ବିଗ୍ କମାଣ୍ଡର ଅଭିନନ୍ଦନାଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତାନକୁ ନେଇ ସୋନୁ ନିଗମ୍ କହିଲେ – ‘ଏବେ ପାକିସ୍ତାନୀଙ୍କ ବିରୋଧରେ ବିଷ ଭର ନାହିଁ…’

Spread the love

ବଲିଉଡର ଜଣାଶୁଣା ଗାୟକ ସନୁ ନିଗମ ଭାରତୀୟ ବାୟୁସେନାର ପାଇଲଟ ବିଙ୍ଗ କୋମାଣ୍ଡର ଅଭିନନ୍ଦନଙ୍କ ଫେରିବାକୁ ନେଇ କିଛି କହିଛନ୍ତି । ସେ କହିଛନ୍ତି କି ଏହା ବହୁତ ଭଲ ଖବର ଅଟେ । ଏହି ବିଷୟରେ ଦୁଇ ଦେଶକୁ ଭଲ ଭାବରେ ବ୍ୟବହାର କରିବାର ଦରକାର । ଏହି ସମୟରେ ଦେଶ ନରମ ପଦ୍ଧତିରେ ଗତି କରୁଛି । ଏମିତିରେ ଜରୁରୀ ଏହା କି ଆମେ ବିଜ୍ଞ ବନି ଓ ବୁଦ୍ଧିମତାର ଶହ ନିର୍ଣ୍ଣୟ ନେବା ଦରକାର ।

ସନୁ ନିଗମ ନିଜ ବକ୍ତବ୍ୟରେ କହିଛନ୍ତି ‘ ଭାରତ ଏକ ଅମନ ପ୍ରିୟ ଦେଶ ଅଟେ । ଆଉ ମୁଁ କଦାପି ଯୁଦ୍ଧର ସପକ୍ଷ କରୁନାହିଁ । କାହିଁକିନା ଯୁଦ୍ଧ କେବଳ ବିନାଶ କରିଥାଏ । କିନ୍ତୁ ଯଦି ଯୁଦ୍ଧର କଥା ଆସିବ ତ ମୁଁ ଦେଶର ସପକ୍ଷରେ ଅଛି । କିନ୍ତୁ ମୁଁ ଦେଶର ଜନତାଙ୍କୁ ଏକ ଅପିଲ କରିବା ପାଇଁ ଚାହୁଁଛି କି ସୋସିଆଲ ମିଡିଆରେ ବିଷ ଭରନ୍ତୁ ନାହିଁ । ଆଉ କାହାର ମୃତ୍ୟୁର ଉତ୍ସବ ମନାଇ ପାକିସ୍ତାନୀ ମାନଙ୍କୁ ଚିଡାନ୍ତୁ ନାହିଁ । କାହିଁକିନା ଏହା ଦ୍ୱାରା ବିରୋଧ ବଢିବ । ଆମେ ତାଙ୍କୁ ଗାଳି ଦେବା ଓ ସେମାନେ ଆମକୁ ଗାଳି ଦେବେ । ଏଥିରେ କିଛି ହାସିଲ ହେବନାହିଁ।

ସନୁ ନିଗମ କହିଛନ୍ତି ସୋସିଆଲ ମିଡ଼ିଆରେ ଆକ୍ରମଣର ଉତ୍ସବ ମନାଉଛନ୍ତି । ଆଉ କହୁଛନ୍ତି ଆମେ ଜିତିଗଲୁ । ଗୁଣବାନ ବନନ୍ତୁ । ଏକ ଭଲ ଦେଶର ଲୋକ ଗୁଣବାନର ସହିତ ବ୍ୟବହାର କରନ୍ତୁ । ଏହି ସମୟରେ ଏହା ଜରୁରୀ ଅଟେ ଯେ ଆମେ ପିଲାଙ୍କ ଭଳି ବ୍ୟବହାର ନକରି ଭଲ ଗୁଣବାନ ଦେଶବାସୀ ଭଳି ବ୍ୟବହାର କରନ୍ତୁ । ବୁଦ୍ଧିମତା ର ସହ କାମ କରିବା ଉଚିତ । ଆମେ ବଦଲା ନେବା ପାଇଁ ଚାହିଁଲେ ବୁଦ୍ଧିମତାର ସହ ନେବା ଉଚିତ ।

ସେ କହିଛନ୍ତି, ଆମ୍ଭେମାନେ କିପରି ଅନ୍ୟ କାହାର ମୃତ୍ୟୁର ଉତ୍ସବ ପାଳନ କରିବା ? ଯେତେବେଳେ କି ମୃତ୍ୟୁବରଣ କରୁଥିବା ଲୋକଟି ଭାରତର ହୁଅନ୍ତୁ କିମ୍ବା ପାକିସ୍ତାନର, କିନ୍ତୁ ମୃତ୍ୟୁର ଏହି ପରିସ୍ଥିତିରେ ଖୁସିର ଉତ୍ସବ ପାଳନ କରିବା ମଣିଷତ୍ୱ ନୁହେଁ । ସର୍ବସାଧାରଣ ଲୋକେ ଆତଙ୍କବାଦୀ ଓ ପାକିସ୍ତାନବାସୀଙ୍କ ବିରୋଧରେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିନପାରି, ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫୋଟଚିତ୍ର ସହ ନିଜର ମନ୍ତବ୍ୟ ପ୍ରଦାନ କରି ନିଜେ ପଥଭ୍ରଷ୍ଟ ହେବ ସଂଗେ ସଂଗେ ସେମାନଙ୍କୁ ଅସୁବିଧାରେ ମଧ୍ୟ ପକାଉଛନ୍ତି । ତେଣୁ ସୋସିଆଲ ମିଡିଆରେ ଇନ୍ଦ୍ରିୟଗ୍ରାହୀ ହୋଇ ଓ ବୁଝିସୁଝି କାର୍ଯ୍ୟ କରିବା ଉଚିତ ।