ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କେବେ ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ, ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ବାପା ଅଲଗା କରିଦେଲେ ।

Spread the love

ବଲିଉଡ ଜଗତରେ ପୂର୍ବରୁ ହିଁ ଉଭୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ନାମ ଚର୍ଚ୍ଚାରେ ରହିଆସିଛି । କେତେବେଳେ ସେମାନେ ନିଜର ଲୋକପ୍ରିୟତା କାରଣରୁ ଚର୍ଚ୍ଚାକୁ ଆସିଥାନ୍ତି ତ କେତେବେଳେ ଆଗାମୀ ଫିଲ୍ମ କାରଣରୁ ସମସ୍ତଙ୍କ ନଜରରେ ରହିଥାନ୍ତି । ଆପଣମାନେ ଆଗରୁ ଏମିତି କିଛି ପୋଷ୍ଟରେ ପଢ଼ିଥିବେ ଯେଉଁଠାରେ ଏହି ଅଭିନେତ୍ରୀ ମାନଙ୍କର ପ୍ରଥମ ପ୍ରେମ ବିଷୟରେ କୁହାଯାଇଛି । ଆଜିର ଏହି ପୋଷ୍ଟରେ ମଧ୍ୟ ଆମେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆଶ୍ଚର୍ଯ୍ୟ ଚକିତ କରିଲା ଭଳି କିଛି ବିଶେଷ କଥା କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ଆଉ କେହି ନୁହେଁ ବୋଲଉଡ଼ର ଦବଙ୍ଗ ଗାର୍ଲ୍ ସୋନାକ୍ଷୀ ସିହ୍ନା । ଏବେ ସୋନାକ୍ଷୀଙ୍କ ବିଷୟରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆପଣଙ୍କୁ କହି ଦେଉଛୁ କି ଏହି ଦିନମାନଙ୍କରେ ସୋସିଆଲ ମେଡିଆରେ ଏହି ଖବର ଭାଇରଲ ହେଉଛି କି, ସୋନାକ୍ଷୀ ସିହ୍ନା କୌଣସି ଏକ ସମୟରେ ବଲିଉଡର ଜଣେ ଅଭିନେତାଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ସମ୍ବନ୍ଧ ମଧ୍ୟ ବଢ଼ୁଥିଲା ମାତ୍ର ତାଙ୍କ ଲୋଭ୍ ଷ୍ଟୋରୀ (ପ୍ରେମ କାହାଣୀ)ରେ ସୋନାକ୍ଷୀଙ୍କ ବାପା ଖଳନାୟକ ଭାବରେ ଆସିଥିଲେ ।

ଏବେ ଆପଣମାନେ ଭାବୁଥିବେ ଯେ, ସେ କିଏ ହୋଇଥିବେ ଯାହାଙ୍କୁ ସୋନାକ୍ଷୀ ଏତେ ପସନ୍ଦ କରିଥିଲେ । ତେଣୁ ଆପଣ ମାନଙ୍କୁ କହି ଦେଉଛୁ ଯେ, ଯେଉଁ ଅଭିନେତାଙ୍କୁ ସୋନାକ୍ଷୀ ବହୁତ ଭଲ ପାଉଥିଲେ, ସେ ଏମିତିରେ ନିଜ ଅନ୍ତ ପୋଷାକ କାରଣରୁ ଚର୍ଚ୍ଚାରେ ରହିଛନ୍ତି ଏବଂ ଏବେ ସେ ବୋଲଉଡ଼ର ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି ।ଆମେ ବୋଲଉଡ଼ ଅଭିନେତା ରଣବୀର ସିଂହଙ୍କ ବିଷୟରେ କହୁଛୁ ଯିଏ ଏହି କିଛିଦିନ ହେବ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ବିବାହ କରିଛନ୍ତି ।

ବାପାଙ୍କୁ ପସନ୍ଦ ନଥିଲା ଏ ଦୁହେଁଙ୍କ ସମ୍ପର୍କ :-

ରଣବୀର ସିଂହ ଏବଂ ସୋନାକ୍ଷୀ ସିହ୍ନା ୨୦୧୩ରେ ହୋଇଥିବା ଫିଲ୍ମ “ଲୂଟେରା”ରେ ଏକତ୍ର ଦେଖାଯାଇଥିଲେ ।ମାନୁଛୁ ଏହି ଫିଲ୍ମ ବକ୍ସ୍ ଅଫିସରେ ଅଧିକ ଟଙ୍କା କମେଇନଥିଲା ମାତ୍ର ରଣବୀର ଏବଂ ସୋନାକ୍ଷୀଙ୍କ ଯୋଡ଼ି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ଦୁହେଁ ଆକର୍ଷଣୀୟ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ସୁଟିଂଗ ସମୟରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା । ଏଥିମଧ୍ୟରେ ଦୁଇ ଜଣଙ୍କ ରିଲେସନ୍ ବିଷୟ ମଧ୍ୟ ଖୁବ ଚର୍ଚ୍ଚାକୁ ଆସିଥିଲା । ମାତ୍ର କୁହାଯାଏ ଯେ, ଏହି ଦୁଇ ଜଣଙ୍କ ସମ୍ପର୍କ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କୁ ପସନ୍ଦ ନଥିଲା । ତେଣୁ ସେ ସୋନାକ୍ଷୀଙ୍କୁ ରଣବୀରଙ୍କ ଠାରୁ ଦୂରେଇ ରହିବାକୁ ଶକ୍ତ ଚେତାବନୀ ଦେଇଥିଲେ । ସୋନାକ୍ଷୀ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ ବାପାଙ୍କ କଥାକୁ ସମ୍ମାନ ଦେଇ ରଣବୀରଙ୍କ ଠାରୁ ଦୂରେଇ ଯାଇଥିଲେ ।

ମାଆ ରଣବୀର କାପୁରଙ୍କ ଭଳି ଜ୍ଵାଇଁ ଚାହୁଁଥିଲେ :-

ଅନ୍ୟ ପଟେ ସୋନାକ୍ଷୀଙ୍କ ମା’ଙ୍କର ଇଚ୍ଛା ରଣବୀର କାପୁର ଭଳି ଜ୍ବାଇଁ ପାଇବାକୁ । ଯେତେବେଳେ ୨୦୧୭ରେ ପୁନମ ସିହ୍ନା ଷ୍ଟାର୍ ପ୍ଲସର ଶୋ’ “ନାଚ ବୋଲିୟେ ୮” ଗ୍ରାଣ୍ଡଫିନାଲେରେ ପହଁଚିଲେ, ସେତେବେଳେ ତାଙ୍କୁ ସୋନାକ୍ଷୀଙ୍କ ପାଇଁ କେମିତି ପୁଅ ପସନ୍ଦ କରିବେ ବୋଲି ପଚାରା ଯାଇଥିଲା । ଏଥିରେ ସେ କହିଥିଲେ ଯେ, ତାଙ୍କ ଝିଅ ପାଇଁ ରଣବୀର କାପୁର ଭଳି ସ୍ମାର୍ଟ ପୁଅ ଦରକାର । ସୋନାକ୍ଷୀ କେବେ ବିବାହ କରିବେ ପଚାରିବାରୁ ସେ କହିଥିଲେ ଯେ, ସୋନାକ୍ଷୀ ଯେବେ ଇଚ୍ଛା କରିବେ ବିବାହ କରିବାକୁ ।