ରେମ୍ପ ୱକ୍ ସମୟରେ ଏହି ଘଟଣାର ଶିକାର ହୋଇଥିଲେ ସୋନାକ୍ଷୀ ସିହ୍ନା ! ଦର୍ଶକମାନେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ।

Spread the love

ସୋନାକ୍ସିଙ୍କୁ ଆଜି ପ୍ରାୟ ସମସ୍ତେ ଚିନ୍ହିଛନ୍ତି । ସୋନାକ୍ସି ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ରୁ ବଲିଉଡ଼ରେ ପାଦ ଦେଇଥିଲେ । ଗତ କିଛି ବର୍ଷ ମଧ୍ୟରେ ସୋନାକ୍ସି ଖୁବ୍ବ ନାମ କମାଇଛନ୍ତି । ବର୍ତ୍ତମାନ ସୋନାକ୍ସି ବଲିଉଡ଼ ଟୋପ୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି । ସଲମାନ ଖାନ୍ ହିଁ ସୋନାକ୍ସିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଣିଥିଲେ । ସୋନାକ୍ସି ଏହି କଥା ପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ସଲମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲନ୍ତି ନାହିଁ । ପ୍ରକୃତରେ, ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସୋନାକ୍ସିଙ୍କ ଓଜନ ଖୁବ୍ ଅଧିକ ଥିଲା । ସଲମାନ ତାଙ୍କୁ କହିଥିଲେ ଯେ ଯଦି ଆପଣ ନିଜ ଓଜନ କମ୍ କରନ୍ତି ତେବେ ସେ ସୋନାକ୍ସିଙ୍କୁ ନିଜ ଫିଲ୍ମରେ ରୋଲ ଦେବେ । ସେଥିପାଇଁ ସୋନାକ୍ଷୀ ନିଜର ଓଜନ କମ୍ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗୋଟିଏ ମାସ ମଧ୍ୟରେ ସଲମାନଙ୍କ ସହିତ ଫିଲ୍ମ ‘ ଦବଙ୍ଗ ‘ରେ ନଜର ଆସିଥିଲେ ।

ବର୍ତ୍ତମାନ ବଲିଉଡ଼ର ସବୁଠାରୁ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ ମଧ୍ୟରେ ମଧ୍ୟ ସୋନାକ୍ସିଙ୍କ ନାମ ସାମିଲ ରହିଛି । ସେ ନିଜ ଇନସ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ନିଜ ଗ୍ଲେମରର୍ସ ଫୋଟ ସେୟାର କରନ୍ତି । ସୋନାକ୍ସି ଅନେକଥର ନାମିଦାମୀ ଫ୍ୟାସନ ଡିଜାଇନର ମାନଙ୍କ ପାଇଁ ରେମ୍ପ ୱକ୍ କରୁଥିବାର ମଧ୍ୟ ନଜର ଆସିଛନ୍ତି । ସୋନାକ୍ସିଙ୍କ ପୂର୍ବ ଷ୍ଟାଇଲ ଫାଇଲରେ ନଜର ଦେଲେ ଜଣାଯାଏ ଯେ ତାଙ୍କୁ ଫସ-ଫୀ ସିଲହୁଟ ଆଦୋୖ ପସନ୍ଦ ନୁହେଁ । ଏଭଳି ଡ୍ରେସକୁ ସେ ନିଜ ଠାରୁ ଦୂରେଇ ରଖନ୍ତି । ସାଧାରଣତଃ ସୋନାକ୍ସି ଅଫ ଡ୍ୟୁଟି ଲୁକରେ କ୍ରୋପ୍ ଟୋପ୍, high – waisted ପ୍ୟାଣ୍ଟ, କୁର୍ତ୍ତି – ପ୍ଲାଜୋ ଏବଂ ହାଇବ୍ରିଡ଼ ଧୋତି ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ।

ପୁଣି ଯଦି ରେଡ଼ କାରପେଟ ବିଷୟରୁ କହୁ ତେବେ ସେ ବୋଡୀକୋନ, ମିନିସ୍ ଏବଂ ସୂଟ୍ – ଶାଢ଼ୀ ପିନ୍ଧିଥିବାର ମଧ୍ୟ ଅନେକଥର ନଜର ଆସିଛନ୍ତି । ନିଜର ଶରୀର ଆକାର ଅନୁସାରେ ସୋନାକ୍ସିଙ୍କୁ ସିଲ୍ହୁଟ ବିଷୟରେ ତାଙ୍କୁ ଭଲଭାବରେ ଜଣାଅଛି । ଏହାବ୍ୟତୀତ ତାଙ୍କ ଦ୍ଵାରା କିଛି ଏପରି ଭୁଲ ହୋଇଯାଇଥାଏ । ଯେଉଁଥିରେ ତାଙ୍କୁ ଅପମାନର ଶିକାର ହେବାକୁ ପଡ଼ିଥାଏ । ଗତ କିଛିଦିନ ପୂର୍ବରୁ ସୋନାକ୍ସି ମୁମ୍ବାଇରେ ଆୟୋଜିତ STREAX PROFESSIONAL COLLECTION RETRO REMIX ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରୋଗ୍ରାମରେ ସେ ରେଟ୍ରୋ ଲୁକ୍ ନେଇ ଏକ ରେମ୍ପ ୱକ୍ କରିଥିଲେ ।

ସୋନାକ୍ସି ଫର୍ମ – ଫିଟିଙ୍ଗ ହୋଇଥିବା ହେଡ୍ – ଟୁ – ଟୋସ୍ ସୀକ୍ୱିନଡ଼ ଡୀପ୍ ନେକ୍ ଗାଉନ୍ ଡ୍ରେସ୍ ପିନ୍ଧିଥିଲେ । ଏହାସହିତ ସେ ରେଟ୍ରୋ ବୋବ୍ ହେୟରଡୁ ବନାଇଥିଲେ ଏବଂ କ୍ଲାସିକ ମେକଅପରେ ତାଙ୍କ ଲୁକ୍ ଖୁବ୍ ସୁନ୍ଦର ହୋଇଥିଲା । ହାତରେ ବ୍ରେସଲେଟ୍, କାନରେ ଲଙ୍ଗ ଡ୍ରାପ୍ ଡାଉନ ଇୟରରିଙ୍ଗ ଏବଂ ଗୋଲ୍ଡେନ ଷ୍ଟାଇଲଟୋସ ପିନ୍ଧି ସୋନାକ୍ସି ଦର୍ଶକଙ୍କ ମନକୁ କିଣି ନେଇଥିଲେ । ସୁନ୍ଦର ସ୍ମିତହାସ୍ୟ ସହିତ ସୋନାକ୍ସି ରେମ୍ପ ୱକ୍ କରିଥିଲେ କିନ୍ତୁ ସେତିକି ସମୟରେ ତାଙ୍କୁ ଉପ୍ସ ମୋମେଣ୍ଟର ଶିକାର ହେବାକୁ ପଡ଼ିଥିଲା । ଏହିସମୟରେ ସେ ଏପରି ଘଟଣାର ଶିକାର ହୋଇଥିଲେ , ଯାହାକୁ ସେ ହୁଏତ କେବେ ମଧ୍ୟ ଭୁଲି ପାରିବେନି ।

ବାସ୍ତବରେ, ସୋନାକ୍ସି ନିଜର ରେଟ୍ରୋ ଲୁକ୍ସକୁ ପୁରା କରିବା ପାଇଁ ଏକ ସୀକ୍ବଲ ପ୍ଲଗଇନ ନେକଲାଇନ ଯୁକ୍ତ ଗାଉନ୍ ପିନ୍ଧିଥିଲେ । ରେମ୍ପ ୱକରେ ଚାଲିବା ସମୟରେ ତାଙ୍କ ଗାଉନ ତଳକୁ ଖସିବାର ଲାଗିଥିଲା । ହୁଏତ ଯେତେବେଳେ ସୋନାକ୍ସିଙ୍କୁ ଏହି ବିଷୟରେ ଅନୁଭୁତ ହୋଇଥିଲା ସେ ତୁରନ୍ତ ସତର୍କ ହୋଇଯାଥିଲେ ଏବଂ ନିଜ ପୋଜକୁ ଠିକ୍ କରିନେଇଥିଲେ ଯାହାଦ୍ଵାରା ସେ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାରୁ ବର୍ତ୍ତିଯିବେ । ସେ ଯେକୌଣସି ପ୍ରକାରେ ନିଜ ଡ୍ରେସକୁ ସଂଯତ କରିଦେଇଥିଲେ । ଉପ୍ସ ମୋମେଣ୍ଟର ଶିକାର ହେବା ସତ୍ୱେ ମଧ୍ୟ ସେ ନିଜର ଆତ୍ମବିଶ୍ବାସକୁ ହରାଇ ନଥିଲେ । ଏଥିପାଇଁ ସୋନାକ୍ସି ନିଶ୍ଚିତ ଭାବରେ ପ୍ରଶଂସନୀୟ ।

ସୋନାକ୍ସି ପ୍ରଥମ ଅଭିନେତ୍ରୀ ନଥିଲେ, ଯାହାଙ୍କ ସହିତ ଏପରି ଘଟଣା ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ଉପ୍ସ ମୋମେଣ୍ଟର ଶିକାର ହୋଇଛନ୍ତି । ଏହିଭଳି ଘଟଣାକୁ ଖୁବ୍ ସାଧାରଣ ବୋଲି କୁହାଯାଏ କିନ୍ତୁ ସେମାନେ ଖାସ୍ ସେତେବେଳେ ହୋଇଥାନ୍ତି ଯେତେବେଳେ ତାହାକୁ ସୁନ୍ଦର ଢ଼ଙ୍ଗରେ ସମ୍ଭାଳି ନିଆଯାଏ ।