ଅକ୍ଷୟ କୁମାରଙ୍କ ପୁଅର ହୃଦୟକୁ ଏହି ଚୁଲବୁଲି ଅଭିନେତ୍ରୀ ଚୋରି କରିଲେ, ସଭିଙ୍କ ଆଗରେ ଆରବ କହିଲେ ନିଜ ହୃଦୟର କଥା !

Spread the love

ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ କି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଅଛନ୍ତି । ଏହି କଳାକାର ମାନଙ୍କର ଲୋକପ୍ରିୟତାରେ ଆଜି ପର୍ଯ୍ୟନ୍ତ କିଛି କମି ରହି ନାହିଁ, ସେମାନଙ୍କ ଲୋକପ୍ରିୟତା ସବୁବେଳେ ବଢ଼ିବାରେ ଲାଗିଛି । କିନ୍ତୁ ଆଜିକାଲି କଳାକାରଙ୍କ ପିଲାମାନେ ମଧ୍ୟ ବହୁତ ଚର୍ଚ୍ଚାରେ ରହୁଛନ୍ତି । କେତେକ କଳାକାରଙ୍କ ପିଲାମାନେ ତ ବଲିଉଡରେ ଡ଼େବ୍ୟୁ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଓ କିଏ ବିନା ଡ଼େବ୍ୟୁ କରି ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି । ଷ୍ଟାର ପରିବାରଙ୍କ ପିଲା ହୋଇଥିବା କାରଣରୁ ସେମାନଙ୍କ ଉପରେ ସବୁବେଳେ ମିଡ଼ିଆର ନଜର ରହିଥାଏ । ଚାଲନ୍ତୁ ଆଜିର ଏହି ଲେଖାରେ କଣ ଖାସ୍ ଅଛି ସେ ବିଷୟରେ ଜାଣିବା ।

ଯେତେବେଳେ ବଲିଉଡ ଷ୍ଟାର ପିଲାମାନଙ୍କ ଉପରେ ଚର୍ଚ୍ଚା ହେଉଛି, ତ ଅକ୍ଷର କୁମାରଙ୍କ ପୁଅ କିଭଳି ପଛେଇ ରହିପାରିବେ ? ବଲିଉଡର “ଖିଲାଡ଼ି” କୁହାଯାଉଥିବା ଅକ୍ଷୟ କୁମାରଙ୍କ ପୁଅ ଏବେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଅକ୍ଷୟ କୁମାର ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ବଲିଉଡରେ ରାଜ୍ କରୁଛନ୍ତି । ଚଳଚିତ୍ରରେ ଭଲ ଅଭିନୟ କରିଥିବା ଯୋଗୁଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଅକ୍ଷୟ କୁମାରଙ୍କ ଗଣନା ବଲିଉଡରେ ଟୋପ୍ ଅଭିନେତାମାନଙ୍କ ସହିତ ହୋଇଥାଏ । ଅକ୍ଷୟ କୁମାର ବର୍ଷକୁ ୩/୪ଟି ଚଳଚିତ୍ରରେ ଅଭିନୟ କରନ୍ତି ଯେଉଁ କାରଣରୁ ସେ ଅଧିକ ଟଙ୍କା କମେଇ ପାରୁଛନ୍ତି ।

ଆଜିର ଏହି ଲେଖାରେ ଆମେ ଅକ୍ଷୟ କୁମାରଙ୍କ ବିଷୟରେ ନୁହେଁ, ତାଙ୍କ ପୁଅ ବିଷୟରେ କହୁଛୁ । ଅକ୍ଷୟ କୁମାରଙ୍କ ପୁଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ପୁଅ ଏବେ କେବଳ ୧୭ ବର୍ଷର ଅଟନ୍ତି । କିନ୍ତୁ ତାଙ୍କ ସୁନ୍ଦର ରୂପକୁ ଦେଖି ଯେ କୋୖଣସି ବି ଝିଅ ପ୍ରେମରେ ପଡିଯାଇପାରେ । ଅକ୍ଷୟ କୁମାରଙ୍କ ପୁଅ ଆଜିକାଲି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । କିନ୍ତୁ ଏଥର ଅକ୍ଷୟ କୁମାରଙ୍କ ପୁଅ ଗୋଟିଏ ଅଭିନେତ୍ରୀଙ୍କ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ସେହି ଅଭିନେତ୍ରୀ ଆଉ କେହି ନୁହନ୍ତି, ବଲିଉଡର ଟୋପ୍ ଅଭିନେତ୍ରୀ ଅଟନ୍ତି, ଯିଏ କି “ଆରବ”ର ହୃଦୟକୁ ଚୋରି କରିଛନ୍ତି ।

ଯେଉଁ ଅଭିନେତ୍ରୀଙ୍କ ଉପରେ ଆରବଙ୍କ ହୃଦୟ ଆସିଛି ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡର ଚୁଲବୁଲି ଝିଅ ଆଳିଆ ଭଟ୍ଟ ଅଟନ୍ତି । ଆରବ କୁମାର ଆଳିଆ ଭଟ୍ଟଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆରବଙ୍କ ଏହି ପସନ୍ଦ ଗୋଟିଏ ପ୍ରଶଂସକ ସ୍ୱରୂପେ ଅଛି । ଯାହାକୁ ଆରବ ସ୍ୱୟଂ ସ୍ୱୀକାର କରନ୍ତି । ଆରବ କହିଛନ୍ତି, ସେ ଆଳିଆ ଭଟ୍ଟଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ଆଳିଆ ତାଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି । ଆଳିଆଙ୍କ ପ୍ରତ୍ୟେକ ଜିନିଷ ତାଙ୍କୁ ବହୁତ ପସନ୍ଦ ଅଟେ । ଏହି କାରଣ ଯୋଗୁଁ ଆରବ, ଆଳିଆ ଭଟ୍ଟଙ୍କ ପ୍ରତ୍ୟେକ ଚଳଚିତ୍ର ଦେଖିବାକୁ ପସନ୍ଦ କରନ୍ତି ।

ମାମଲା କେବଳ ପ୍ରଶଂସକ ପର୍ଯ୍ୟନ୍ତ ରହିନାହିଁ, ସେ ଆଳିଆ ଭଟ୍ଟଙ୍କୁ ଡ଼େଟ୍ ରେ ନେବାକୁ ଚାହୁଁଛନ୍ତି । ଆଳିଆ ଭଟ୍ଟ ବଲିଉଡରେ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯିଏକି କମ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିପାରିଛନ୍ତି । ଆଳିଆ ଭଟ୍ଟ ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି, ସେଥିରୁ ଅଧିକାଂଶ ଚଳଚିତ୍ର ଗୁଡିକ ହିଟ୍ ହୋଇଛି । ଆଳିଆ ଭଟ୍ଟ ଏବେ ସାରା ଦେଶରେ ରାଜ୍ କରୁଛନ୍ତି । ବର୍ତ୍ତମାନ ଆରବ, ଆଳିଆଙ୍କୁ ବହୁତ ପସନ୍ଦ କରନ୍ତି କିନ୍ତୁ ଆଜିକାଲି ଆଳିଆ ଭଟ୍ଟଙ୍କ ହୃଦୟ ରଣବୀର ଉପରେ ଆସିଅଛି । ଏଭଳି ସ୍ଥିତିରେ ଦେଖିବା କଥା ଏହା ହେବ ଯେ, ଆଳିଆ ଆରବଙ୍କ ଏହି କଥାରେ କିଭଳି ପ୍ରତିକ୍ରିୟା ଦେବେ ।