ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ନିଜ ପାଇଁ ନିଜ ବର ବାଛି ସାରିଲେଣି, ଶୀଘ୍ର ଏହି ମୁସଲିମ ପୁଅଟି ସହ ବିବାହ କରିପାରନ୍ତି ।

Spread the love

ସୋନାକ୍ଷୀ ସିହ୍ନା ବିବାହ ପାଇଁ ମନ କରି ସାରିଲେଣି । ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀ, ଜଣେ ଅଭିନେତାଙ୍କୁ ଡେଟ କରୁଛନ୍ତି ଓ ଜଲଦି ହିଁ ସେ ସେହି ଅଭିନେତାଙ୍କ ସହ ବିବାହ କରିପାରନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ଆଜିକାଲି ଅଭିନେତ୍ରୀ ମାନଙ୍କ ନାମ ଖୁବ୍ ଚର୍ଚ୍ଚାରେ ରହୁଛି । କେତେବେଳେ ନିଜ ସମ୍ପର୍କକୁ ନେଇ ତ କେତେବେଳେ ନିଜ ଆଗାମୀ ଚଳଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଆପଣମାନେ ଅନେକ ଲେଖା ପଡିଥିବେ, ଯେଉଁଥିରେ ଏହି ଅଭିନେତ୍ରୀମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଲେଖା ହୋଇଥିବ । ଆଜି ଆମେ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ; ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି, ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ଏକ ଖବର ଆସିଛି; ଯାହା ଶୁଣି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ । ଖବର ମିଳିଛି ଶୀଘ୍ର ହିଁ ସୋନାକ୍ଷୀ ବଲିଉଡର ଜଣେ ମୁସଲିମ ଅଭିନେତାଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ଅତୀତର ବହୁ ସମୟରୁ ସୋନାକ୍ଷୀ ଏହି ଅଭିନେତାଙ୍କ ସହ ଡେଟ କରି ଆସୁଛନ୍ତି ଏବଂ ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହି ଅଭିନେତାଙ୍କ ସହ ଡେଟ କରୁଛନ୍ତି ସୋନାକ୍ଷୀ ସିହ୍ନା :

ସୋନାକ୍ଷୀ ସିହ୍ନା ଯେଉଁ ଅଭିନେତାଙ୍କ ସହ ଡେଟ କରୁଛନ୍ତି; ସେହି ଅଭିନେତାଙ୍କ ନାମ ହେଉଛି ଜାହିର ଇକବାଲ । ଅତୀତରେ ରିଲିଜ୍ ହୋଇଥିବା ଚଳଚିତ୍ର “ନୋଟବୁକ୍”ରେ ଜାହିର ନଜରୁ ଆସିଥିଲେ । ସୋନାକ୍ଷୀ ନିଜର ଆଗାମୀ ଚଳଚିତ୍ର “କଳଙ୍କ”ର ପ୍ରଚାର ପାଇଁ ଟିଭି-ଶୋ କୁ ଯାଇଥିଲେ । ଏହି ସମୟରେ, ସେ କହିଥିଲେ ଖୁବ ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ନିଜ ବିବାହକୁ ନେଇ ଅନେକ ଚାଞ୍ଚଲ୍ୟକର ଟିପ୍ପଣୀ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ନୋଟବୁକ୍ ରିଲିଜ୍ ହୋଇଥିଲା । ଏହି ଚଳଚିତ୍ରରେ ଅଭିନୟ କରିଥିବା ଜାହିରଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

ସାଥି ହୋଇ ବୁଲାବୁଲି କରନ୍ତି :

ସାଥି ହୋଇ ବୁଲାବୁଲି କରନ୍ତି ଏହି ପ୍ରେମୀ ଯୁଗଳ । ଜାହିର ଇକବାଲ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କ ପ୍ରତି ଫୋଟକୁ ଲାଇକ କରୁଛନ୍ତି, ଏହା ସହ ସେ ସୋନାକ୍ଷୀଙ୍କୁ ସବୁଠି ଫୋଲୋ ମଧ୍ୟ କରୁଛନ୍ତି । ସୋନାକ୍ଷୀଙ୍କ ପ୍ରତ୍ୟକ ଫୋଟରେ କମେଣ୍ଟ ମଧ୍ୟ କରୁଛନ୍ତି ଜାହିର । ଏହି ସମୟରେ ଦୁହିଁଙ୍କ ଡେଟର ଖବର ସତ୍ୟ ପ୍ରମାଣିତ ହୋଇଛି । ଦୁହେଁ ଅନେକ ଥର ରାତ୍ରି ଭୋଜନ ଓ ଚଳଚିତ୍ର ଦେଖିବା ପାଇଁ ଯାଇଥିବାର ଦେଖିବା ପାଇଁ ମିଳୁଛି । ଥରେ ସୋନାକ୍ଷୀଙ୍କ ମାଆ ପୁନମ୍ ସିହ୍ନା ଗୋଟିଏ ରିଆଲିଟି-ଶୋ ରେ କହିଥିଲେ, ମୋତେ ରନବୀର କପୂରଙ୍କ ପରି ଜ୍ଵାଇଁ ଦରକାର ।

ସୋନାକ୍ଷୀଙ୍କ ମାଆଙ୍କୁ ରନବୀର କପୁରଙ୍କ ପରି ଜ୍ଵାଇଁ ଦରକାର :

ରଣବୀର କପୁର ବଲିଉଡର ମୋଷ୍ଟ ଏଲିଜିବଲ୍ ବ୍ୟାଚୁଳର୍ ଅଟନ୍ତି । ଏହି ସମୟରେ ନିଜ ଝିଅ ପାଇଁ ସେ ଏହିପରି ଜ୍ଵାଇଁ ଖୋଜୁଛନ୍ତି । କିଛି ସମୟ ପୂର୍ବରୁ ପୁନମ ସିହ୍ନା ଷ୍ଟାର ପ୍ଲସର ଏକ ଶୋ “ନାଚ ୱାଲିଏ-8″ର ଗ୍ରାଣ୍ଡ ଫାଇନାଲରେ ପହଞ୍ଚି ଥିଲେ । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସୋନାକ୍ଷୀଙ୍କ ପାଇଁ ଆପଣ କେଉଁପରି ପୁଅ ଖୋଜୁଛନ୍ତି, ସେହି ସମୟରେ ସେ ଉତ୍ତର ଦେଇଥିଲେ ମୋତେ ରଣବୀର କପୁରଙ୍କ ପରି ସୁନ୍ଦର ଦେଖାଯାଉଥିବା ପୁଅଟିଏ ଦରକାର । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସୋନାକ୍ଷୀ କେବେ ବିବାହ କରିବେ, ସେହି ସମୟରେ ସେ ଉତ୍ତର ଦେଇଥିଲେ, ଯେତେବେଳେ ପର୍ଯ୍ୟନ୍ତ ସୋନାକ୍ଷୀ ରାଜି ହେବେ, ସେହି ସମୟରେ ସୋନାକ୍ଷୀଙ୍କ ବିବାହ କରି ଦିଆଯିବ । ଆଜିକାଲି ସୋନାକ୍ଷୀ ନିଜର ଆଗାମୀ ଚଳଚିତ୍ର “କଳଙ୍କ”ର ଜୋର୍-ଦାର ପ୍ରଚାରରେ ଲାଗି ପଡିଛନ୍ତି ।