ସୈନିକଙ୍କ ପୁଅ ଯୌତୁକରେ କେବଳ ଏକ ଟଙ୍କା ନେଇ ବିବାହ କଲେ, ବରଯାତ୍ରୀରେ କେବଳ ୨୧ ଜଣ ଲୋକ ଯୋଗ ଦେଲେ, ବାକି ବଞ୍ଚିଥିବା ପଇସାରେ କରିଲେ ଏହି କାମ…..

Spread the love

ଦାଦରୀ ଜିଲ୍ଲାର ମୋଡ଼ି ଗାଁର ନିବାସୀ ପୂର୍ବ ସୈନିକଙ୍କ ପୁଅର ବିବାହ କେବଳ ମାତ୍ର ଏକ ଟଙ୍କାରେ ହୋଇଗଲା । ତାଙ୍କ ବିବାହରେ ୨୧ ଜଣ ଲୋକ ଯୋଗ ଦେଇଥିଲେ ଓ ବିବାହରେ କୌଣସି ଢୋଲ ଗୀତ ବାଜି ନ ଥିଲା ନା ହିଁ ବାହାଘର ପରେ ରିସେପ୍ସନ ହୋଇଥିଲା । ଯିଏ ମଧ୍ୟ ଏହି ଅଜବ ବାହାଘର ବିଷୟରେ ଶୁଣିଲେ, ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । କିନ୍ତୁ ସମସ୍ତେ ଏହି କାମ ପାଇଁ ତାଙ୍କୁ ପ୍ରସଂସା କରୁଛନ୍ତି । କଥା କଣ କି ବିବାହ କରିଥିବା ନୂଆ ଯୋଡି ବିବାହରେ ଖର୍ଚ୍ଚ ହେବା ପାଇଁ ଥିବା ସବୁ ଟଙ୍କା ଗୋଶାଳାକୁ ଦାନ କରି ଦେଇଛନ୍ତି ।

ମୋଡିରେ ରହୁଥିବା ପୂର୍ବ ସୈନିକ ରାଜେନ୍ଦ୍ର ସିଂହଙ୍କ ପୁଅଙ୍କ ନାମ ଜତିନ ସିଂ ଅଟେ । ଯିଏ ଗତ ସପ୍ତାହରେ ବିବାହ କରିଥିଲେ । ପରିବାର ଲୋକ ନିଜ ପୁଅର ବାହାଘର ବହୁତ ସରଳ ସାଧାରଣ ଭାବରେ କରିଛନ୍ତି । ଏହି ବାହାଘରରେ କୌଣସି ପ୍ରକାର ବେକାର ଖର୍ଚ୍ଚ କରାଯାଇ ନାହିଁ । ଆଜିକାଲି ବାହାଘରରେ ଡିଜେ, ଭୋଜି, ଗିଫ୍ଟ ଓ ବରଯାତ୍ରୀ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେବାର ଦେଖାଯାଇଥାଏ । କିନ୍ତୁ ତାହା ଏହି ବାହାଘରରେ ହୋଇ ନାହିଁ ।

ରାଜେନ୍ଦ୍ର ସିଂ କହିଛନ୍ତି କି, ଦାଦରୀରେ କିଛି ଦିନ ତଳେ ପଂଚାୟତ ଦ୍ୱାରା ନିର୍ଣ୍ଣୟ ନିଆଯାଇଛି ଯେ, ଗାଁରେ କେହି ମଧ୍ୟ ଯୌତୁକ ନେବେ ନାହିଁ, ବାହାଘରରେ ଡିଜେ ବାଜିବ ନାହିଁ ଓ ଅନ୍ୟ ସାମାଜିକ ଚଳଣୀ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯିବ । ଏହି କାରଣ ଯୋଗୁଁ ସେ ନିଜ ପୁଅର ବାହାଘର ବହୁତ ସରଳ ଓ ସାଧାରଣ ଭାବରେ କରିଥିଲେ ।

ସେ ନିଜ ବୟାନରେ କହିଛନ୍ତି ଯେ, ପୁଅର ବାହାଘରରେ ୩୦ ଜଣ ଲୋକ ସାମିଲ ହୋଇଥିଲେ । ଯୌତୁକରେ ୧ ଟଙ୍କା ନେଇ ପୁଅର ବାହାଘର ହୋଇଥିଲା । ବାହାଘରରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା, ସେହି ଟଙ୍କାକୁ ନବ ଦମ୍ପତ୍ତି ଜତିନ ଓ ରେଣୁ ଗୋଶାଳାକୁ ଦାନ କରି ଦେଇଛନ୍ତି । କେବଳ ଏତିକି ନୁହେଁ, ସେ ଦୁଇ ଜଣ ଗୋଶାଳାକୁ ଯାଇ ଗାଈମାନଙ୍କୁ ଚାରା ବି ଖୁଆଇ ଥିଲେ । ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ, ଲୋକ ଏହିପରି କାମ ପାଇଁ ନିଜ ପାଦ ଆଗକୁ ପଢ଼ାଇବା ଉଚିତ ।