁରାର ଗାଉଁ, ମଡ଼ ଇଲାକା ଓ ମଲାଡାର କିଛି ସ୍ଥାନରେ ଲକ୍ଡ଼ାଉନ କରାଯାଉ ଓ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ଅନୁମତି ନ ଦେବା ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କୁ ଅସୁବିଧା ନ ହେଉ, ତେଣୁ ଏହି ଅଞ୍ଚଳମାନଙ୍କରେ କେବଳ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ । ଏକ ପ୍ରକାରରେ ମୁମ୍ବାଇ ପୋଲିସ କରୋନାର ବଢୁଥିବା ବିପଦକୁ ଦେଖି ଏହି ସ୍ଥାନଗୁଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।

Google

୧୮ ଦିନରେ ଦୁଇଗୁଣ ମାମଲା :

ଭାରତରେ ୧ ଲକ୍ଷ କରୋନା ମାମଲା ୧୮ ତାରିଖରେ ହୋଇଥିଲା ଏବଂ ୨ ଜୁନ୍ ପର୍ଯ୍ୟନ୍ତ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ହୋଇଗଲା । ଅର୍ଥାତ ୧୪ ଦିନ ମଧ୍ୟରେ ଦେଶରେ ୧ ଲକ୍ଷରୁ ୨ ଲକ୍ଷ ମାମଲା ବୃଦ୍ଧି ହୋଇଯାଇଥିଲା ଏବଂ ବର୍ତ୍ତମାନ ୨ ଲକ୍ଷ ମାମଲା ୪ ଲକ୍ଷକୁ ବୃଦ୍ଧି ପାଇଛି । ପରିସ୍ଥିତିକୁ ଦ୍ରୁଷ୍ଟିରେ ରଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ଉଚିତ୍ ।