ସୁନୀଲ ସେଟ୍ଟୀଙ୍କ ସହ ନାମ ଯୋଡି ହେବା କାରଣରୁ ସୋନାଲି ବେନ୍ଦ୍ରେଙ୍କ ଜୀବନ ନଷ୍ଟ ହୋଇଯାଇଥିଲା ।

Spread the love

ରାତି ୨ଟା ବେଳେ କେହି ପାଗଳ ଜଣେ ମୋତେ କଲ କରି କହୁଛି “ମୁଁ ସୁନୀଲ ସେଟ୍ଟୀ କହୁଛି, ଚାଲ ମୋ ସହିତ ଆମେ ଦୁହେଁ କୁଆଡେ ଚାଲି ଯିବା ।”

ବଲିଉଡରେ ସବୁବେଳେ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାମକୁ ଏକାସାଥିରେ ଯୋଡ଼ି ଦେଇ ସେମାନଙ୍କର ପ୍ରେମ ସମ୍ପର୍କର ଅପପ୍ରଚାର ହୋଇଥାଏ । କିନ୍ତୁ ଆମ୍ଭେମାନେ ଏବଂ ଆପଣ ଏହି କଥାକୁ ବହୁତ ମଜାର ସହ ପଢି ଭୁଲି ଯାଉଛୁ କିନ୍ତୁ ଏହି ଅପପ୍ରଚାର ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ଏପରି କିଛି ସୁନୀଲ ସେଟ୍ଟୀ ଏବଂ ସୋନାଲି ବେନ୍ଦ୍ରେଙ୍କ ସହିତ ହୋଇଥିଲା । ସୁନୀଲ ଏବଂ ସୋନାଲି ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ । ସେମାନେ ଦୁହେଁ ୯୦ଶତକରେ ଅନେକ ଫିଲ୍ମରେ ଯେପରି “ରକ୍ଷକ”, “ଟକ୍କର”, “ସବୁତ୍” ଇତ୍ୟାଦି ଉଭୟ ମିଶି କାମ କରିଥିଲେ । ଏମାନଙ୍କର ବାସ୍ତବିକ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ସମୟରେ ଏମାଙ୍କର ମଧ୍ୟରେ କିଛି ସମ୍ପର୍କ ଅଛି ବୋଲି ଅପପ୍ରଚାର ହେବା ଯୋଗୁଁ ଏମାନଙ୍କର ବନ୍ଧୁତା ଦୁର୍ବଳ ପଡିଗଲା । ଏହି ବିଷୟରେ ସୋନାଲି ଏକ ସାକ୍ଷାତକାରରେ ଖୋଲାଖୋଲି ରୂପେ କହିଥିଲେ । ଆଜି ଆମେ ସେହି ସାକ୍ଷାତକାରର କିଛି ଅଂଶ ଆପଣଙ୍କୁ କହିବାକୁ ଯାଉଛୁ ।

ସେହି ସମୟର କଥା, ଯେତେବେଳେ ସୋନାଲି ବେନ୍ଦ୍ରେ ଅବିବାହିତ (କୁମାରୀ) ଥିଲେ ଏବଂ ସୁନୀଲ, ମାନା ସେଟ୍ଟୀଙ୍କ ସହ ବିବାହ କରିଥିଲେ । ଷ୍ଟାଡ଼ଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ସୋନାଲି କହିଥିଲେ ଯେ, “ହଁ, ସୁନୀଲ ଏବଂ ମୋ ମଧ୍ୟରେ ଦୂରତ୍ୱ ବଢି ଯାଇଛି । ପ୍ରଥମେ ଆମେ ଏହି ଅପପ୍ରଚାର ଉପରେ ହସୁଥିଲୁ କିନ୍ତୁ ପରେ ପରେ ଏହା ଆଉ ମଜାଳିଆ ହୋଇ ରହିଲା ନାହିଁ । ଏହା ଆମର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇବାର ଆରମ୍ଭ କରି ଦେଇଥିଲା । ମୁଁ ଜାଣିନି ଯେ, ଏହା ସୁନୀଲଙ୍କ ଉପରେ କିଭଳି ପ୍ରଭାବ ପକାଇଥିଲା । କାରଣ ମୁଁ ଏବିଷୟରେ ତାଙ୍କ ସହ କଥା ହୋଇନଥିଲି । କିନ୍ତୁ ମୋ ଜୀବନରେ ଏହାଦ୍ଵାରା ଯେଉଁ ସମସ୍ୟା ସବୁ ଉତ୍ପନ ହୋଇଥିଲା ତାହା ମୁଁ କହି ପାରିବି । ମୁଁ ବର୍ତ୍ତମାନ ଅବିବାହିତ ଅଟେ । ମୋତେ ଏବିଷୟରେ କାହାରିକୁ କିଛି ଉତ୍ତର ଦେବାକୁ ପଡେ ନାହିଁ କିନ୍ତୁ ସୁନୀଲ ବିବାହିତ ଅଟନ୍ତି । କିନ୍ତୁ ମୁଁ କଳ୍ପନା କରିପାରୁଛି ଯେ, ତାଙ୍କ ଜୀବନ ଉପରେ ଏହା କିପରି ପ୍ରଭାବ ପକାଇଥିବ ।”

ସୋନାଲି ଆଗକୁ କହିଛନ୍ତି “ଲୋକେ ବୁଝି ପାରୁନାହାନ୍ତି ଯେ, ଏହା ଏକ ମଜାଳିଆ କଥା ନୁହଁ । ରାତି ୨ଟା ବେଳେ କେହି ଜଣେ ପାଗଳ ମୋତେ କଲ କରି କହିଥିଲା ‘ମୁଁ ସୁନୀଲ ସେଟ୍ଟୀ କହୁଛି, ଚାଲ ମୋ ସହିତ ଆମେ ଦୁହେଁ କୁଆଡେ ଚାଲିଯିବା ।” ଆପଣ ଯେତେବେଳେ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ମିଶୁଛନ୍ତି, ସେ ମୋତେ ପଚାରି ପାରିଥାନ୍ତା, ‘ଆପଣଙ୍କର ଏବଂ ସୁନୀଲଙ୍କ ମଧ୍ୟରେ କଣ କିଛି ଚାଲିଛି କି ?’ ଏପରି କି ମୋ ଭଉଣୀର କଲେଜର ବନ୍ଧୁମାନେ ଏହି ପ୍ରଶ୍ନ କରନ୍ତି । ମୋତେ ଏହି ପ୍ରକାରର ଲୋକ ପସନ୍ଦ ନୁହନ୍ତି । ଯେବେ ଘରକୁ କୌଣସି ସମ୍ପର୍କୀୟ ଆସନ୍ତି, ସେମାନେ ମୋର ମାତାପିତାଙ୍କୁ କୁହଁନ୍ତି ‘ଏବେ ତୁମର ଝିଅ ବହୁତ ଅର୍ଥ ଉପାର୍ଜନ କରିଲାଣି ! ତେଣୁ ତୁମେମାନେ ଏପରି କାର୍ଯ୍ୟକଳାପ ପାଇଁ ତାକୁ ମନା ମଧ୍ୟ କରିନଥିବ ।’ ଲୋକଙ୍କ ଏହି ପ୍ରକାରର କଥା ମୋତେ ଦୁଃଖି କରି ଦେଉଥିଲେ ।”

ସୋନାଲୀ ପୁଣି କହନ୍ତି “ଯିଏ କେହିବି ଭାବନ୍ତି ଯେ, ମୁଁ ଏକ ଖରାପ ମହିଳା, ଯିଏ କି ଏକ ବିବାହିତ ପୁରୁଷକୁ ଫାନ୍ଦରେ ପକାଇବାକୁ ଚାହୁଁଛି । ଏହି ବିଷୟ ମୋତେ ଅତ୍ୟନ୍ତ କଷ୍ଟ ଦେଉଛି । ଏବେ ଶୁଟିଂଗରେ ଯଦି କାହାର ଫୋନ ଆସେ, ତେବେ ଲୋକେ ଏହା ଭାବନ୍ତି ଯେ, ମୁଁ ସୁନୀଲ ସେଟ୍ଟୀଙ୍କ ସହ କଥା ହେଉଛି । କେହି ମଧ୍ୟ ଏହା ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ଯେ, ଏହି କଥାର ସତ୍ୟତା ଅଛି ନା ନାହିଁ । ସମସ୍ତଙ୍କୁ କେବଳ ଏହି ବାଜି କଥାର ଆନନ୍ଦ ନେବାକୁ ମଜା ଲାଗେ । ଏହି କଥାରେ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପଡିଛି । ପ୍ରଥମେ ମୁଁ ଏବଂ ସୁନୀଲ ଯେକୌଣସି ଦୃଶ୍ୟକୁ ଅତି ସହଜରେ କରୁଥିଲୁ, ଏହା ଆମର କାମ ଅଟେ । କିନ୍ତୁ ଯେବେ କୌଣସି ଦୃଶ୍ୟରେ ଆମକୁ ଆଲିଙ୍ଗନ ହେବାକୁ ଥାଏ, ସେତେବେଳେ ଆମେ ଠିକ ଭାବରେ କର୍ଜୟତି କରିପାରୁ ନାହୁଁ । କାରଣ ଆମର ମନରେ ଅପପ୍ରଚାରର ଡର ବସା ବାନ୍ଧି ଦେଇଥିଲା । ସୁନୀଲ ମୋତେ ଛୁଇଁବା ପାଇଁ ମଧ୍ୟ ଡରିବା ପାଇଁ ଲାଗିଲେ ।”

ବର୍ତ୍ତମାନ ଦେଖିବାକୁ ଗଲେ ସୋନାଲି ଗୋଲଡି ବେହଲଙ୍କ ସହ ବିବାହ କରି ବହୁତ ସୁଖରେ ଅଛନ୍ତି । କିଛିଦିନ ତଳେ ତାଙ୍କୁ ଉଚ୍ଚ କର୍କଟ ରୋଗ ହୋଇଥିଲା, ଯାହାର ଆରୋଗ୍ୟ ପାଇଁ ସେ ଆମେରିକା ଯାଇଥିଲେ କିନ୍ତୁ ଏବେ ସେ ଭାରତ ଚାଲି ଆସିଛନ୍ତି ଏବଂ ସୁସ୍ଥ ଅଛନ୍ତି ।