ବିବାହ ଗୁଡିକରେ ନାଚ କରୁଥିବା କାରଣରୁ ପୁଅର ବିବାହ ଭାଙ୍ଗି ଯାଇଥିଲା । ରାଗରେ ପିତା ଏପରି କିଛି କରିଥିଲେ ।

Spread the love

ପୁଅ ବିବାହ ଗୁଡିକରେ ନାଚ କରୁଥିଲେ, ପିତାଙ୍କୁ ଏହା ପସନ୍ଦ ନଥିଲା ।

ଉତ୍ତରପ୍ରଦେଶରେ ଜଣେ ପିତା ନିଜ ପୁଅକୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣା ଏହି ରାଜ୍ୟର ଦାଦରି କସ୍ଵେ ଅଞ୍ଚଳର ଅଟେ, ଯାହା ବୁଧବାର ଦିନ ଘଟିଛି । ଏହି ଘଟଣା ଘଟାଇ ସାରିବା ପରେ ପିତା ଫେରାର ଅଛନ୍ତି । ପୋଲିସ ଅନୁସାରେ ଯୁବକର ନିକଟରେ ବିବାହ ସମ୍ପର୍କ ଭାଙ୍ଗିଥିଲା । ଯାହାଫଳରେ ଯୁବକର ପିତା ଯୁବକ ଉପରେ ଖୁବ ରାଗି ଯାଇଥିଲେ ଏବଂ ରାଗରେ ଦିନେ ପିତା ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି । ଦାଦରି କ୍ଷେତ୍ରର ଥାନା ଅଞ୍ଚଳରେ ପୋଲିସ କହିଛନ୍ତି, ଆରୋପୀ ପିତା ନାମରେ କେସ୍ ଦାଏର କରି ଦିଆଯାଇଛି ଏବଂ ପିତାର ତଲାସୀ ଜାରି ରହିଛି ।

ପୁରା ଘଟଣା କଣ ଅଟେ ?

ମୃତ ଯୁବକର ନାମ ହେଉଛି ହାମିଦ । ପୋଲିସ ଅନୁସାରେ ହାମିଡ଼ ବିବାହ ଗୁଡିକରେ ଡ୍ୟାନ୍ସ କରୁଥିଲେ । ନିକଟରେ ହାମିଦର ବିବାହ ଠିକ ହୋଇଥିଲା । କିନ୍ତୁ ବିବାହ ଗୁଡିକରେ ହାମିଦ ଡ୍ୟାନ୍ସ କରୁଥିବା କାରଣରୁ ଝିଅ ଘର ଲୋକେ ବିବାହରେ ରାଜି ହୋଇନଥିଲେ । ପ୍ରଥମରୁ ହିଁ ପିତା ସାଦିକ ରାଜାକ୍ ଙ୍କୁ ପୁଅର କାମ ପସନ୍ଦ ନଥିଲା ଏବଂ ଏହି କାରଣରୁ ପୁଅର ବିବାହ ଭାଙ୍ଗି ଯାଇଥିବା କାରଣରୁ ପିତା ବହୁତ ରାଗି ଯାଇଥିଲେ । ପିତା ପୁତ୍ରଙ୍କ ମଧ୍ୟରେ ସର୍ବଦା କଳି ଲାଗି ରହୁଥିଲା ।

ପ୍ରତିଦିନ ଝଗଡା ହେଉଥିଲା :

ପିତା ପ୍ରତିଦିନ ନିଜ ପୁଅ ଉପରେ ରାଗୁ ଥିଲେ ଏବଂ ପୁଅର ଏହିପରି କାମକୁ ପସନ୍ଦ କରୁନଥିଲେ । ହାମିଦର କାର୍ଯ୍ୟ ପାଇଁ ତାହାର ବିବାହ ଭାଙ୍ଗି ଯାଇଥିଲା । ଏହି କାରଣରୁ ପିତା ପୁତ୍ରଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥିଲା । କିନ୍ତୁ ଦିନେ ରାଗରେ ପିତା ପୁତ୍ରକୁ ଗୁଳି କରି ହତ୍ୟା କରି ଦେଇଥିଲେ । ଦାଦରି କ୍ଷେତ୍ରର ପୋଲିସ ଅଧିକାରୀ ନିରଜ ମଲିକଙ୍କ ଅନୁସାରେ ବୁଧବାର ଦିନ ସକାଳେ ହାମିଦ ନିଜ ଘରେ ଶୋଇଥିଲା । ଏହି ସମୟରେ ପିତା ସାଦିକ ରାଜାକ୍ ପୁତ୍ରକୁ ଗୁଳି କରି ହତ୍ୟା କରିଥିଲା । ଗୁଳି ବାଜିବା ପରେ ପରିବାର ଲୋକେ ତୁରନ୍ତ ଗାଜିଆବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡାକ୍ତରଙ୍କ ଅନୁସାରେ ହାମିଦର ଅବସ୍ଥା ବହୁତ ଗମ୍ଭୀର ଥିଲା ଏବଂ ତାହାର ଚିକିତ୍ସା ଚାଲିଛି । ଏହି ଘଟଣା ଜଣା ପଡିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ପୋଲିସ ଘର ଲୋକଙ୍କ ସହ କଥା ହେବା ପରେ ପୁରା ଘଟଣା ଜଣା ପଡିଥିଲା ।

ଘଟଣା ଘଟେଇବା ପରେ ପିତା ଫେରାର ଅଛି :

ନିଜ ପୁଅକୁ ଗୁଳି କରିବା ପରେ ପିତା ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପୋଲିସ ଅନୁସାରେ ହାମିଦର ପିତା ମିସ୍ତ୍ରୀ କାମ କରନ୍ତି । ପୋଲିସ ତଲାସ ଜାରି ରଖିଛି । ସାଜିକ ରାଜାକ ବିରୁଦ୍ଧରେ ପୋଲିସ ହତ୍ୟାର ଆରୋପ ଲଗାଇ କେଶ ଦାଏର କରି ନେଇଛି । ହାମିଦ ଠିକ ହେବା ପରେ ହିଁ ପ୍ରକୃତ ଘଟଣାର ଯାଞ୍ଚ ହୋଇପାରିବ ।