ସାମନାକୁ ଆସିଲା ସାକ୍ଷୀଙ୍କ ସ୍ୱାମୀଙ୍କ ‘କଳା ସତ୍ୟ’ ! ପଡୋଶୀ କହିଲେ – କେତେଗୁଡିଏ ମହିଳାଙ୍କ ସହିତ ରହିଛି ସମ୍ବନ୍ଧ ଓ….

Spread the love

ସାକ୍ଷୀ ଓ ଅଜିତେଶ ଘରୁ ପଳାଇ ଯାଇ ବିବାହ କରିଥିଲେ ଓ ବର୍ତ୍ତମାନ ମିଡ଼ିଆର ଶରଣରେ ଅଛନ୍ତି ।

ଆଜିକାଲି ଅଧିକାଂଶ ନ୍ୟୁଜ ଚ୍ୟାନେଲରେ ଗୋଟିଏ ହିଁ ଖବର ଦେଖିବାକୁ ମିଳୁଛି ଓ ଏହା ହେଉଛି ବିଧାୟକଙ୍କ ଝିଅ ଓ ତାଙ୍କ ପ୍ରେମିକ ଅଜିତେଶ ସହିତ ଘରୁ ପଳାଇ ଯାଇଛନ୍ତି । ସେ ବର୍ତ୍ତମାନ ବିବାହ ମଧ୍ୟ କରି ସାରିଛନ୍ତି ଓ ବର୍ତ୍ତମାନ ଏବେ ଏହି ମାମଲାକୁ ନେଇ ସମସ୍ତ ରାଜନୈତିକ ଦଳ ବହୁତ ପ୍ରକାର ସମାଲୋଚନା କରିବାକୁ ଲାଗିଛନ୍ତି ଏବଂ ନିଜ ଦଳକୁ ଭଲ ବୋଲି ଦର୍ଶାଉଛନ୍ତି । କେହି ଏହି ପଦକ୍ଷେପକୁ ଭୁଲ ବୋଲି କହୁଛନ୍ତି ଓ ଆଉ କେହି ସେ ଝିଅକୁ ସହମତି ପ୍ରଦାନ କରୁଛନ୍ତି । କାରଣ ସେ ଜଣେ ସାବାଳିକା ଅଟନ୍ତି । ଏହି ସମସ୍ତ ଖବର ଗୁଡ଼ିକ ମଧ୍ୟରେ ସାମନାକୁ ଆସିଛି ସାକ୍ଷୀଙ୍କ ସ୍ଵାମୀଙ୍କ ‘କଳା ରହସ୍ୟ’, ଏହି ସତ୍ୟ ଅଜିତେଶଙ୍କ ପଡ଼ୋଶୀମାନେ କହିଥିଲେ ଓ କିଛି ଆଶ୍ଚର୍ଯ୍ୟ ଜନକ କଥା ମଧ୍ୟ ଉଜାଗର କରିଥିଲେ ।

ସାମନାକୁ ଆସିଲା ସାକ୍ଷୀଙ୍କ ସ୍ଵାମୀଙ୍କ ‘କଳା ସତ’ :

ଉତ୍ତର ପ୍ରଦେଶର ବରେଲିର ବୀର ସାବରକରରେ ସାକ୍ଷୀ ଓ ଅଜିତେଶଙ୍କ ବିବାହ ଖବର ଆସିବା ପରେ ତାଙ୍କ ପଡ଼ୋଶୀମାନେ କିଛି ଅଲଗା ଅଲଗା କଥା ଆଲୋଚନା କରିବାରେ ଲାଗିଲେ । ସେ ତାଙ୍କ ସାହିରେ ନିଜକୁ କ୍ଷତ୍ରିୟ ବୋଲି କହୁଥିଲେ ଓ ବୀର ସାବରକର କଲ୍ୟାଣ ସମିତିର ଅଧ୍ୟକ୍ଷ ଇଞ୍ଜିନିୟର ଏ.କେ.ସିଂ କହିଲେ ଯେ, ଅଭି ସିଂ ନିଜ ଗାଡ଼ି ଉପରେ ଠାକୁର ଲେଖିଛି ଓ ୟୋ ୟୋ ଅଭି ସିଂ ନାମରେ ତାର ଏକ ପୋଷ୍ଟ ମଧ୍ୟ ରହିଛି । ତେବେ ହଠାତ ଟିଭି ଚ୍ୟାନେଲ ଗୁଡ଼ିକରେ ସେ ଦଳିତ କିପରି ପାଲଟି ଯାଇଛି ? ତାଙ୍କ ପିତା ହରିଶ ସିଂ ନାୟକ ପୁରନପୁର ଠାରୁ ବିଧାୟକ ହେବାର ସ୍ୱପ୍ନ ଦେଖୁଛନ୍ତି ଓ ବିଧାୟକ ଭାବେ ଲଢ଼ିବା ପରେ ମଧ୍ୟ ସେ ଜିତି ପାରିଲେ ନାହିଁ । ଅଜିତେଶ ନାମ କିମ୍ୱା ଅଭି ତାହା କେବଳ ସମୟ କହିବ କିନ୍ତୁ ଯେବେ ତାଙ୍କ ସାହି ପଡ଼ିଶାଙ୍କୁ ପଚରାଗଲା, ତେବେ ଏହି କଥାଟି ସାମନାକୁ ଆସିଲା ଯେ ତାଙ୍କର ଚରିତ୍ର ବହୁତ ଖରାପ ବୋଲି । ବରେଲିର ଯେଉଁ ବୀର ସାବରକର ନଗର ଠାରେ ଅଜିତେଶ ରହୁଥିଲେ; ସେଠାକାର ଲୋକମାନେ କହିଲେ ଯେ ସେ ଜଣେ ଖରାପ ଓ ଅୟାସ ବ୍ୟକ୍ତି ଅଟେ ଓ କଲୋନୀର ଝିଅ ମାନଙ୍କୁ ସବୁବେଳେ ଖରାପ ବ୍ୟବହାର ଦେଖାଏ ।

ଅଜିତେଶ ଉପରେ ଏହା ମଧ୍ୟ ଆରୋପ ଲାଗିଲା ଯେ, ତାର କେତେଗୁଡିଏ ବିବାହିତା ମହିଳାମାନଙ୍କ ସହିତ ମଧ୍ୟ ସମ୍ପର୍କ ରହିଛି । ପଡ଼ୋଶୀ ମାନଙ୍କ ଅନୁସାରେ ସେ ଦଳିତ-ବ୍ରାହ୍ମଣର ବିଷୟ ନୁହେଁ । ଏହା ଗୋଟିଏ ଝିଅ ଏବଂ ତାର ପିତାଙ୍କ ମାମଲା ଅଟେ । ଅଜିତେଶ କଲୋନୀର ସବୁଠାରୁ ଖରାପ ପିଲା ଅଟେ ଓ ରବି ଲେଖବାନୀଙ୍କ କହିବା ଏହା ଥିଲା ଯେ, ଅଜିତେଶ ଲର ଚରିତ୍ର ବହୁତ ଖରାପ ଅଟେ । ତାର ନଜର ମହିଳା ମାନଙ୍କ ପ୍ରତି ଠିକ ନୁହେଁ ଓ ସେ ନିଶା ଦ୍ରବ୍ୟ ମଧ୍ୟ ସେବନ କରେ । ଅଜିତେଶ ପ୍ରେମ ନଗର ଓ ଇଜ୍ଜତ ନଗର ପରି ଜାଗାରେ ଦାଦାଗିରି ମଧ୍ୟ କରେ ଓ ତାହା ବିରୁଦ୍ଧରେ କେତେଗୁଡିଏ ମାମଲା ମଧ୍ୟ ରୁଜୁ ହୋଇଛି । ଏବେ ସତ୍ୟ ଘଟଣାଟା କଣ ଏହା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ କିନ୍ତୁ ଏହି କଥା ସତ୍ୟ ଯେ, ସେ ଦଳିତ ନୁହେଁ ଓ ସେ ସାକ୍ଷୀକୁ ଭ୍ରମିତ କରି ଏପରି କାମ କରିଛି ।

ବିଧାୟକଙ୍କ ଝିଅ ଅଟନ୍ତି ସାକ୍ଷୀ :

ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିଜ ମାତା ପିତା ଏବଂ ଭାଇ ଉପରେ ଗମ୍ଭୀର ଆରୋପ ଲଗେଇଛନ୍ତି । ମାସ୍-କମର ଶିକ୍ଷା ପ୍ରାପ୍ତି କରିଥିବା ସାକ୍ଷୀ ଆଗକୁ ପଢ଼ିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କ ମାତା ପିତା ତାଙ୍କୁ ଆଗକୁ ପଢ଼ାଇ ନ ଥିଲେ । ସାକ୍ଷୀଙ୍କ କହିବା ଅନୁସାରେ ତାଙ୍କ ଭାଇ ବିକ୍କୀ ମଧ୍ୟ ଖରାପ ଭାଷା କହୁଥିଲେ ଓ ତାଙ୍କ ମାଆ ତାଙ୍କର ଫୋନକୁ ଛଡେଇ ନେଇ ତାଙ୍କୁ ବହୁତ ମାରୁଥିଲେ । ତାଙ୍କ ପିତାଙ୍କ ଠାରେ ପୁଅ ଓ ଝିଅଙ୍କୁ ନେଇ ବହୁତ ଭେଦଭାବ ମନୋଭାବ ରହିଥିଲା । ସାକ୍ଷୀ ମିଡ଼ିଆ ସମ୍ମୁଖରେ କ୍ରନ୍ଦନ କରି ନିଜ ସହିତ ଏହି ଘଟଣା ଗୁଡିକ ବିଷୟରେ କହିଲେ କିନ୍ତୁ ଯେବେ ନିଜ ସ୍ୱାମୀଙ୍କ ଏପରି ସତ୍ୟ; ଯେତେବେଳେ ସାମନାକୁ ଆସିବ ତେବେ ସାକ୍ଷୀ କଣ କରିବେ ?