ମା’ଆକୁ ନିଜ ସାଙ୍ଗ ସହ ଆପତିଜନିକ ପରିସ୍ଥିତିରେ ଦେଖିଲା ପୁଅ, ଏହା ପରେ ପୁଅ ସହ ମାଆ କରିଲେ ଏପରି କିଛି……

Spread the love

ଦିଲ୍ଲୀର ନିଉ ଅଶୋକ ନଗରର ଏହି ଘଟଣା ଅଟେ । ଏହି ଘଟଣା ଅତି ଲଜ୍ୟାଜନକ ଅଟେ, କାରଣ ମାଆ ନିଜ ପ୍ରେମିକ ସହ ମିଶି ନିଜ ପୁଅର ହତ୍ୟା କରିଦେଇଛନ୍ତି । ଏହି ଘଟଣା ଶନିବାର ଦିନ ରାତିରେ ଯେତେବେଳେ ରବୀନ୍ଦ୍ର ପାଠକ ନିଜ ଅଫିସ କାର୍ଯ୍ୟ ସାରି ନିଜ ଘରକୁ ଫେରିଥିଲେ, ସେହି ସମୟରେ ନିଜ ସାଙ୍ଗ ଅଜିତକୁ ନିଜ ମାଆ ସହ ଆପତିଜନକ ପରିସ୍ଥିତିରେ ଦେଖିଥିଲେ । ଯାହା ପରେ ତିନି ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା ।

ରବୀନ୍ଦ୍ର ଓ ଅଜିତଙ୍କ ମଧ୍ୟରେ ହାତ ଉଠାଉଠି ହୋଇଥିଲା । ପରେ ରବୀନ୍ଦ୍ରଙ୍କ ମାଆ ଓ ଅଜିତ ମିଶି, ରବୀନ୍ଦ୍ର ପାଠକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । କହିବାକୁ ଚାହୁଁଛୁ ଯେ, ରବିନ୍ଦ୍ରର ୫ ଜଣ ଭାଇ ଭଉଣୀ । ହତ୍ୟା ଘଟଣା ପରେ ମାଆ ଖୁସିରେ ନିଜ ଝିଅଙ୍କ ଘରକୁ ଚାଲି ଯାଇଥିଲେ । ପରେ ଝିଅକୁ ସନ୍ଦେହ ହୋଇଥିଲା । ଯାହାଫଳରେ ମାଆ, ଝିଅକୁ ବୁଝାଇ ସୁଝାଇ ନିଜ ଘରକୁ ପଠାଇ ଦେଇଥିଲେ । କହିବାକୁ ଗଲେ ରବୀନ୍ଦ୍ର ପାଠକ ଉତ୍ତର ପ୍ରଦେଶର ବସ୍ତି ଜିଲ୍ହାର ବାସିନ୍ଦା ଅଟନ୍ତି । ରବୀନ୍ଦ୍ର ଦିଲ୍ଲୀରେ ଫ୍ଲାଟ ନେଇ ନିଜ ସାଙ୍ଗ ଅଜିତ ସହ ମିଶି ରହୁଥିଲେ । କହିବାକୁ ଚାହୁଁଛୁ ପୁଲିସ ଦୁଈ ଜଣ ଆରୋପିଙ୍କୁ ଗିରଫ କରିସାରିଛି ।

ଏହି ଆଧୁନିକ ଦୁନିଆରେ ଆମ୍ଭେମାନେ ବହୁ ଶୀଘ୍ର ଆଗକୁ ବଢି ଚାଲିଛେ କିନ୍ତୁ ସଂକୀର୍ଣ୍ଣ ଚିନ୍ତାଧାରା ବ୍ୟକ୍ତିମାନଙ୍କ କାରଣରୁ ଏହି ପରି ଘଟଣା ସବୁ ଏହି ଦୁନିଆରେ ଘଟି ଚାଲିଛି ।

ଯଦି ଆପଣଙ୍କ ପାଖରେ ଏହି ସବୁ ଘଟଣା, ସମସ୍ୟାର ସମାଧାନ ପାଇଁ କୌଣସି ପନ୍ଥା ରହିଛି, ତାହା ହେଲେ ନିଜ ମତାମତ ଆମ ସହ କମେଣ୍ଟ ବକ୍ସରେ ଶେୟାର କରନ୍ତୁ । ଯାହା ଫଳରେ ଆମ୍ଭେମାନେ ଆପଣଙ୍କର ମତାମତକୁ ନ୍ୟୁଜ୍ ମାଧ୍ୟମରେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରି ପାରିବୁ । ନିଜ ମତାମତ ନିଶ୍ଚୟ ପ୍ରଦାନ କରନ୍ତୁ ।